ଡାଇବେଟିସ ଚିହ୍ନଟ ହେବ ସହଜ,ମାତ୍ର ଗୋଟିଏ ଶବ୍ଦ ଉଚ୍ଚାରଣ କଲେ ଜଣାପଡିବ…

ଓ୍ବାଶିଂଟନ,୧୯।୧୦ : ଅଗାମୀ ଦିନରେ ଡାଇବେଟିସ ଚିହ୍ନଟ କରିବା ସହଜ ହେବ। କେବଳ ଗୋଟିଏ ଶବ୍ଦ ଉଚ୍ଚାରଣ କଲେ ଜଣେ ବ୍ୟକ୍ତି ଡାଇବେଟିସରେ ପୀଡିତ କି ନାହିଁ ତାହା ଜାଣିବା ମାତ୍ର କିଛି ସେକେଣ୍ଡ ମଧ୍ୟରେ ହୋଇ ପାରିବ। ଘରେ ବସି ନିଜ ସ୍ମାର୍ଟଫୋନରେ କିଛି ଶବ୍ଦ ଉଚ୍ଚାରଣ କଲେ ଏହା ସମ୍ଭବ ହେବ। ଏକ ଅଧ୍ୟୟନ ଡାଇବେଟିସ ଚିହ୍ନଟରେ କୃତ୍ରିମ ବୁଦ୍ଧିମତା(ଏଆଇ) ସହିତ ଭଏସ ଟେକ୍ନୋଲୋଜିକୁ ଯୋଡାଯାଇଛି। ଯୁକ୍ତରାଷ୍ଟ୍ରର କ୍ଲିକ ଲ୍ୟାବର ବୈଜ୍ଞାନିକମାନେ ଏକ ଏଆଇ ମଡେଲ ତିଆରି କରିବା ପାଇଁ ବୟସ, ଲିଙ୍ଗ, ଉଚ୍ଚତା ଏବଂ ଓଜନ ସହିତ ମୌଳିକ ସ୍ବାସ୍ଥ୍ୟ ତଥ୍ୟ ସହିତ ଛଅରୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଲୋକଙ୍କ ସ୍ବର ବ୍ୟବହାର କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟାଇପ-୨ ଡାଇବେଟିସ ହୋଇଛି କି ନାହିଁ ତାହା ଚିହ୍ନଟ କରିବାର ଉପାୟ ବାହାର କରିଛନ୍ତି।

ମାୟୋ କ୍ଲିନିକ ପ୍ରୋସିଡିଙ୍ଗସ: ଡିଜିଟାଲ ହେଲ୍ଥ ପତ୍ରିକାରେ ପ୍ରକାଶିତ ଏହି ମଡେଲରେ ମହିଳାମାନଙ୍କ କ୍ଷେତ୍ରରେ ୮୯ ପ୍ରତିଶତ ସଠିକତା ଏବଂ ପୁରୁଷଙ୍କ ପାଇଁ ୮୬ ପ୍ରତିଶତ ସଠିକତା ରହିଛି। ଅଧ୍ୟୟନ ପାଇଁ, ଗବେଷକମାନେ ୨୬୭ଜଣଙ୍କୁ ସାମିଲ କରିଥିଲେ। ମୋନେ ଟାଇପ-୨ ଡାଇବେଟିସ ରୋଗରେ ଆକ୍ରାନ୍ତ କି ନୁହନ୍ତି ତାହା ଜାଣିବା ପାଇଁ ଦୁଇ ସପ୍ତାହ ଲାଗି ଦିନକୁ ୬ ଥର ସେମାନଙ୍କୁ ନିଜ ନିଜ ସ୍ମାର୍ଟଫୋନରେ ଏକ ଶବ୍ଦ ରେକର୍ଡ କରିବାକୁ କୁହାଯାଇଥିଲା। ୧୮,୦୦୦ରୁ ଅଧିକ ରେକର୍ଡିଂରୁ ବୈଜ୍ଞାନିକମାନେ ୧୪ ଟି ବୈଶିଷ୍ଟ୍ୟ ବିଶ୍ଳେଷଣ କରି ଡାଇବେଟିସ ହୋଇ ନ ଥିବା ରୋଗୀ ଏବଂ ଟାଇପ-୨ ଡାଇବେଟିସ ରୋଗୀଙ୍କୁ ପୃଥକ କରିବାକୁ ପ୍ରୟାସ କରିଥିଲେ।

 

କ୍ଲିକ ଲ୍ୟାବ୍ସର ଗବେଶଷ ବୈଜ୍ଞାନିକ ଜେସି କୈଫମାନ କହିଛନ୍ତି ଆମର ଅନୁସନ୍ଧାନ ଟାଇପ-୨ ଡାଇବେଟିସ ରୋଗୀ ଏବଂ ଏହା ହୋଇ ନ ଥିବା ଲୋକଙ୍କ ମଧ୍ୟରେ ପ୍ରାର୍ଥକ୍ୟକୁ ଜାଣି ପାରିବ। କ୍ଲିକ ଲ୍ୟାବର ଉପାଧ୍ୟକ୍ଷ ତଥା ଅଧ୍ୟୟନର ମୁଖ୍ୟ ଗବେଷକ ୟାନ ଫୋସେଟ କହିଛନ୍ତି ଏହି ସୁବିଧାଜନକ ଉପାୟ ବହୁ ସଂଖ୍ୟକ ଲୋକଙ୍କୁ ସ୍କ୍ରିନ କରିବାରେ ସକ୍ଷମ ହେବ। ଟାଇପ-୨ ଡାଇବେଟିସ ରୋଗରେ ଆକ୍ରାନ୍ତ ହୋଇ ନ ଥିବା ଲୋକଙ୍କୁ ଚିହ୍ନଟ କରି ପାରିବ। ଫକେଟ କହିଛନ୍ତି ଆମର ଅନୁସନ୍ଧାନ ଟାଇପ-୨ ମଧୁମେହ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଅବସ୍ଥା ଚିହ୍ନଟ କରିବାରେ ଭଏସ ଟେକ୍ନୋଲୋଜିର ବ୍ୟବହାର କରିବ।

Share