Posted inଖେଳ

ଧୋନୀଙ୍କ ଭବିଷ୍ୟବାଣୀ ହେଲା ସତ: ୮ ବର୍ଷ ପୂର୍ବରୁ କହିଥିଲେ ଏପରି

ମୁମ୍ବାଇ,୨୭।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକତ୍ୱର ପ୍ରଥମ ବର୍ଷରେ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। କିନ୍ତୁ ଗତ କିଛି ବର୍ଷ ଧରି ସେ ଟୁଇଟର୍‌ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମଠାରୁ ଦୂରରେ ରହିଆସିଛନ୍ତି। ଏହା ସତ୍ତ୍ୱେ ତାଙ୍କର ପୁରୁଣା ଟୁଇଟ୍‌ ଭାଇରାଲ ହୋଇଛି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଆଇପିଏଲ ୨୦୨୧ରେ ସିଏସ୍‌କେ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ମ୍ୟାଚ ପରେ ସମାନ ଘଟଣା ଘଟିଛି। ରବିନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚେନ୍ନାଇ ଏହି ମ୍ୟାଚକୁ ୬୯ ରନରେ ଜିତିଛି। ଏହି ମ୍ୟାଚ ପରେ ଧୋନୀଙ୍କ ୮ ବର୍ଷ ପୁରୁଣା ଟୁଇଟ୍‌ ଭାଇରାଲ ହେବାକୁ ଲାଗିଛି। ଧୋନୀ ଏହି ଟୁଇଟ ୨୦୧୩, ଏପ୍ରିଲ ୯ରେ କରିଥିଲେ। ଏଥିରେ ସେ ଜାଡେଜାଙ୍କୁ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ରଜନୀକାନ୍ତଙ୍କ ସହ ତୁଳନା କରିଥିଲେ। ଧୋନୀ ଏହା ପରେ ଲେଖିଥିଲେ ଯେ ଭଗବାନ ଅନୁଭବ କରିଛନ୍ତି ଯେ ରଜନୀ ସାର୍‌ ଏବେ ବୃଦ୍ଧ ହେବାରେ ଲାଗିଲେଣି, ତେଣୁ ସେ ସାର୍‌ ରବିନ୍ଦ୍ର ଜାଡେଜାଙ୍କୁ ତିଆରି କରିଛନ୍ତି। ଧୋନୀଙ୍କ ପୁରୁଣା ଟୁଇଟ୍‌ରେ ଲୋକମାନେ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଧୋନୀଙ୍କ ଏହି ଟୁଇଟ୍‌ ଶତ ପ୍ରତିଶତ ସତ୍ୟ ବୋଲି ୟୁଜର୍ସ କହିଛନ୍ତି।
ସୂଚନାଯୋଗ୍ୟ, ଆଇପିଏଲ ୨୦୨୧ର ୧୯ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି) ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ବଲ, ବ୍ୟାଟ ଏବଂ ଫିଲ୍ଡିଂ ସମେତ ତିନୋଟି ବିଭାଗରେ ସିଏସ୍‌କେର ବିଜୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ଦଳ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିଥିଲା। ଆରସିବି ବିପକ୍ଷ ମ୍ୟାଚରେ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଜାଡେଜା ୨୮ ବଲରୁ ଅପରାଜିତ ୬୨ ସ୍କୋର କରିଥିଲେ। ଏହି ଇନିଂସରେ ଜାଡେଜାଙ୍କ ଷ୍ଟ୍ରାଇକ ହାର ୨୨୧ରୁ ଅଧିକ ଥିଲା। ସେ ଚଳିତ ସିଜନରେ ସର୍ବାଧିକ ଉଇକେଟ ଟେକର ହର୍ଷଲ ପଟେଲଙ୍କ ଏକ ଓଭରରେ ୫ ଛକା ମାରି ମୋଟ ୩୭ ରନ ସଂଗ୍ରହ କରିଥିଲେ। ଏଥିସହ ସେ ୪ ଓଭରରେ ୧୩ ରନ ଦେଇ ତିନୋଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri