ଫିଲ୍ମ ଜଗତରେ ଧୋନୀଙ୍କ ଏଣ୍ଟ୍ରି

ଚେନ୍ନାଇ: କ୍ରିକେଟରୁ ଅବସର ନେବା ପରେ ମହେନ୍ଦ୍ର ସିଂ ଧୋନୀ ଫିଲ୍ମରେ ପାଦ ଥାପିବାକୁ ଯାଉଛନ୍ତି। ଏକାଧିକ ଜାତୀୟ ଗଣମାଧ୍ୟରେ ଏ ନେଇ ଖବର ପ୍ରକାଶ ପାଇଥିବାବେଳେ ଧୋନୀଙ୍କ ତରଫରୁ ଏ ବାବଦ ସୂଚନା ସ୍ପଷ୍ଟ ହୋଇନାହିଁ। ତାମିଲ ଫିଲ୍ମ ଜରିଆରେ ସେ ଏଣ୍ଟରଟେନ୍‌ମେଣ୍ଟ ଜଗତକୁ ପ୍ରବେଶ କରିବେ ବୋଲି ଆଲୋଚନା ହେଉଛି। ତାମିଲ ଫିଲ୍ମ ନିର୍ଦ୍ଦେଶକ ଲୋକେଶ କାନାଗାରେଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ଫିଲ୍ମରେ ଧୋନୀଙ୍କୁ ତାଙ୍କ ଫ୍ୟାନ୍ସମାନେ ଦେଖିବାକୁ ପାଇବେ। କିଛିମାସ ପୂର୍ବେ ସାଉଥ୍‌ ସୁପରଷ୍ଟାର ଥଲପତି ବିଜୟଙ୍କ ସହ ଫିଲ୍ମ କରିବା ନେଇ ଗୁଜବ ଉଠିଥିଲା। ୨୦୨୦ରେ ଧୋନୀ କ୍ରିକେଟରୁ ଅବସର ନେଇଥିଲେ। ସେ ଭାରତୀୟ ସେନାରେ ମଧ୍ୟ କାର୍ଯ୍ୟ କରିଛନ୍ତି। କ୍ରିକେଟ ବ୍ୟତୀତ ଅନେକ କମର୍ସିଆଲ ବିଜ୍ଞାପନରେ ଧୋନୀଙ୍କ ଅଭିନୟ ଦେଖିବାକୁ ମିଳିଛି। ତାଙ୍କ ଫ୍ୟାନ୍‌, ଫଲୋୟର୍ସ କୌଣସି ସୁପରଷ୍ଟାରଠାରୁ କମ୍‌ ନୁହେଁ। ଆଗାମୀ ଦିନରେ ଧୋନୀ ଫିଲ୍ମରେ ଅଭିନୟ କଲେ ତାଙ୍କୁ ସମାନ ଭଲପାଇବା ମିଳିବ ବୋଲି ଆଶା ରଖାଯାଇଛି।

Share