Categories: ଖେଳ

ଆଜି ଧୋନୀ-ପାଣ୍ଡ୍ୟା ଲଢେଇ: ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍‌

ଅହମ୍ମଦାବାଦ୍‌,୩୧।୩: ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ ଗତ ବର୍ଷର ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚାରିଥର ଟାଇଟଲ ବିଜେତା ଦଳ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଜୟ ସହ ଉଭୟ ଦଳ ନିଜର ଅଭିଯାନ ଆରମ୍ଭ କରିବାକୁ ଚାହୁଁଛନ୍ତି। ଗୁଜୁରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନିଜେ ମହେନ୍ଦ୍ର ସିଂ ଧୋନୀଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ଧୋନୀଙ୍କଠାରୁ ବହୁତ କିଛି ଶିଖିଛନ୍ତି। ଧୋନୀ ଏବଂ ହାର୍ଦ୍ଦିକଙ୍କ ଦଳ ମଧ୍ୟରେ ଲଢେଇ ଅତ୍ୟନ୍ତ ରୋମାଞ୍ଚକର ହେବ।
ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ ମାର୍ଚ୍ଚ ୩୧ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ୭.୩୦ରେ ରେ ଖେଳାଯିବ। ଟସ ସା ୭ଟାରେ ହେବ । ଷ୍ଟାର୍‌ ସ୍ପୋର୍ଟସ ଗ୍ରୁପ ଟେଲିଭିଜନରେ ଇଣ୍ଡିଆନ ପ୍ରିମିୟର ଲିଗ ପ୍ରସାରଣ କରିବାର ଅଧିକାର ରହିଛି। ଏହି ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ବିଭିନ୍ନ ଭାଷାରେ ଷ୍ଟାର୍‌ ସ୍ପୋର୍ଟସ ଗ୍ରୁପ ଚ୍ୟାନେଲରେ ଦେଖିବାକୁ ମିଳିବ। ଏହି ମ୍ୟାଚର ଲାଇଭ-ଷ୍ଟ୍ରିମିଂ ଭାରତର ଜିଓ ସିନେମା ଆପରେ ଦେଖିବାକୁ ମିଳିବ।

Share