Posted inଖେଳ

ଟି-୨୦ କ୍ରିକେଟ୍‌ରେ ଇତିହାସ ରଚିଲେ ଧୋନୀ

ମୁମ୍ବାଇ,୧୫।୪: ଚେନ୍ନାଇର ସୁପର କିଙ୍ଗ୍ସ (ସିଏସକେ)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୱାଙ୍ଖଡେରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ପ୍ରବେଶ କରିବା ମାତ୍ରେ ତାଙ୍କ ନାମରେ ଏକ ବିଶେଷ ସଫଳତା ହାସଲ କରିଥିଲେ। ଟି-୨୦ ଇତିହାସରେ ଯେକୌଣସି ଦଳ ପାଇଁ ଏହା ଧୋନୀଙ୍କ ୨୫୦ ତମ ମ୍ୟାଚ ଥିଲା। ଭାରତୀୟ କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଧୋନ ଏହି ପ୍ରସଙ୍ଗରେ ପୂର୍ବତନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ନିକଟରେ କୋହଲି ଆରସିବି ପାଇଁ ୨୫୦ମ୍ୟାଚ ଖେଳିଥିଲେ। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଏପର୍ଯ୍ୟନ୍ତ କେହି ଏହି ସଫଳତା ହାସଲ କରିପାରି ନାହାଁନ୍ତି।
ଧୋନୀ ଆଇପିଏଲ ଏବଂ ଚାମ୍ପିଅନ୍ସ ଲିଗରେ ସିଏସକେ ପାଇଁ ଖେଳିଛନ୍ତି। ଅବଶ୍ୟ ଧୋନୀ ଦୁଇଟି ସିଜିନ୍‌ ପାଇଁ ରାଇଜିଂ ପୁଣେ ସୁପରଜିଆଣ୍ଟସ ପ୍ରତିନିଧିତ୍ୱ କରିଥିଲେ କାରଣ ଦୁଇ ବର୍ଷ ପାଇଁ ସିଏସକେକୁ ନିଷେଧ କରାଯାଇଥିଲା। ଧୋନ ୨୦୦୮ରେ ଆଇପିଏଲ ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଜଡିତ ଥିଲେ। ପ୍ରଥମ ସିଜିନ ପାଇଁ ଅନୁଷ୍ଠିତ ନିଲାମରେ ସିଏସକେ ଧୋନୀଙ୍କୁ କିଣିଥିଲା।
ଧୋନୀ ଏହି ଟୁର୍ନାମେଣ୍ଟର ସବୁଠାରୁ ସଫଳ ଅଧିନାୟକ। ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ପାଞ୍ଚ ଥର ଆଇପିଏଲ ଟାଇଟଲ ଜିତିଛି। ଧୋନୀଙ୍କ ଅଧିନାୟକତ୍ୱରେ ସିଏସକେ ଦଳ ୨୦୧୦, ୨୦୧୧, ୨୦୧୮, ୨୦୨୧ ଏବଂ ୨୦୨୩ରେ ବିଜୟୀ ହୋଇଛି। ଧୋନୀଙ୍କ ନେତୃତ୍ୱ ଦକ୍ଷତା କେତେ ଶକ୍ତିଶାଳୀ ତାହା ଏହା ଦର୍ଶାଏ। ତେବେ ଆଇପିଏଲ ୨୦୨୪ ସିଜିନ୍‌ ଆରମ୍ଭର ଠିକ ପୂର୍ବରୁ ଧୋନୀ ସିଏସକେ୍‌ର କମାଣ୍ଡ ଛାଡିଥିଲେ ଏବଂ ତାଙ୍କ ସ୍ଥାନରେ ଋତୁରାଜ ଗାଇକ୍ୱାଡ ଏହି ସିଜନରେ ସିଏସକେର ଅଧିନାୟକତ୍ୱ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri