Categories: ଖେଳ

ଧୋନୀ @ ୪୦

ନୂଆଦିଲ୍ଲୀ,୭।୭- ଭାରତୀୟ କ୍ରିକେଟକୁ ସବୁ ଫର୍ମାଟରେ ନଂ୧ରେ ପହଞ୍ଚାଇଥିବା ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ୪୦ ବର୍ଷରେ ପାଦ ଦେଇଛନ୍ତି। ୨୦୦୭ ଆଇସିସି ଦିନିକିଆ ବିଶ୍ୱକପ୍‌ ବିଫଳତାକୁ ଭୁଲି ତାଙ୍କ ନେତୃତ୍ୱରେ ପ୍ରଥମ ଟି୨୦ ବିଶ୍ୱକପ୍‌ରେ ଇତିହାସ ରଚିଥିଲା ଟିମ୍‌ ଇଣ୍ଡିଆ। ଏହାର ୪ ବର୍ଷ ପରେ ପୂରଣ ହୋଇଥିଲା ପ୍ରତ୍ୟେକ ଭାରତୀୟ ପ୍ରଶଂସକଙ୍କ ଆଇସିସି ବିଶ୍ୱକପ୍‌ ଜିତିବାର ଆଶା। ୨୦୧୧ ଜୁଲାଇ ୨ ତାରିଖରେ ଶ୍ରୀଲଙ୍କାକୁ ହରାଇ ୨୯ ବର୍ଷ ପରେ ଭାରତ ଜିତିଥିଲା ଦ୍ୱିତୀୟ ଦିନିକିଆ ବିଶ୍ୱକପ୍‌। ୨୦୧୩ରେ ତାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ହାତେଇଥିଲେ ଆଇସିସି ଚାମ୍ପିୟନ୍ସ ଟ୍ରଫି। ଏଥିସହ ବିଶ୍ୱର ସବୁଠୁ ସଫଳତମ ଅଧିନାୟକ ହେବାର ଆଖ୍ୟା ପାଇଥିଲେ ଧୋନୀ। ୨୦୧୯ ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ପରଠୁ ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ନ ଥିଲେ ମଧ୍ୟ ଧୋନୀଙ୍କ କ୍ରେଜ ଏବେ ବି ରହିଛି।

୨୦୦୪ରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିବା ଧୋନୀ ୩୫୦ ଦିନିକିଆରେ ୫୦.୫୩ ହାରରେ ୧୦,୭୭୩ ରନ୍‌ କରିଥିଲେ। ୯୦ ଟେଷ୍ଟରେ ୪,୮୭୬ ରନ୍‌ ଓ ୯୮ ଟି୨୦ ମ୍ୟାଚ୍‌ରେ ୧,୬୧୭ ରନ୍‌ କରିଥିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ଉପରେ ରହିଛି ୧୬ ଶତକ ଓ ୧୦୮ ଅର୍ଦ୍ଧଶତକ।

Share