Posted inଖେଳ

ରାଇନାଙ୍କୁ ଅତିକ୍ରମ କଲେ ଧୋନୀ

ଦୁବାଇ, ୩ା୧୦ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଇତିହାସରେ ସବୁଠାରୁ ଅଧିକ ସଂଖ୍ୟକ ମ୍ୟାଚ ଖେଳିବାରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସେ ଏହି କୀର୍ତ୍ତିମାନ ଅର୍ଜନ କରିଛନ୍ତି। ତାଙ୍କ ମ୍ୟାଚ ସଂଖ୍ୟା ୧୯୪ରେ ପହଞ୍ଚତ୍ଛି। ଏହାଦ୍ୱାରା ସେ ତାଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍‌ମେଟ୍‌ ସୁରେଶ ରାଇନାଙ୍କ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ଆଇପିଏଲ ଆରମ୍ଭ ହେବାପରଠାରୁ ଧୋନୀ ଏହାର ପ୍ରତ୍ୟେକ ସଂସ୍କରଣରେ ଖେଳିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତରଫରୁ ସେ ୧୧ଟି ସଂସ୍କରଣରେ ଖେଳିଛନ୍ତି। ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ଏହାଛଡ଼ା ୨୦୧୯ରେ ସ୍ପଟ୍‌ ଫିକ୍ସିଂ ସ୍କାଣ୍ଡାଲରେ ସିଏସ୍‌କେ ସସ୍‌ପେଣ୍ଡ ହେବାରୁ ସେ ଦୁଇଟି ସିଜନ ସେ ରାଇଜିଂ ପୁଣେ ସୁପର ଜିଆଣ୍ଟ୍ସ ତରଫରୁ ଖେଳିଛନ୍ତି। ଶୁକ୍ରବାର ଧୋନୀ ସିଏସକେ ତରଫରୁ ତାଙ୍କର ୧୬୪ତମ ମ୍ୟାଚ ଖେଳିଛନ୍ତି। ୨୦୧୬ ଓ ୨୦୧୭ରେ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ସେ ୩୦ଟି ମ୍ୟାଚ ଖେଳିଛନ୍ତି। ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ସିଜନରୁ ଓହରିଯାଇଛନ୍ତି। ଆଇପିଏଲ୍‌ ଇତିହାସରେ ରୋହିତ ଶର୍ମାଙ୍କ ପରେ ଧୋନୀ ହେଉଛନ୍ତି ଦ୍ୱିତୀୟ ସଫଳତମ ଅଧିନାୟକ। ସିଏସ୍‌କେକୁ ସେ ୮ଥର ଫାଇନାଲରେ ପହଞ୍ଚାଇଥିବା ବେଳେ ୩ଥର (୨୦୧୦, ୨୦୧୧ ଓ ୨୦୧୮) ଟାଇଟଲ ଜିତାଇଛନ୍ତି। ଧୋନୀ କିନ୍ତୁ ବ୍ୟକ୍ତିଗତ ଭାବେ ୯ ଫାଇନାଲ ଖେଳିଛନ୍ତି। ତନ୍ମଧ୍ୟରେ ୨୦୧୭ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପୁଣେ ସୁପର ଜିଆଣ୍ଟ୍ସ ଟାଇଟଲ ମୁକାବିଲା ଅନ୍ୟତମ। ତେବେ ଗୋଟିଏ ଫ୍ରାଞ୍ଚାଇଜ୍‌ ତରଫରୁ ସର୍ବାଧିକ ମ୍ୟାଚ ଖେଳିବା ରେକର୍ଡ ଭାରତର ବର୍ତ୍ତମାନ ଅଧିନାୟକ ବିରାଟ କୋହଲିଙ୍କ ନାମରେ ରହିଛି। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ସମସ୍ତ ୧୩ଟି ସଂସ୍କରଣରେ ଏପର୍ଯ୍ୟନ୍ତ ୧୮୦ଟି ମ୍ୟାଚ ଖେଳି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

ଭାରତ-ପାକିସ୍ତାନ ମଧ୍ୟରେ ହେବ T20 World Cup 2026 ଫାଇନାଲ? ଜାଣନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ,୨୮।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଏହି ଦୁଇ ଦଳ ୨୦୨୬ ଟି୨୦ ବିଶ୍ୱକପର ଗ୍ରୁପ…

ଟି-୨୦ ବିଶ୍ୱକପ୍‌ରୁ ବିଦା ହୋଇଯିବ ପାକିସ୍ତାନ! କେବଳ ବିଜୟ ନୁହେଁ…

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପାଇଁ ପ୍ରତିଯୋଗିତା ବହୁତ ରୋମାଞ୍ଚକର ହୋଇଗଲାଣି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ସହିତ ଇଂଲଣ୍ଡ ଗ୍ରୁପ ୨ରେ ଶୀର୍ଷ ସ୍ଥାନ ପକ୍କା…

କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ରଶ୍ମିକା ମନ୍ଦାନା, ଫ୍ୟାନ ଫଲୋଇଙ୍ଗରେ ପଛରେ ପକାଇଲେ…

ମୁମ୍ୱାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବିବାହ କରିଛନ୍ତି। ଫେବୃଆରୀ ୨୬ ତାରିଖରେ ଏହି ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ଏବଂ ପ୍ରଥମ ବିବାହ…

ଭାରତ ଯଦି ସେମିଫାଇନାଲ୍‌ରେ ପହଞ୍ଚେ, ଏହି ଟିମ୍‌ ସହ ହେବ ମୁକାବିଲା

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ସୁପର ୮ ପର୍ଯ୍ୟାୟର ଗ୍ରୁପ ୧ରୁ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିସାରିଛି। ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri