ଡାଇବେଟିସ୍‌ ଓ ଜୀବନଶୈଳୀ

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ୍‌ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣକରେ ଏବଂ ରକ୍ତରେ ସୁଗାର ପରିମାଣ ଅଧିକାଂଶ ସମୟ ଅସନ୍ତୁଳିତ ରହେ, ତେବେ ଏହାର ପ୍ରଭାବ ହାର୍ଟ, କିଡ୍‌ନୀ ଏପରି କି ଦୃଷ୍ଟିଶକ୍ତି ଉପରେ ପଡ଼ିଥାଏ। ତେଣୁ ଡାଇବେଟିସ୍‌କୁ ‘ନୀରବ ଘାତକ’ ଆଖ୍ୟା ଦିଆଯାଇଛି। ଏହି ରୋଗ ସମ୍ପର୍କରେ ଜାଣିବା ପରେ ତାହାର ଚିକିତ୍ସା କରାଇବା ସହ କେତେକ ଦିଗ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିଥାଏ। ଅସନ୍ତୁଳିତ ଜୀବନଶୈଳୀ ଏଥିପାଇଁ ଅନେକାଂଶରେ ଦାୟୀ। ଏଥିପ୍ରତି ସତର୍କ ରହିବା ସହ ଖାଦ୍ୟପେୟ ପ୍ରତି ନଜର ଦେବା ନିହାତି ଜରୁରୀ। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏତେ ବଢ଼ିଯାଇଛି ଯେ, ଭାରତକୁ ‘ଡାଇବେଟିସ୍‌ର ରାଜଧାନୀ’ ବୋଲି କୁହାଯାଏ। ତେଣୁ ଏହାର କାରଣ ସମ୍ପର୍କରେ ସମସ୍ତେ ଅବଗତ ହେବା ଜରୁରୀ। କାରଣ ଆଜିକାଲି କେତେବେଳେ କାହାଠାରେ ଏହାର ଲକ୍ଷଣ ପ୍ରକାଶ ପାଇବ ତାହା ଆକଳନ କରିବା କଷ୍ଟକର। ତେଣୁ ଏ ବିଷୟରେ ଜାଣିବା ମାତ୍ରେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ନଭେମ୍ବର ୧୪କୁ ‘ବିଶ୍ୱ ଡାଇବେଟିସ୍‌ ଦିବସ’ ଭାବେ ପାଳନ କରାଯାଇଆସୁଛି।
ଆନ୍ତର୍ଜାତିକ ମଧୁମେହ ସଂଘ ଓ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ୱାରା ୧୯୯୧ରେ ପ୍ରଥମେ ଏହି ଦିବସ ପାଳନ କରାଯିବାର ପରିକଳ୍ପନା କରାଯାଇଥିଲା। ପରେ ୨୦୦୬ରେ ଜାତିସଂଘର ସାଧାରଣ ପରିଷଦରେ ଏହି ଦିବସ ପାଳନ କରାଯିବା ଲାଗି ସ୍ଥିର କରାଯାଇଥିଲା। ୧୪ ନଭେମ୍ବରରେ ଏହି ଦିବସ ପାଳନ କରାଯିବାର ଏକ ବିଶେଷତ୍ୱ ରହିଛି। ୧୯୯୨ରେ ଚାଲ୍ସ ବେଷ୍ଟଙ୍କ ସହ ମିଶି ଫେଡ୍‌ରିକୁ ବାଣ୍ଟିଙ୍ଗ୍‌ ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବା ଲାଗି ଇନ୍‌ସୁଲିନ୍‌ ଆବିଷ୍କାର କରିଥିଲେ। ତେଣୁ ଏହାକୁ ମନେରଖିବା ପାଇଁ ବାଣ୍ଟିଙ୍ଗ୍‌ଙ୍କ ଜନ୍ମଦିନ (୧୪ ନଭେମ୍ବର)କୁ ବିଶ୍ୱ ମଧୁମେହ ଦିବସ ଭାବେ ପାଳନ କରାଯାଉଛି।
ଇନ୍‌ସୁଲିନ୍‌
ପୃଥୁଳତା ଏବଂ ଡାଇବେଟିସ୍‌ ମଧ୍ୟରେ ପ୍ରତ୍ୟକ୍ଷ ସମ୍ବନ୍ଧ ରହିଛି । ଅବଶ୍ୟ ଅଧିକାଂଶ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ଏଥିରେ ବଂଶଗତ ପ୍ରଭାବ ପରିଲକ୍ଷିତ ହୋଇଥାଏ। ପୃଥୁଳତା ବା ଓବେସିଟି ବଢ଼ିଗଲେ ତାହା ରକ୍ତରେ ସୁଗାର ପରିମାଣ ବଢ଼ାଇଦିଏ। ରକ୍ତରେ ଚର୍ବି ଜମିଲେ ମଧ୍ୟ ତାହା ଡାଇବେଟିସ୍‌ ରୋଗୀଙ୍କ ପାଇଁ କ୍ଷତିକାରକ। ଏପରି ସ୍ଥିତିକୁ ଡାକ୍ତରୀ ଭାଷାରେ ‘ଇନ୍‌ସୁଲିନ୍‌ ରେଜିଷ୍ଟାନ୍ସ’ ବୋଲି କୁହନ୍ତି। ତା’ଛଡ଼ା ପୃଥୁଳତା ଲାଗି ରହିଲେ ଇନ୍‌ସୁଲିନ୍‌ ତିଆରି କରୁଥିବା ‘ବିଟା ସେଲ୍‌’ ନାମକ ଜୀବକୋଷମାନ କ୍ଲାନ୍ତ ହୋଇପଡ଼ନ୍ତି। ପୃଥୁଳକାୟ ବ୍ୟକ୍ତିଙ୍କ ରକ୍ତରେ ଅଧିକ ମାତ୍ରାରେ ଇନ୍‌ସୁଲିନ୍‌ ଥାଇ ମଧ୍ୟ ତାହା ଆଶାନୁରୂପ କାର୍ଯ୍ୟ କରିପାରେନାହିଁ। ତେଣୁ ପୃଥୁଳତା ଡାଇବେଟିସ୍‌ ରୋଗୀଙ୍କ ଚିକିତ୍ସାରେ ଅନ୍ୟତମ ପ୍ରଧାନ ବାଧକ। ମାତ୍ର ଖାଦ୍ୟ ନିୟନ୍ତ୍ରଣ ଓ ନିୟମିତ ବ୍ୟାୟାମକରି ଶରୀରରେ ପୃଥୁଳତାକୁ ହ୍ରାସ କରିଦେଲେ ଡାଇବେଟିସ୍‌ ରୋଗୀଙ୍କ ରକ୍ତରେ ଗ୍ଲୁକୋଜ୍‌ର ମାତ୍ରା କମି ସ୍ବାଭାବିକ ସ୍ତରକୁ ଆସିଯିବା ସୁଗମ ହୋଇଥାଏ।

ଏ ବର୍ଷର ସ୍ଲୋଗାନ୍‌…

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଉଛି। ଡାଇବେଟିସ୍‌କୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଚଳିତ ବର୍ଷ ଏହି ଅବସରରେ ସ୍ଲୋଗାନ୍‌ ରହିଛି ‘ଆକ୍ସେସ୍‌ ଟୁ ଡାଇବେଟିସ୍‌ କେୟାର’। ଯେଉଁମାନେ ଡାଇବେଟିସ୍‌ରେ ପୀଡ଼ିତ ସେମାନଙ୍କର ଠିକ୍‌ ଯନତ୍ ନେବା ଆବଶ୍ୟକ। ନ ହେଲେ ହୁଏତ ସେମାନେ ଡାଇବେଟିସ୍‌ କାରଣରୁ ଅନ୍ୟ ରୋଗ ଦ୍ୱାରା ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି। ପ୍ରାଥମିକ ସ୍ତରରୁ ଯଦି ଏହାର ପ୍ରତିକାର ବ୍ୟବସ୍ଥା ନ କରିବା, ତେବେ ଭବିଷ୍ୟତରେ ଏହା ଆମର ଅଧିକ କ୍ଷତି କରିବାର ସମ୍ଭାବନା ସୃଷ୍ଟି କରିବ। ତେଣୁ ଆମକୁ ଏ ଦିଗରେ ଯଥେଷ୍ଟ ଯତ୍ନଶୀଳ ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri