Categories: ଖେଳ

ଦଳ ଚାମ୍ପିଅନ୍‌ ହେବା ପରେ କାହାକୁ ପ୍ରଥମେ ଫୋନ କରିଥିଲେ ଧୋନୀ

ଶାରଜା,୧୭।୧୦: ଆଇପିଏଲ୍‌ ୨୦୨୧ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବାଜି ମାରି ନେଇଛି। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଚତୁର୍ଥଥର ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଛି। ମ୍ୟାଚ୍‌ ଜିତିବା ପରେ ଧୋନୀ ଏବଂ ଦଳର ଅନ୍ୟ ଖେଳାଳି ପଡିଆରେ ଥିଲେ। ଏହି ସମୟରେ ଧୋନୀ କାହା ସହ ଫୋନରେ କଥା ହୋଇଥିଲେ। ତେବେ ସେ କାହା କଥା ହେଉଥିଲେ ସେନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। କୋଲକତା ବିପକ୍ଷରେ ଫାଇନାଲ ମ୍ୟାଚ୍‌ ହାରିବା ପରେ ଧୋନୀ ଏବଂ ସାଥୀ ଅନ୍ୟ ଖେଳାଳିଙ୍କ ପରିବାର ସହ ପଡିଆରେ ଥିଲେ। ଚେନ୍ନାଇ ସୁପର କିଙ୍ଗସର ଜଣେ ଷ୍ଟାଫ୍‌ ଧୋନୀଙ୍କୁ ଆଣି ଫୋନ୍‌ ଦେଇଥିଲେ। ପରେ ଧୋନୀ ତୁରନ୍ତ ଫୋନ୍‌ ହସି ହସି କଥା ହେବାକୁ ଲାଗିଥିଲେ। ଧୋନୀଙ୍କୁ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା କ୍ଷଣି ପ୍ରଶଂସକ ବିିଭିନ୍ନ ପ୍ରକାର ମନ୍ତବ୍ୟ ଦେଇଥିଲେ। କେହି କେହି ଧୋନୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଉଥିବା କହୁଥିବାବେଳେ ଆଉ କେହି କେହି ଚେନ୍ନାଇ ସୁପର କିଙ୍ଗ୍ସ ମାଲିକ ଏନ୍‌ ଶ୍ରୀନିବାସନଙ୍କ ସହ କଥା ହେଉଥିବା କହିଥିଲେ।

Share