ଜାଡେଜାଙ୍କୁ ପ୍ରଶଂସା କଲେ ଧୋନୀ

ମୁମ୍ବାଇ,୧୩।୫: ଆଇପିଏଲ ୨୦୨୨ର ପ୍ଲେ ଅଫ୍‌ରୁ ଚେନ୍ନାଇ ସୁପର କିଙ୍ଗ୍ସ ବାଦ୍‌ ପଡିଛି। ଦଳ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୫ ଉଇକେଟରେ ପରାସ୍ତ ହୋଇଛି। ମୁମ୍ବାଇ ବିପକ୍ଷ ମ୍ୟାଚ ପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୋଲରମାନଙ୍କୁ ପ୍ରଶଂସା କରିଥିଲେ। ଏପରିକି ଆହତ ହୋଇ ଦଳରୁ ବାଦ୍‌ ପଡିଥିବା ରବିନ୍ଦ୍ର ଜାଡେଜାଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।
ମ୍ୟାଚ ପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି, ଉଇକେଟ ଯାହା ହେଉନା କାହିଁକି ୧୩୦ରୁ କମ ଟାର୍ଗେଟକୁ ରକ୍ଷା କରିବା କଷ୍ଟସାଧ୍ୟ। ଫଳାଫଳକୁ ଖାତିର ନ କରି ମୁଁ ବୋଲରମାନଙ୍କୁ ବୋଲିଂ କରିବାକୁ କହିଲି। ଏହି ମ୍ୟାଚରେ ସିମରଜିତ ସିଂ ଏବଂ ମୁକେଶ ଚୌଧୁରୀ ଚମତ୍କାର ପ୍ରଦର୍ଶନ କରିଥିଲେ। ଉଭୟ ଯୁବ ଦ୍ରୁତ ବୋଲରମାନେ ଆଇପିଏଲ୍‌ରୁ ବହୁତ କିଛି ଶିଖିବାକୁ ପାଇବେ ବୋଲି ସେ କହିଛନ୍ତି।
ଧୋନୀ କହିଛନ୍ତି. ରବିନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳି ଦଳରେ ରହିବା ଏକ ଦୃଢ଼ ଦିଗ। କିଛି ଖେଳାଳି ଅଛନ୍ତି, ଯେଉଁମାନେ ଦଳର ମିଶ୍ରଣ ସ୍ଥିର କରନ୍ତି। ଜାଡେଜା ସେମାନଙ୍କ ମଧ୍ୟରୁ ଅନ୍ୟତମ।
ସୂଚନାଯୋଗ୍ୟ,ଜାଡେଜା ଆହତ କାରଣରୁ ଚଳିତ ଟି-୨୦ ଲିଗର ଚଳିତ ସିଜିନରୁ ବାଦ୍‌ ପଡିଛନ୍ତି। ପ୍ରଥମ ୮ଟି ମ୍ୟାଚରେ ସେ ଦଳର ଅଧିନାୟକ ମଧ୍ୟ ହୋଇଥିଲେ। କିନ୍ତୁ ଖେଲାରେ ପ୍ରଭାବ ପଡିବାରୁ ସେ ପୁଣି ଧୋନୀଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଥିଲେ।

Share