Posted inଖେଳ

ଏମଏସ ଧୋନୀଙ୍କୁ ହଲ୍ ଅଫ୍ ଫେମ୍’ରେ ସମ୍ମାନିତ କଲା ICC

ନୂଆଦିଲ୍ଲୀ,୯ା୬: ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ସୋମବାର ଲଣ୍ଡନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇସିସି ହଲ ଅଫ ଫେମରେ ସାମିଲ ହୋଇଛନ୍ତି। ବର୍ଷ ବର୍ଷ ଧରି ସାମିଲ ହୋଇଥିବା ୧୧୫ ଜଣ ଖେଳାଳିଙ୍କ ତାଲିକାରେ ନୂତନ ଭାବେ ଯୋଗ ଦିଆଯାଇଥିବା ସାତ ଖେଳାଳିଙ୍କ (ପାଞ୍ଚ ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା) ମଧ୍ୟରୁ ଧୋନି ଜଣେ।

୧୧ତମ ଭାରତୀୟ ଖେଳାଳି (ନବମ ପୁରୁଷ ଖେଳାଳି) ଭାବେ ତାଙ୍କୁ ଏହି ସମ୍ମନ ମିଳିଛି। ୨୦୦୪ରେ ଭାରତ ପାଇଁ ପ୍ରବେଶ କରିବା ପରେ, ଧୋନୀ ୨୦୦୭ରେ ପ୍ରଥମ ଆଇସିସି ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଅଧିନାୟକତ୍ୱ ଗ୍ରହଣ କରିଥିଲେ ଏବଂ ଦଳକୁ ଟ୍ରଫି ଜିତାଇଥିଲେ। ସେ ୨୦୧୧ରେ ଦିନିକିଆ ବିଶ୍ୱକପ ଏବଂ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତିଥିଲେ।

ଭାରତ ପାଇଁ ଧୋନି ୩୫୦ଟି ଦିନିକିଆ ଖେଳିଛନ୍ତି, ଯେଉଁଥିରେ ୫୦.୫୭ ହାରରେ ୧୦,୭୭୩ ରନ ସ୍କୋର କରିଛନ୍ତି। ଏହି ସମୟରେ ସେ ୧୦ଟି ଶତକ ଏବଂ ୭୩ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି।

ସେହିପରି ସେ ୯୦ଟି ଟେଷ୍ଟ ଖେଳିଛନ୍ତି ଏବଂ ଏହି ଫର୍ମାଟରେ ତାଙ୍କ କ୍ୟାରିୟର ୩୮ରୁ କିଛି ଅଧିକ ହାରରେ ୪୮୭୬ ରନ ରହିଛି। ଯେଉଁଥିରେ ଛଅଟି ଶତକ, ଏବଂ ୱିକେଟ-କିପର ଭାବେ ପ୍ରାୟ ୩୦୦ ଡିସମିସାଲ କରିଛନ୍ତି।

ଧୋନି ତାଙ୍କର ଶେଷ ଆନ୍ତର୍ଜାତିକ ମ୍ୟାଚ ୨୦୧୯ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପରାଜୟ ସମୟରେ ଖେଳିଥିଲେ ଏବଂ ୨୦୨୦ ଅଗଷ୍ଟରେ ଅବସର ଘୋଷଣା କରିଥିଲେ।

ଆଇସିସି ଅନୁଯାୟୀ, “ହଲ୍ ଅଫ୍ ଫେମ୍ କ୍ରିକେଟରେ ଅସାଧାରଣ ଅବଦାନ ପାଇଁ ଖେଳର କିମ୍ବଦନ୍ତୀମାନଙ୍କୁ ସ୍ୱୀକୃତି ଦେଇଥାଏ ଏବଂ ସେମାନଙ୍କର ସଫଳତାକୁ ଉତ୍ସବ ରୂପେ ପାଳନ କରେ।”

ନୂତନ ସାମିଲ ହୋଇଥିବା ପୂର୍ବତନ ଖେଳାଳିମାନେ, ଯାହାଙ୍କୁ ଆଇସିସି ହଲ ଅଫ ଫେମର୍ସ, ସିନିୟର କାର୍ଯ୍ୟନିର୍ବାହୀ, ଏବଂ ମିଡିଆ ପ୍ରତିନିଧିଙ୍କ ଏକ ପ୍ୟାନେଲ ଦ୍ୱାରା ଚୟନ କରାଯାଇଛି, ସେମାନଙ୍କୁ ଖେଳରେ ସେମାନଙ୍କର ଅସାଧାରଣ ଅବଦାନକୁ ସ୍ୱୀକୃତି ଦେଇ ସ୍ମାରକୀ କ୍ୟାପ ପ୍ରଦାନ କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri