Posted inଖେଳ

ଧୋନୀଙ୍କୁ ପଛରେ ପକାଇଦେଲେ ରୋହିତ ଶର୍ମା

ରାଜକୋଟ,୧୫।୨: ରାଜକୋଟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ଶତକ ହାସଲ କରିଥିଲେ। ସେ ନିଜ ଟେଷ୍ଟ କ୍ୟାରିୟରର ୧୧ତମ ଶତକକୁ ୧୫୭ ବଲରେ ପୂରଣ କରିଥିଲେ। ରାଜକୋଟରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଗୋଟିଏ ସମୟରେ ଭାରତୀୟ ଦଳ ୩୩ ରନରେ ୩ଟି ଉଇକେଟ ହରାଇଥିଲା। ଏହା ପରେ ରୋହିତ ରବୀନ୍ଦ୍ର ଜାଡେଜାଙ୍କ ସହ ଚତୁର୍ଥ ଉଇକେଟ ପାଇଁ ୨୦୪ ରନ ରେକର୍ଡ ଭାଗିଦାରୀ କରି ଭାରତକୁ ଏକ ଶକ୍ତିଶାଳୀ ସ୍ଥିତିରେ ରଖିଥିଲେ।
ଭାରତ ପାଇଁ ଶତକ ସ୍କୋର କରିବାରେ ସେ ୧୫ତମ ସ୍ଥାନକୁ ଆସିଛନ୍ତି। ଏହି ଫର୍ମାଟରେ ସଚିନ ତେନ୍ଦୁଲକର ସର୍ବାଧିକ ଶତକ ସ୍କୋର କରିଥିଲେ। ତାଙ୍କ ନାମରେ ୫୧ ଶତକ ଅଛି। ଜୁଲାଇ ୨୦୨୩ ପରେ ରୋହିତ ଟେଷ୍ଟରେ ତାଙ୍କର ପ୍ରଥମ ଶତକ ହାସଲ କରିଛନ୍ତି।
ରୋହିତ ଆଜି ତାଙ୍କ ଇନିଂସରେ ୩ଟି ଛକା ମାରିଥିଲେ। ଏହା ସହ ସେ ଟେଷ୍ଟରେ ସର୍ବାଧିକ ଛକା ମାରିବା ମାମଲାରେ ପୂର୍ବତନ ଭାରତୀୟ ଟେଷ୍ଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି। ଟେଷ୍ଟରେ ଦ୍ୱିତୀୟ ସର୍ବାଧିକ ଛକା ମାରିଥିବା ହିଟମ୍ୟାନ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ନାମରେ ୮୦ଟି ଛକା ଅଛି। ଧୋନୀଙ୍କ ନାମରେ ୭୮ ଛକା ଥିଲା। ବର୍ତ୍ତମାନ ରୋହିତ କେବଳ ବୀରେନ୍ଦ୍ର ସେହ୍ବାଗଙ୍କ ପଛରେ ଅଛନ୍ତି। ସେହ୍ବାଗ ତାଙ୍କ ଟେଷ୍ଟ କ୍ୟାରିୟରରେ ୯୧ ଛକା ମାରିଥିଲେ।
ସଚିନ ତେନ୍ଦୁଲକର ଟେଷ୍ଟରେ ୬୯ ଛକା ମାରିଥିଲେ। ଏଥି ସହ କପିଲ ଦେବ ୬୧ ଛକା ସହ ପଞ୍ଚମ ସ୍ଥାନରେ ଏବଂ ରବିନ୍ଦ୍ର ଜାଡେଜା ୬୦ଟି ଛକା ସହ ଷଷ୍ଠ ସ୍ଥାନରେ ଅଛନ୍ତି। ସାମଗ୍ରିକ ଟେଷ୍ଟରେ ସର୍ବାଧିକ ଛକା ମାରିବାର ରେକର୍ଡ ବେନ ଷ୍ଟୋକ୍ସଙ୍କ ନାମରେ ଅଛି। ଷ୍ଟୋକ୍ସ ୧୨୮ଛକା ମାରିଛନ୍ତି। ୧୦୭ ଛକା ସହ ବ୍ରାଣ୍ଡନ ମ୍ୟାକକୁଲମ ଦ୍ୱିତୀୟ ସ୍ଥାନରେ ଏବଂ ଆଡାମ ଗିଲକ୍ରିଷ୍ଟ ୧୦୦ ଛକା ସହ ତୃତୀୟ ସ୍ଥାନରେ ଅଛନ୍ତି। ଟେଷ୍ଟରେ ସର୍ବାଧିକି ଛକା ମାରିବାରେ ରୋହିତ ମୋଟ ୧୬ତମ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri