Categories: ଖେଳ

ଚେନ୍ନାଇରେ ବିଦାୟୀ ମ୍ୟାଚ୍‌ ଖେଳିବାକୁ ଚାହେଁ

ଚେନ୍ନାଇ,୬।୧୦: ଚଳିତ ଆଇପିଏଲ୍‌ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଲାଗି ଅନ୍ତିମ ସିଜନ ହୋଇପାରେ ବୋଲି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସେ ପରବର୍ତ୍ତୀ ଆଇପିଏଲ ସିଜନରେ ଖେଳିବେ ବୋଲି ଇଣ୍ଡିଆ ସିମେଣ୍ଟର ୭୫ ବର୍ଷ ପ୍ରତିଷ୍ଠା ଦିବସ ଅବସରରେ ସ୍ପଷ୍ଟ କରିଛନ୍ତି।

ଏହି ଇଭେଣ୍ଟ ଅବସରରେ ଧୋନୀଙ୍କୁ ପଚରାଯାଇଥିଲା ବିଦାୟୀ ମ୍ୟାଚ୍‌ ପାଇଁ ଅପେକ୍ଷା ନ କରି କାହିଁକି ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏହାର ଉତ୍ତରରେ ଧୋନୀ କହିଥିଲେ, ଅବସର ଘୋଷଣା ପାଇଁ ତା’ଠାରୁ ଭଲ ଦିନ ମିଳି ନ ଥାନ୍ତା। ଆଶା କରୁଛି ଚେନ୍ନାଇରେ ସିଏସ୍‌କେ ପାଇଁ ମୁଁ ବିଦାୟୀ ମ୍ୟାଚ୍‌ ଖେଳିବି।

ଏହାର ଅର୍ଥ ଧୋନୀ ଆଗାମୀ ଆଇପିଏଲରେ ମଧ୍ୟ ସିଏସ୍‌କେ ପାଇଁ ଖେଳିବେ। ଆଗାମୀ ସିଜନ ଲାଗି ଆଇପିଏଲରେ ଦୁଇଟି ନୂଆ ଦଳ ସାମିଲ କରାଯାଉଥିବାରୁ ବଡ଼ ଆକାରରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ହେବ।

Share