Categories: ବାଣିଜ୍ୟ

ଧୋନୀ ଜିଓ ମାର୍ଟର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର, ୭।୧୦: ରିଲାଏନ୍ସ ରିଟେଲର ଅଗ୍ରଣୀ ପ୍ଲାଟ୍‌ଫର୍ମ ଜିଓ ମାର୍ଟ ପକ୍ଷରୁ ପୂର୍ବତନ ଭାରତୀୟ କ୍ରିକେଟର ତଥା ଲୋକପ୍ରିୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ବିଶେଷକରି ଚଳିତ ପାର୍ବଣ ସମୟରେ ଜିଓ ମାର୍ଟର ଫେଷ୍ଟିଭ କ୍ୟାମ୍ପେନିଂର ପ୍ରଚାର ଓ ପ୍ରସାର ସହ ପ୍ଲାଟ୍‌ଫର୍ମକୁ ଅଧିକ ଲୋକାଭିମୂଖୀ କରିବାରେ ଧୋନୀ ବେଶ୍‌ ସହାୟକ ହେବେ ବୋଲି କମ୍ପାନୀ ପକ୍ଷରୁ ମତବ୍ୟକ୍ତ କରାଯାଇଛି। ଏ ସମ୍ପର୍କରେ ଜିଓ ମାର୍ଟର ସିଇଓ ସନ୍ଦୀପ ଭାରାଗାଣ୍ଟି କହିଛନ୍ତି, ଧୋନୀଙ୍କ ଭଳି ବ୍ୟକ୍ତିତ୍ୱ ଓ ଲୋକପ୍ରିୟ ଚେହେରା ଜିଓ ମାର୍ଟର ଆଭିମୁଖ୍ୟ ସହ ସମ୍ପୂର୍ଣ୍ଣ ଭାବେ ଖାପ ଖାଉଛନ୍ତି। ଏପରିକି ଆମର ଚଳିତ ପାର୍ବଣ ଅଭିଯାନ ପାଇଁ ଧୋନୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

Share