Categories: ଖେଳ

ପ୍ରଥମ ବିଜୟ ପରେ ଚହରଙ୍କୁ ନେଇ ବଡ ବୟାନ ଦେଲେ ଚେନ୍ନାଇ ଅଧିନାୟକ, ୨୦୦ତମ ମ୍ୟାଚ୍‌ ଖେଳିବାକୁ ନେଇ…

ନୂଆଦିଲ୍ଲୀ,୧୭।୪: ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ବିଜେତା ହେବା ପରେ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ଚଳିତ ସିଜିନର ପ୍ରଥମ ବିଜୟ ପରେ ଧୋନୀ ଯୁବ ଦ୍ରୁତ ବୋଲର ଦୀପକ ଚହରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ କହିଛନ୍ତି, ଚହର ଡେଥ୍‌ ଓଭରର ବୋଲର ଭାବରେ ବେଶ ଅନୁଭବୀ ହୋଇଯାଇଛନ୍ତି। ଏଣୁ ସେ ପାଓ୍ବାର ପ୍ଲେ ସମୟରେ ମଧ୍ୟ ଦାୟିତ୍ୱ ନିର୍ବାହ କରନ୍ତୁ ବୋଲି ସେ ଚାହାନ୍ତି। କାରଣ ଡେଥ୍‌ ଓଭର ପାଇଁ ଆମ ପାଖରେ ଡ୍ବେନ ବ୍ରାଭୋ ଅଛନ୍ତି ବୋଲି ଧୋନୀ କହିଛନ୍ତି। ଏହାଛଡ଼ା ନିଜର ଚେନ୍ନାଇ ପକ୍ଷରୁ ନିଜର ୨୦୦ତମ ମ୍ୟାଚ୍‌ ଖେଳିବାକୁ ନେଇ ଧୋନୀ କହିଛନ୍ତି, ୨୦୦ତମ ମ୍ୟାଚ୍‌ ଖେଳିବା, ବାସ୍ତବରେ ଲମ୍ବା ଯାତ୍ରା। ୨୦୦୮ରେ ଏହା ଆରମ୍ଭ ହୋଇଥିଲା।

Share