ପାର୍ଟଟାଇମ୍‌ ଆକ୍ଟିଂ କରିବାକୁ ଆଗ୍ରହୀ ଦିଆ

ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ଅଭିନୟ ବ୍ୟତୀତ ପରିବେଶ ସୁରକ୍ଷା ନେଇ ପ୍ରାୟତଃ ସ୍ବର ଉତ୍ତୋଳନ କରିଥାନ୍ତି। ସେ ନିଜ କ୍ୟାରିୟରରେ ପାର୍ଟଟାଇମ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି। ଫଳରେ ସେ ଅଧିକ ସମୟ ପରିବେଶକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ କରିପାରିବେ। ନିକଟରେ ଏକ ସାକ୍ଷାତକାରରେ ଦିଆ ଏକଥା କହିଛନ୍ତି।
ଦିଆ ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି)ର ବ୍ରାଣ୍ଡଆମ୍ବାସାଡର ଅଛନ୍ତି। ନିକଟରେ ଭାରତରେ ୟୁଏନଇପିର ମୁଖ୍ୟଙ୍କୁ କହିଥିଲେ ଯେ, ମୁଁ ପାର୍ଟ ଟାଇମ କାମ କରେ। ମୋର ଅଧିକାଂଶ ସମୟ ଦେଶରେ ଶକ୍ତି ସଂରକ୍ଷଣ ଲାଗି ପ୍ରୟାସ ଏବଂ ପରିବେଶଜନିତ କାର୍ଯ୍ୟରେ ବ୍ୟୟ ହୋଇଥାଏ। ଆମ ଯୁବପିଢିର ବର୍ତ୍ତମାନ ଏବଂ ଭବିଷ୍ୟତକୁ ରକ୍ଷା କରିବାର ଏକମାତ୍ର ଉପାୟ ହେଉଛି ସମାଧାନରେ ଯୋଗଦାନ ଯାହାକି ଏକ ପରିବର୍ତ୍ତନ ଆଣିପାରେ। ଭବିଷ୍ୟତରେ ମଧ୍ୟ ଦିଆ ଚଳଚ୍ଚିତ୍ର ମାଧ୍ୟମରେ ପ୍ରକୃତି ବିଷୟରେ ଲୋକଙ୍କୁ ସଚେତନ କରାଇବାକୁ ଚାହୁଁଛନ୍ତି।

Share