Posted inଖେଳ

୪୨ ବର୍ଷ ବୟସରେ ଏମିତି କାରନାମା କଲେ ଧୋନୀ

ଧର୍ମଶାଳା,୫।୫: ଯଦିଓ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୂନ୍ୟରେ ଆଉଟ୍‌ ହୋଇଥିଲେ ମଧ୍ୟ ଏହି ୪୨ ବର୍ଷୀୟ ଭେଟେରାନ ଇତିହାସ ସୃଷ୍ଟି କରିଛନ୍ତି। ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀ ପ୍ରଥମ ଉଇକେଟକିପର ଭାବରେ ୧୫୦ କ୍ୟାଚ ନେବାରେ ସଫଳତା ହାସଲ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଉଇକେଟ କିପର ଆଇପିଏଲ ଇତିହାସରେ ୧୫୦ କ୍ୟାଚ ନେଇ ନାହାଁନ୍ତି, କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ୪୨ ବର୍ଷ ବୟସରେ ଏହି ସଫଳତା ହାସଲ କରିଛନ୍ତି।
ମହେନ୍ଦ୍ର ସିଂ ଧୋନୀ ଆଇପିଏଲର ପ୍ରଥମ ସଂସ୍କରଣରୁ ଖେଳୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟତୀତ ଏହି ଖେଳାଳି ରାଇଜିଂ ପୁଣେ ସୁପର ଜାଏଣ୍ଟସର ଏକ ଅଂଶ ହୋଇସାରିଛନ୍ତି। ଏପର୍ଯ୍ୟନ୍ତ ଆଇପିଏଲର ୨୬୧ ମ୍ୟାଚରେ କ୍ୟାପଟେନ କୁଲ ଉଇକେଟକିପର ଭାବରେ ୧୫୦ କ୍ୟାଚ ନେଇଛନ୍ତି ଏବଂ ୪୨ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଷ୍ଟମ୍ପ ଆଉଟ୍‌ କରିଛନ୍ତି। ଏହି ପରି ଭାବରେ ଉଇକେଟ କିପର ଭାବରେ ମହେନ୍ଦ୍ର ସିଂ ଧୋନର ୧୯୨ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଛନ୍ତି। ଏଥି ସହିତ ଦୀନେଶ କାର୍ତ୍ତିକ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏପର୍ଯ୍ୟନ୍ତ ଦୀନେଶ କାର୍ତ୍ତିକ ୨୪୫ ଆଇପିଏଲ ମ୍ୟାଚରେ ୧୪୧ଟି କ୍ୟାଚ ନେଇଥିବାବେଳେ ୩୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ଷ୍ଟମ୍ପ ଆଉଟ୍‌ କରିଛନ୍ତି।
ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସିମରଜିତ ସିଂଙ୍କ ବଲରୁ ଜିତେଶ ଶର୍ମାଙ୍କ କ୍ୟାଚ ନେଇ ମହେନ୍ଦ୍ର ସିଂ ଧୋନୀ ନିଜର ୧୫୦ତମ କ୍ୟାଚ ଶେଷ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ପାଲିକେଲ, ୨୭।୭: ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭ୍ରମଣକାରୀ ଦଳ ନୂଆ କୋଚ୍‌ ଗୌତମ ଗମ୍ଭୀର...

୫୮ ବର୍ଷରେ ଅଲିମ୍ପିକ୍ସ ଡେବ୍ୟୁ କଲେ ଏହି ଖେଳାଳି

ସାଣ୍ଟିଆଗୋ,୨୬ା୭: ଚିଲିର ଟେବୁଲ ଟେନିସ୍‌ ଖେଳାଳି ଝେଙ୍ଗ ଝିୟିଙ୍ଗ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି। ଚାଇନାରେ ଜନ୍ମ ନେଇଥିବା ଏହି ଖେଳାଳି...

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri