Categories: ଖେଳ

ଅନ୍‌ଲାଇନ୍‌ କୋଚିଂ ଆରମ୍ଭ କରିବେ ଧୋନୀ

ନୂଆଦିଲ୍ଲୀ, ୧।୭: କ୍ରିକେଟର ଏମ୍‌.ଏସ୍‌. ଧୋନୀ ଜୁଲାଇ ୨ରୁ ଅନ୍‌ ଲାଇନ୍‌ କୋଚିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ୬ରୁ ୮ ବର୍ଷରୁ ଛୋଟ ପିଲା ଯୋଗଦେବେ ବୋଲି କୁହାଯାଉଛି। ଧୋନୀଙ୍କ ଏକାଡେମୀ ଆର୍କା ସ୍ପୋର୍ଟସ ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ ମିଳିତ ଭାବେ କାର୍ଯ୍ୟ କରିବେ। ଲକ୍‌ଡାଉନ୍‌ରେ ଧୋନୀ ନିଜ ଘରେ ବଗିଚା କାମରେ ବ୍ୟସ୍ତ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ଏକ ବର୍ଷ ଧରି ଖେଳଠାରୁ ଦୂରେଇ ରହିଛନ୍ତି। ୨୦୧୯ ଜୁଲାଇରେ ସେ ଶେଷ ମ୍ୟାଚ୍‌ ଖେଳିଥିଲେ। ଏବେ ସେ ତାଙ୍କର ନୂଆ ଅଭିଯାନ କୋଚିଂ ଅନ୍‌ଲାଇନ୍‌ରେ କରିବାକୁ ମନସ୍ଥ କରିଛନ୍ତି। ଜୁଲାଇ ୭ରେ ଧୋନୀ ୩୯ ବର୍ଷରେ ପାଦ ଦେବେ। ଏହା ପୂର୍ବରୁ ସେ ଏଭଳି ଅଭିଯାନ ଆରମ୍ଭ ଉପରେ ଗୁରୁତ୍ୱାରୋପ କରିଛନ୍ତି।

Share