ମଧୁମେହ: କିଛି କଥା

ଡାଇବେଟିସ୍‌ ଅର୍ଥାତ୍‌ ମଧୁମେହ ରୋଗ ପ୍ରାୟତଃ ଖ୍ରୀଷ୍ଟପୂର୍ବ ୧୫୫୦ରୁ ଜଣାପଡିଥିବା ଅନୁମେୟ। ଯେଉଁଥିରେ କି ପରିସ୍ରାରେ ମିଠାଜାତୀୟ ପଦାର୍ଥ ଥିବାର ଦେଖାଯାଇଛି। ୧୬୭୦ରେ ପରିସ୍ରାରେ ଶର୍କରା ଅଂଶ ଥିବା ଏହି ରୋଗଗ୍ରସ୍ଥ ବ୍ୟକ୍ତିମାନଙ୍କଠାରେ ଜଣାପଡିଥିଲା। ୧୮୫୦ରେ ଏହା ଦୁଇ ପ୍ରକାର ଅର୍ଥାତ୍‌ ଯୁବାବସ୍ଥା ଏବଂ ବୟସ୍କଙ୍କଠାରେ ହେଉଥିବା ଜଣାପଡିଲା। ୧୯୮୧ ନଭେମ୍ବର ୧୪ ତାରିଖରେ ଇନ୍‌ସୁଲିନ୍‌ ଆବିଷ୍କାର କରିଥିବା ଫ୍ରେଡରିକ୍‌ ବେଟିଙ୍ଗଙ୍କର ଜନ୍ମ ହୋଇଥିଲା। ସେ ତାଙ୍କର ସହକର୍ମୀ ଚାର୍ଲସ ବେଷ୍ଟଙ୍କ ସହିତ କୁକୁରଠାରୁ ଇନ୍‌ସୁଲିନ୍‌ ସଂଗ୍ରହ କରି ତାହାର ପରୀକ୍ଷା କରିଥିଲେ। ପରେ ଅନ୍ୟ ପ୍ରାଣୀମାନଙ୍କଠାରୁ ଏହା ସଂଗ୍ରହ ହୋଇଥିଲା ଓ ପରବର୍ତ୍ତୀ ସମୟରେ ଏହାର ସିନ୍ଥେସିସ୍‌ ହୋଇପାରିଥିଲା। ତାଙ୍କର ଜନ୍ମ ଦିବସକୁ ଗତ ୧୯୯୧ରୁ ବିଶ୍ୱ ଡାଇବେଟିସ୍‌ ଦିବସ ଭାବରେ ପାଳନ କରାଯାଇଆସୁଅଛି। ଏହାକୁ ନୀଳ ବୃତ୍ତ (ବ୍ଲୁ ସର୍କଲ) ଦ୍ୱାରା ପ୍ରସାର କରାଯାଉଛି। ଏଥିପାଇଁ ତିନୋଟି ମହତ୍ତ୍ୱପୂର୍ଣ୍ଣ କାମ କରାଯିବା ଉଚିତ। ୧. ବ୍ଲୁ ସର୍କଲର ପ୍ରତୀକ ପିନ୍ଧନ୍ତୁ। ୨. ଡାଇବେଟିସ୍‌ ସଚେଚତନା କରନ୍ତୁ ଏବଂ ଅନ୍ୟମାନଙ୍କୁ ଜଣାନ୍ତୁ। ୩.ନିଜେ ରକ୍ତ ପରୀକ୍ଷା କରନ୍ତୁ ଏବଂ ଅନ୍ୟମାନଙ୍କୁ ରକ୍ତ ପରୀକ୍ଷା କରିବାକୁ କୁହନ୍ତୁ।
ଗତବର୍ଷ ହୋଇଥିବା ଏକ ଆକଳନରୁ ଜଣାପଡିଛି ଯେ ବିଶ୍ୱରେ ୫୩୭ ମିଲିୟନ ଅର୍ଥାତ୍‌ ୫୪ କୋଟି (ପ୍ରତି ଦଶ ଜଣରେ ଜଣେ) ଡାଇବେଟିସ୍‌ରେ ପୀଡିତ। ଏହି ସଂଖ୍ୟା ୨୦୩୦ ବେଳକୁ ୬୫ କୋଟି ଏବଂ ୨୦୪୫ ବେଳକୁ ୭୮ କୋଟିରେ ପହଞ୍ଚତ୍ୟିବ। ପ୍ରତି ଦୁଇ ଜଣରେ ଜଣେ ବ୍ୟକ୍ତି (୪୪ ପ୍ରତିଶତ) ସେମାନଙ୍କର ଡାଇବେଟିସ୍‌ ନିର୍ଣ୍ଣୟ କରାଇ ନ ଥାନ୍ତି ଅର୍ଥାତ୍‌ ସେମାନଙ୍କର ଡାଇବେଟିସ୍‌ ଥାଇ ମଧ୍ୟ ଜାଣି ନ ଥାନ୍ତି। ଏପରି ବ୍ୟକ୍ତିଙ୍କ ସଂଖ୍ୟା ୨୪ କୋଟି ଅଟେ। ପ୍ରତି ଚାରି ଜଣରୁ ତିନି ଜଣ ଡାଇବେଟିସ୍‌ ବ୍ୟକ୍ତି ନିମ୍ନ ବା ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ହୋଇଥାଆନ୍ତି। ପ୍ରାୟ ୧୨ ଲକ୍ଷ ଶିଶୁ ଓ କିଶୋର ମଧ୍ୟ ଡାଇବେଟିସ୍‌ରେ ପୀଡିତ। ଗତ ବର୍ଷ ପ୍ରାୟ ୬୭ ଲକ୍ଷ ଲୋକ ଡାଇବେଟିସ୍‌ କାରଣରୁ ମୃତ୍ୟୁ ମୁଖରେ ପଡିଥିଲେ। ସମୁଦାୟ ସ୍ବାସ୍ଥ୍ୟ ବଜେଟର ୯ ପ୍ରତିଶତ ଅର୍ଥାତ୍‌ ୯୬୬ ବିଲିୟନ ଡଲାର ଏହି ରୋଗ ପାଇଁ ବ୍ୟୟ କରାଯାଇଛି। ଗର୍ଭାବସ୍ଥା ସମୟରେ ଛଅଟି ଶିଶୁ ମଧ୍ୟରୁ ଗୋଟିଏ ଏହାଦ୍ୱାରା ପ୍ରଭାବିତ ହୋଇଥାଏ। ଡାଇବେଟିସ୍‌ ସାଧାରଣତଃ ଇନସୁଲିନ୍‌ ନାମକ ଏକ ଅନ୍ତସ୍ରାବୀ ହରମୋନ୍‌ ଅଭାବରୁ ହୋଇଥାଏ। ଏହାର ସମ୍ପୂର୍ଣ୍ଣ ଅଭାବ ହେଲେ ପ୍ରକାର-୧ ଏବଂ ଆଂଶିକ ଅଭାବ ହେଲେ ପ୍ରକାର-୨ ଡାଇବେଟିସ୍‌ ହୋଇଥାଏ। ଇନ୍‌ସୁଲିନ୍‌ ପ୍ରତିରୋଧ ମାତ୍ରା ଏବଂ ଏହା କାର୍ଯ୍ୟ କରୁଥିବା ଲକ୍ଷ୍ୟସ୍ଥଳ ଅଙ୍ଗଗୁଡିକର ଶିଥିଳତା ମଧ୍ୟ ଏହି ରୋଗ ପାଇଁ ଦାୟୀ।
ଶରୀରର ପ୍ରତ୍ୟେକ କୋଷରେ ଇନ୍‌ସୁଲିନ ଗ୍ରହଣ ସ୍ଥାନ ଥାଏ। ଇନ୍‌ସୁଲିନର କାର୍ଯ୍ୟକାରିତା ପାଇଁ ଏହା ନିହାତି ଆବଶ୍ୟକ ହୋଇଥାଏ। ଇନ୍‌ସୁଲିନ ସାଧାରଣତଃ ଶର୍କରାଜାତୀୟ ଖାଦ୍ୟର ବିପାଚନ ଓ ଉପଯୋଗ କରିଥାଏ ଏବଂ ଏହାଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଏହା ମଧ୍ୟ କୋଷମାନଙ୍କର ଶର୍କରା ଗ୍ରହଣ ବଢ଼ାଇଥାଏ। ମାଂସପେଶୀ ଓ ଅନ୍ୟ ତନ୍ତୁମାନଙ୍କୁ ଶର୍କରା ମଧ୍ୟ ଯୋଗାଇଥାଏ। ଲିଭର ବା ଯକୃତରେ ଗ୍ଲୁକୋଜ ହେବା କମାଇଥାଏ। ଗ୍ଲାଇକୋଜେନ ବିଘଟନ କମାଏ ଏବଂ ମାଂସପେଶୀମାନଙ୍କରେ ଗ୍ଲାଇକୋଜେନ୍‌ ବଢ଼ାଇଥାଏ। ଏହାଫଳରେ ଶର୍କରା ଉପଯୋଗ ହୋଇଥାଏ ଓ ଇନ୍‌ସୁଲିନର ଅଭାବ ଶର୍କରା କୋଷ ମଧ୍ୟରେ ପ୍ରବେଶ କରି ନ ପାରି ରକ୍ତରେ ଏହାର ମାତ୍ରା ବୃଦ୍ଧି ପାଇଥାଏ।
ଡାଇବେଟିସ୍‌ ମଧ୍ୟ ବଂଶାନୁକ୍ରମିକ ଭାବେ ହୋଇଥାଏ। ସାଧାରଣତଃ ସମସ୍ତ ଡାଇବେଟିସ୍‌ ସଂଖ୍ୟାର ୯୦ ପ୍ରତିଶତ ପ୍ରକାର-୨ ହୋଇଥିବା ବେଳେ ୧୦ ପ୍ରତିଶତ ପ୍ରକାର-୧ ହୋଇଥାଏ। ପ୍ରକାର-୨ ପାଇଁ ଔଷଧ ଏବଂ କେତେକ କ୍ଷେତ୍ରରେ ଇନ୍‌ସୁଲିନର ଆବଶ୍ୟକ ହେଉଥିବା ବେଳେ ପ୍ରକାର-୧ ପାଇଁ ଇନ୍‌ସୁଲିନ ହିଁ ଆବଶ୍ୟକ ପଡିଥାଏ। ପ୍ରକାର-୧ ଡାଇବେଟିସ୍‌ରେ ଅଙ୍ଗପ୍ରତ୍ୟଙ୍ଗ ପ୍ରଭାବିତ ହୁଏ ଏବଂ ଇନ୍‌ସୁଲିନ ନେଲେ ବିଳମ୍ବ ହୁଏ। ଏହାଦ୍ୱାରା ଆକ୍ରାନ୍ତ ଶିଶୁ-କିଶୋରମାନଙ୍କୁ କବେଳ ଇନ୍‌ସୁଲିନରେ ହିଁ ଚିକିତ୍ସା କରାଯାଏ। ଅନ୍ୟପକ୍ଷରେ ପ୍ରକାର-୨ ଡାଇବେଟିସ୍‌ ଦ୍ୱାରା ଆକ୍ରାନ୍ତ ମଧ୍ୟବୟସ୍କ, ବୟସ୍କମାନଙ୍କୁ ଔଷଧ ଏବଂ କେତେକ ଜଟିଳ କ୍ଷେତ୍ରରେ ଇନ୍‌ସୁଲିନର ଚିକିତ୍ସା କରାଯାଇଥାଏ। ଏମାନେ ଖାଦ୍ୟ, ଔଷଧ, କାର୍ଯ୍ୟ ଏବଂ ବ୍ୟାୟାମ ଉପରେ ଅଧିକ ଗୁରୁତ୍ୱ ଦେବା ଦରକାର। ବର୍ତ୍ତମାନ ବଜାରରେ ଅନେକ ପ୍ରକାର ଇନ୍‌ସୁଲିନ ଯଥା-ରେଗୁଲାର, ୩୦/୭୦, ୫୦/୫୦, ୭୫/୭୫, ଡେଟେମିର୍‌, ଗ୍ଲାରଜାଇନ୍‌ ଆଦି ଉପଲବ୍ଧ। ମାତ୍ର ଏଗୁଡିକ ନେବା ପୂର୍ବରୁ ଇନ୍‌ସୁଲିନ ମାତ୍ରା ସମୟ ଏବଂ ଅନ୍ୟାନ୍ୟ ବିଷୟରେ ବିଶଦ ଭାବରେ ଅନ୍ତସ୍ରାବୀ ବିଶେଷଜ୍ଞ କିମ୍ବା ଭେଷଜ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ନିହାତି ଦରକାର।
ଇନ୍‌ସୁଲିନ ନେଉଥିବା କିମ୍ବା ଡାଇବେଟିସ୍‌ ମେଡିସିନ ଖାଉଥିବା ଲୋକମାନେ ରକ୍ତରେ ଶର୍କରା ନୂ୍ୟନତା ସମ୍ପର୍କରେ ସତର୍କ ରହିବା ନିହାତି ଦରକାର। ତା’ ସହ ଇନ୍‌ସୁଲିନ ନେବା ଏବଂ ଔଷଧ ଖାଇବାର ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ଖାଦ୍ୟ ଖାଇବା ନିହାତି ଆବଶ୍ୟକ।

ଡା. ରାମଚନ୍ଦ୍ର ରାଉତ
– ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ : ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri