Categories: ଖେଳ

ଚେନ୍ନାଇରେ ଧୋନି-ନୀତୀଶ ମୁହାଁମୁହିଁ…

ଚେନ୍ନାଇ,୧୪।୫ : ଆଇପିଏଲ ୨୦୨୩ର ୬୧ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର) ରବିବାର ରୟାଲ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)କୁ ଭେଟିବ। ଏହି ମ୍ୟାଚ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ପଏଣ୍ଟ ଟେବୁଲରେ କେକେଆର ଦଳ ଅଷ୍ଟମ ସ୍ଥାନରେ ଏବଂ ସଏସକେ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଚେନ୍ନାଇ ୧୨ ଟି ମ୍ୟାଚ ଖେଳିଛି ଏବଂ ସେଥିରୁ ୭ ଟି ଜିତିଛି ଏବଂ ୪ଟି ହାରିଛି । ଗୋଟିଏ ମ୍ୟାଚରେ ପଏଣ୍ଟ ଭାଗ କରିଛି। ଚେନ୍ନାଇର ପଏଣ୍ଟ ୧୫ ରହିଛି। ଏଥି ସହିତ କୋଲକାତା ୧୨ ଟି ମ୍ୟାଚ ଖେଳିଛି। ଏହାର ପଏଣ୍ଟ ୧୦ ରହିଛି। କୋଲକାତା ପାଞ୍ଚଟି ମ୍ୟାଚ ଜିତି ୭ଟିରେ ହାରିଛି।

ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ଏମଏସ ଧୋନି (ଅଧିନାୟକ/ଓ୍ବିକେଟ କିପର), ଋତୁରାଜ ଗାଇକୱାଡ, ଡିଭନ କନୱେ, ଅଜିଙ୍କ୍ୟ ରାହାନେ, ଅମ୍ବାତି ରାୟୁଡୁ, ଶିବମ ଦୁବେ, ମୋଇନ ଅଲି, ରବୀନ୍ଦ୍ର ଜାଡେଜା, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମହେଶ ଥେକ୍ସାନା, ମାଥେଶା ପାଥେରାନା , ସିସଣ୍ଡା ମାଗାଲା, ବେନ ଷ୍ଟୋକ୍ସ, ଅଜୟ ଯାଦବ ମଣ୍ଡଳ, ସୁଭ୍ରାନ୍ସୁ ସେନାପତି, ପ୍ରଶାନ୍ତ ସୋଲାଙ୍କି, ସିମରଜିତ ସିଂ, ଆର.ଏସ ହଙ୍ଗରଗେକର, ଆକାଶ ସିଂ, ଭାଗବତ ବର୍ମା, ଶେଖ ରଶିଦ, ନିଶାନ୍ତ ସିନ୍ଧୁ ପ୍ରମୁଖ ଅଛନ୍ତି।

ସେହିପରି କୋଲକାତା ନାଇଟ ରାଇଡର୍ସ ଦଳରେ ରହମାନୁଲ୍ଲା ଗୁରୁବାଜ (ଓ୍ବିକେଟ କିପର), ନୀତୀଶ ରାଣା (ଅଧିନାୟକ), ଜେସନ ରଏ, ଭେଙ୍କଟେଶ ଆୟର, ଆଣ୍ଡ୍ରେ ରସେଲ, ରିଙ୍କୁ ସିଂ, ସୁନୀଲ ନାରିନ, ଶାର୍ଦ୍ଦୁଲ ଠାକୁର, ଅନୁକୁଲ ରୟ, ହର୍ଷିତ ରାଣା, ବରୁଣ ଚକ୍ରଭାରଥୀ, ସୁଆଶ ଶର୍ମା, ଭାୟବ ଆରୋରା, ଜଗଦିଶନ, ଲକି ଫର୍ଗୁସନ, ଉମେଶ ଯାଦବ, କୁଲୱନ୍ତ ଖେଜ୍ରୋଲିଆ, ଟିମ ସାଉଥୀ, ମନଦୀପ ସିଂ, ଜନସନ ଚାଲର୍‌ସ, ଡେଭିଡ ୱିସେ, ଆର୍ଯ୍ୟ ଦେଶାଇ ଅଛନ୍ତି।

 

Share