Posted inଖେଳ

ଧୋନୀଙ୍କ ଭବିଷ୍ୟବାଣୀ ହେଲା ସତ: ୮ ବର୍ଷ ପୂର୍ବରୁ କହିଥିଲେ ଏପରି

ମୁମ୍ବାଇ,୨୭।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକତ୍ୱର ପ୍ରଥମ ବର୍ଷରେ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। କିନ୍ତୁ ଗତ କିଛି ବର୍ଷ ଧରି ସେ ଟୁଇଟର୍‌ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମଠାରୁ ଦୂରରେ ରହିଆସିଛନ୍ତି। ଏହା ସତ୍ତ୍ୱେ ତାଙ୍କର ପୁରୁଣା ଟୁଇଟ୍‌ ଭାଇରାଲ ହୋଇଛି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଆଇପିଏଲ ୨୦୨୧ରେ ସିଏସ୍‌କେ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ମ୍ୟାଚ ପରେ ସମାନ ଘଟଣା ଘଟିଛି। ରବିନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚେନ୍ନାଇ ଏହି ମ୍ୟାଚକୁ ୬୯ ରନରେ ଜିତିଛି। ଏହି ମ୍ୟାଚ ପରେ ଧୋନୀଙ୍କ ୮ ବର୍ଷ ପୁରୁଣା ଟୁଇଟ୍‌ ଭାଇରାଲ ହେବାକୁ ଲାଗିଛି। ଧୋନୀ ଏହି ଟୁଇଟ ୨୦୧୩, ଏପ୍ରିଲ ୯ରେ କରିଥିଲେ। ଏଥିରେ ସେ ଜାଡେଜାଙ୍କୁ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ରଜନୀକାନ୍ତଙ୍କ ସହ ତୁଳନା କରିଥିଲେ। ଧୋନୀ ଏହା ପରେ ଲେଖିଥିଲେ ଯେ ଭଗବାନ ଅନୁଭବ କରିଛନ୍ତି ଯେ ରଜନୀ ସାର୍‌ ଏବେ ବୃଦ୍ଧ ହେବାରେ ଲାଗିଲେଣି, ତେଣୁ ସେ ସାର୍‌ ରବିନ୍ଦ୍ର ଜାଡେଜାଙ୍କୁ ତିଆରି କରିଛନ୍ତି। ଧୋନୀଙ୍କ ପୁରୁଣା ଟୁଇଟ୍‌ରେ ଲୋକମାନେ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଧୋନୀଙ୍କ ଏହି ଟୁଇଟ୍‌ ଶତ ପ୍ରତିଶତ ସତ୍ୟ ବୋଲି ୟୁଜର୍ସ କହିଛନ୍ତି।
ସୂଚନାଯୋଗ୍ୟ, ଆଇପିଏଲ ୨୦୨୧ର ୧୯ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି) ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ବଲ, ବ୍ୟାଟ ଏବଂ ଫିଲ୍ଡିଂ ସମେତ ତିନୋଟି ବିଭାଗରେ ସିଏସ୍‌କେର ବିଜୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ଦଳ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିଥିଲା। ଆରସିବି ବିପକ୍ଷ ମ୍ୟାଚରେ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଜାଡେଜା ୨୮ ବଲରୁ ଅପରାଜିତ ୬୨ ସ୍କୋର କରିଥିଲେ। ଏହି ଇନିଂସରେ ଜାଡେଜାଙ୍କ ଷ୍ଟ୍ରାଇକ ହାର ୨୨୧ରୁ ଅଧିକ ଥିଲା। ସେ ଚଳିତ ସିଜନରେ ସର୍ବାଧିକ ଉଇକେଟ ଟେକର ହର୍ଷଲ ପଟେଲଙ୍କ ଏକ ଓଭରରେ ୫ ଛକା ମାରି ମୋଟ ୩୭ ରନ ସଂଗ୍ରହ କରିଥିଲେ। ଏଥିସହ ସେ ୪ ଓଭରରେ ୧୩ ରନ ଦେଇ ତିନୋଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri