Posted inଖେଳ

ଧୋନୀଙ୍କୁ ପଛରେ ପକାଇଦେଲେ ରୋହିତ ଶର୍ମା

ରାଜକୋଟ,୧୫।୨: ରାଜକୋଟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ଶତକ ହାସଲ କରିଥିଲେ। ସେ ନିଜ ଟେଷ୍ଟ କ୍ୟାରିୟରର ୧୧ତମ ଶତକକୁ ୧୫୭ ବଲରେ ପୂରଣ କରିଥିଲେ। ରାଜକୋଟରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଗୋଟିଏ ସମୟରେ ଭାରତୀୟ ଦଳ ୩୩ ରନରେ ୩ଟି ଉଇକେଟ ହରାଇଥିଲା। ଏହା ପରେ ରୋହିତ ରବୀନ୍ଦ୍ର ଜାଡେଜାଙ୍କ ସହ ଚତୁର୍ଥ ଉଇକେଟ ପାଇଁ ୨୦୪ ରନ ରେକର୍ଡ ଭାଗିଦାରୀ କରି ଭାରତକୁ ଏକ ଶକ୍ତିଶାଳୀ ସ୍ଥିତିରେ ରଖିଥିଲେ।
ଭାରତ ପାଇଁ ଶତକ ସ୍କୋର କରିବାରେ ସେ ୧୫ତମ ସ୍ଥାନକୁ ଆସିଛନ୍ତି। ଏହି ଫର୍ମାଟରେ ସଚିନ ତେନ୍ଦୁଲକର ସର୍ବାଧିକ ଶତକ ସ୍କୋର କରିଥିଲେ। ତାଙ୍କ ନାମରେ ୫୧ ଶତକ ଅଛି। ଜୁଲାଇ ୨୦୨୩ ପରେ ରୋହିତ ଟେଷ୍ଟରେ ତାଙ୍କର ପ୍ରଥମ ଶତକ ହାସଲ କରିଛନ୍ତି।
ରୋହିତ ଆଜି ତାଙ୍କ ଇନିଂସରେ ୩ଟି ଛକା ମାରିଥିଲେ। ଏହା ସହ ସେ ଟେଷ୍ଟରେ ସର୍ବାଧିକ ଛକା ମାରିବା ମାମଲାରେ ପୂର୍ବତନ ଭାରତୀୟ ଟେଷ୍ଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି। ଟେଷ୍ଟରେ ଦ୍ୱିତୀୟ ସର୍ବାଧିକ ଛକା ମାରିଥିବା ହିଟମ୍ୟାନ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ନାମରେ ୮୦ଟି ଛକା ଅଛି। ଧୋନୀଙ୍କ ନାମରେ ୭୮ ଛକା ଥିଲା। ବର୍ତ୍ତମାନ ରୋହିତ କେବଳ ବୀରେନ୍ଦ୍ର ସେହ୍ବାଗଙ୍କ ପଛରେ ଅଛନ୍ତି। ସେହ୍ବାଗ ତାଙ୍କ ଟେଷ୍ଟ କ୍ୟାରିୟରରେ ୯୧ ଛକା ମାରିଥିଲେ।
ସଚିନ ତେନ୍ଦୁଲକର ଟେଷ୍ଟରେ ୬୯ ଛକା ମାରିଥିଲେ। ଏଥି ସହ କପିଲ ଦେବ ୬୧ ଛକା ସହ ପଞ୍ଚମ ସ୍ଥାନରେ ଏବଂ ରବିନ୍ଦ୍ର ଜାଡେଜା ୬୦ଟି ଛକା ସହ ଷଷ୍ଠ ସ୍ଥାନରେ ଅଛନ୍ତି। ସାମଗ୍ରିକ ଟେଷ୍ଟରେ ସର୍ବାଧିକ ଛକା ମାରିବାର ରେକର୍ଡ ବେନ ଷ୍ଟୋକ୍ସଙ୍କ ନାମରେ ଅଛି। ଷ୍ଟୋକ୍ସ ୧୨୮ଛକା ମାରିଛନ୍ତି। ୧୦୭ ଛକା ସହ ବ୍ରାଣ୍ଡନ ମ୍ୟାକକୁଲମ ଦ୍ୱିତୀୟ ସ୍ଥାନରେ ଏବଂ ଆଡାମ ଗିଲକ୍ରିଷ୍ଟ ୧୦୦ ଛକା ସହ ତୃତୀୟ ସ୍ଥାନରେ ଅଛନ୍ତି। ଟେଷ୍ଟରେ ସର୍ବାଧିକି ଛକା ମାରିବାରେ ରୋହିତ ମୋଟ ୧୬ତମ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri