ମଧୁମେହ ଓ ପ୍ରାକୃତିକ ଚିକିତ୍ସା

ଅଧୁନା ସମ୍ପୂର୍ଣ୍ଣ ଭାରତବର୍ଷ ଓ ବିଶ୍ୱରେ ମଧୁମେହ ରୋଗ କାୟା ବିସ୍ତାର କରିଚାଲିଛି ଏବଂ ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ଯନ୍ତ୍ରଣା ଜର୍ଜରିତ ହୋଇ ପ୍ରାଣ ହରାଉଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଏକ ଆକଳନ ଅନୁସାରେ ଏବେ କେବଳ ଆମ ଭାରତରେ ୧୮ ବର୍ଷରୁ ଅଧିକ ପ୍ରାୟ ୭.୭ କୋଟି ଲୋକ ଦ୍ୱିତୀୟ ପର୍ଯ୍ୟାୟ ମଧୁମେହରେ ଆକ୍ରାନ୍ତ ତଥା ଆହୁରି ୨.୫ କୋଟି ଲୋକ ଏହି ରୋଗର ନିଶ୍ଚିତ ପୂର୍ବ ଲକ୍ଷଣ କବଳରେ ଅନ୍ତର୍ଭୁକ୍ତ।
ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଆମ ଦେଶରେ ୫୦ ପ୍ରତିଶତରୁ ଅଧିକ ମଧୁମେହ ଆକ୍ରାନ୍ତ ରୋଗୀ ନିଜେ ଜାଣନ୍ତି ନାହିଁ ଯେ ସେମାନେ ଏହି ଦୁରାରୋଗ୍ୟରେ ପୀଡ଼ିତ ଓ ଏଥିରେ ତାଙ୍କର ଜୀବନହାନି ଘଟିପାରେ। ଆହୁରି ଅଧିକ ଦୁର୍ଭାଗ୍ୟ ଯେ, ନିଜ ରୋଗ ଓ ତା’ର କୁଫଳ ସମ୍ବନ୍ଧରେ ଜାଣିଥିବା ଅବଶିଷ୍ଟ ୫୦ ପ୍ରତିଶତରୁ ପ୍ରାୟ ୨୫ ପ୍ରତିଶତ ରୋଗୀ ମଧ୍ୟ ନିଜର ଏହି କଠିନ ରୋଗର ନିଦାନ ଓ ନିରାକରଣ ବିଷୟରେ ନା ସଚେତନ ନା ସାବଧାନ। ଏହି ରୋଗୀମାନଙ୍କ ମଧ୍ୟରୁ ଅଧିକ ହେଲେ ଆର୍ଥିକ ସମ୍ବଳହୀନ ଓ ଅଜ୍ଞ ଗ୍ରାମୀଣ ଜନସାଧାରଣ ଏବଂ ସହରାଞ୍ଚଳର ଖାଦ୍ୟପେୟ ବିଷୟରେ ଅଜ୍ଞ ଓ ରୋଗ ନିଦାନ ସମ୍ବନ୍ଧରେ ଉଦାସୀନ। ବିଶୃଙ୍ଖଳିତ ଜୀବନଚର୍ଯ୍ୟା, ଖାଦ୍ୟ ପାନୀୟ ଓ ଉପଯୁକ୍ତ ଶାରୀରିକ ପୋଷଣ ଅଭାବରୁ, ବୟସ ବୃଦ୍ଧି ବା ଅନ୍ୟ କୌଣସି ଶାରୀରିକ ରୋଗ ବା ମାନସିକ ଚାପ ଇତ୍ୟାଦି କାରଣରୁ ଶାରୀରିକ ପ୍ରକ୍ରିୟା ଏବଂ ରସାୟନ ଅସନ୍ତୁଳିତ ହେଲେ ଶରୀରରେ ଉପଯୁକ୍ତ ଶର୍କରା ବା ଇନ୍‌ସୁଲିନ୍‌ ମାତ୍ରା ଆବଶ୍ୟକତାଠାରୁ କମ୍‌ ହୋଇଗଲେ ମଧୁମେହ ରୋଗ ଉପୁଜିଥାଏ। ଅନ୍ୟ ରୋଗ ତୁଳନାରେ ଏହି ରୋଗର ସବୁଠାରୁ ବଡ଼ ଦୁଷ୍ପ୍ରଭାବ ହେଲା ଏହା ଶରୀରର ବିଭିନ୍ନ ପ୍ରଧାନ ଅଂଶକୁ ଆକ୍ରାନ୍ତ କରି ମଣିଷର ଶାରୀରିକ ଶକ୍ତି ଓ ରୋଗ ପ୍ରତିରୋଧକ କ୍ଷମତାକୁ ଅତି ଦୁର୍ବଳ କରି ଦେଇଥାଏ। ମଧୁମେହ ପ୍ରଭାବରେ ମୁଖ୍ୟତଃ ହୃତ୍‌ପିଣ୍ଡର ରକ୍ତଚାପ, ଯକୃତ, ମୂତ୍ରାଶୟ, ଅଗ୍ନ୍ୟାଶୟ, ପାଚନ ବ୍ୟବସ୍ଥା ଇତ୍ୟାଦି ଆକ୍ରାନ୍ତ ହୋଇଥାଏ, ଯାହା ଶରୀରକୁ ଧୀରେ ଧୀରେ ଦୁର୍ବଳରୁ ଦୁର୍ବଳତର କରି ମୃତ୍ୟୁମୁଖକୁ ନେଇଯାଇଥାଏ।
ଏଲୋପାଥି, ହୋମିଓପାଥି, ଆୟୁର୍ବେଦିକ ଇତ୍ୟାଦି ଚିକିତ୍ସା ତୁଳନାରେ ପ୍ରାକୃତିକ ପଞ୍ଚକର୍ମ ପ୍ରକ୍ରିୟାର ଚିକିତ୍ସା ମଧୁମେହ ପାଇଁ ପ୍ରଭାବଶାଳୀ ଚିକିତ୍ସା ଭାବରେ ଆବହମାନକାଳରୁ, ଋଷୀ ଚରକ, ଶୁଶ୍ରୁତଙ୍କ ଯୁଗରୁ ଆମ ଭାରତବର୍ଷରେ ରହିଆସିଛି। ଯାହା ପ୍ରାକୃତିକ ଜୀବନଚର୍ଯ୍ୟାରେ, ସନ୍ତୁଳିତ ସୁଷମ ଖାଦ୍ୟପେୟରେ, ଶରୀରରୁ ନକାରାମତ୍କ ଉପତ୍ାଦନର ନିଷ୍କାସନ ପଦ୍ଧତିରେ ମଧୁମେହର ନିଦାନ, ନିରାକରଣ ବା ଉପଶମ ପ୍ରଭାବଶାଳୀ ଭାବରେ କରିଆସିଛି।
ପଞ୍ଚକର୍ମ ପଦ୍ଧତିର ଚିକିତ୍ସା ପ୍ରଣାଳୀ ଶରୀରର ପଞ୍ଚଭୂତ ଯଥା- କ୍ଷିତି(ପୃଥ୍ବୀ), ଆପ୍‌(ଜଳ), ତେଜ୍‌(ଅଗ୍ନି), ମରୁତ(ବାୟୁ) ଓ ବ୍ୟୋମ(ଆକାଶ) ଉପରେ ଆଧାରିତ, ଯାହା ଶାରୀରିକ ସନ୍ତୁଳନ, ପୋଷଣ, ଶୋଧନ, ନିଷ୍କାସନ, ସଶକ୍ତୀକରଣ ଇତ୍ୟାଦି ମାଧ୍ୟମରେ ଶରୀରକୁ ସମ୍ପୂର୍ଣ୍ଣ ନିରାମୟ ଓ ରୋଗମୁକ୍ତ କରିଥାଏ। ଉଦାହରଣସ୍ବରୂପ- ମଡ୍‌ ଥେରାପି, ପ୍ରାଣାୟାମ ଥେରାପି, ଯୋଗ ଓ ଧ୍ୟାନ ତଥା ଡେଟୋକ୍ସିଫିକେଶନ ଇତ୍ୟାଦି ମାଧ୍ୟମରେ ଏହି ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଶରୀରକୁ କେବଳ ମଧୁମେହ ରୋଗ ନୁହେଁ ବରଂ ଅନ୍ୟ ବିଭିନ୍ନ ଦୁରାରୋଗ୍ୟରୁ ବି ମୁକ୍ତ କରିଥାଏ। ତେଣୁ ନିଜ ଆଖପାଖରେ ଥିବା ପ୍ରାକୃତିକ ଚିକିତ୍ସାକେନ୍ଦ୍ରଗୁଡ଼ିକରେ ସ୍ବଳ୍ପ ଖର୍ଚ୍ଚରେ ଏହି ପ୍ରାକୃତିକ ଚିକିତ୍ସାର ଲାଭ ଉଠାଇ ନିରାମୟ ରୁହନ୍ତୁ। ଭୁବନେଶ୍ୱର ବାରଙ୍ଗସ୍ଥିତ ଭାଲୁଙ୍କା ଅଞ୍ଚଳର ପ୍ରାୟ ୨୫ ଏକରର ବନାନୀ କୋଳରେ ପ୍ରତିଷ୍ଠିତ ଅତ୍ୟାଧୁନିକ ପ୍ରାକୃତିକ ସ୍ବାସ୍ଥ୍ୟକେନ୍ଦ୍ର ‘ହେଲ୍‌ଥଭିଲେ’ ଓ ଶାନ୍ତିବନ, ଯେଉଁଠି ବିଶେଷଜ୍ଞ ପ୍ରାକୃତିକ ଚିକିତ୍ସକମାନଙ୍କ ତତ୍ତ୍ୱାବଧାନରେ, ସ୍ବଳ୍ପ ଖର୍ଚ୍ଚରେ ମଧୁମେହ ରୋଗ ତଥା ଅନ୍ୟାନ୍ୟ ଦୁରାରୋଗ୍ୟକୁ ସମ୍ପୂର୍ଣ୍ଣ ନିର୍ମୂଳ କରିବାର ଚିକିତ୍ସା ବ୍ୟବସ୍ଥା ରହିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରର ପରିବେଶ, ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା ପ୍ରଣାଳୀ, ସନ୍ତୁଳିତ ଖାଦ୍ୟପେୟ, ରହିବା ବ୍ୟବସ୍ଥା ଦେଶ ଓ ବିଦେଶର ମଧୁମେହ ରୋଗୀ ତଥା ଅନ୍ୟ ରୋଗ ପ୍ରପୀଡ଼ିତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇପାରିଛି। ଏହି ପ୍ରାକୃତିକ ଚିକିତ୍ସାକେନ୍ଦ୍ରକୁ ସପରିବାରେ ଏବଂ ସମ୍ପର୍କୀୟମାନଙ୍କ ସହିତ ପରିଦର୍ଶନ କରିପାରନ୍ତି ତଥା ନିଃଶୁଳ୍କ ଡାକ୍ତରୀ ପରାମର୍ଶର ଲାଭ ଉଠାଇ ପାରନ୍ତି।
-ଡା. ସତ୍ୟବ୍ରତ ମୀନକେତନ
ଅଧ୍ୟକ୍ଷ, ହେଲ୍‌ଥଭିଲେ ପ୍ରାକୃତିକ ସ୍ବାସ୍ଥ୍ୟକେନ୍ଦ୍ର
ଭାଲୁଙ୍କା, ବାରଙ୍ଗ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri