Categories: ଖେଳ

ହୃଦୟ ଜିତିଲେ ଧୋନୀ

ଚେନ୍ନାଇ୨୮।୩: ଆଇପିଏଲର ୧୬ତମ ସଂସ୍କରଣ ଚଳିତ ବର୍ଷ ୩୧ ମାର୍ଚ୍ଚରୁ ଆରମ୍ଭ ହେଉଛି। ଆଇପିଏଲ ୨୦୨୩ରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି କ୍ରିକେଟ ପଡ଼ିଆକୁ ଫେରିବେ। ସେ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଉଛନ୍ତି। ତାଙ୍କୁ ଦେଖିବା ପାଇଁ ଏବେଠାରୁ ଚେନ୍ନାଇରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଛି। ନିକଟରେ ଧୋନୀ ଚେନ୍ନାଇର ଚିପକ୍‌ ଷ୍ଟାଡିୟମରେ ପହଞ୍ଚି ଅଭ୍ୟାସ କରିଛନ୍ତି। ଅଭ୍ୟାସ ପରେ ସେ ଷ୍ଟାଡିୟମରେ ଥିବା ଚେୟାର୍‌ ଗୁଡିକରେ ରଙ୍ଗ ସ୍ପ୍ରେ କରୁଥିବା ଦେଖିାଯାଇଥିଲା।
ସିଏସକେ ମ୍ୟାନେଜର ରସେଲ ରାଧାକ୍ରିଷ୍ଣନଙ୍କ ସହ ଧୋନୀ ଷ୍ଟାଡିୟମର ଚେୟାରରେ ଆରାମରେ ସ୍ପ୍ରେ କରୁଥିବା ଦେଖିବାକୁ ମିଳିଥିଲା। ସିଏଏସକେର ଅଫିସିଆଲ ଟୁଇଟର୍‌ରେ ଧୋନୀଙ୍କ ଏହି ଭିଡିଓ ଶେୟାର କରାଯାଇଛି।
ଏହି ଭିଡିଓକୁ ଲକ୍ଷ ଲକ୍ଷ ପ୍ରଶଂସକ ପସନ୍ଦ କରିଛନ୍ତି। ତାଙ୍କୁ ଅନେକ କିମ୍ବଦନ୍ତୀ ବୋଲି ଆଖ୍ୟା ଦେଇଛନ୍ତି। ତାଙ୍କ ସରଳତାକୁ ପ୍ରତ୍ୟେକ ଥର ପରି ସମସ୍ତେ ପ୍ରଶଂସା କରିଛନ୍ତି।

Share