ବାଇକ୍‌ରେ ଢେଙ୍କାନାଳରୁ ଲଦାଖ

ଢେଙ୍କାନାଳ ଅଫିସ, ୨୨ା୯: ବାଇକ୍‌ରେ ଢେଙ୍କାନାଳରୁ ଲେହ, ଲଦାଖ। ୧୮ ଦିନରେ ୬ ହଜାର ୩୩୩ କିଲୋମିଟର ଦୀର୍ଘପଥ। ଏଭଳି ଦୁଃସାହସିକ ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି ଢେଙ୍କାନାଳ ବାଇକର୍ସ କ୍ଲବର ସଂଯୋଜକ ମଳୟ ପଟ୍ଟନାୟକ। ଏହି କଷ୍ଟକର ଯାତ୍ରାରୁ ମଳୟ ସାଉଁଟିଛନ୍ତି ଅନନ୍ୟ ଅଭିଜ୍ଞତା। ଯାତ୍ରା ସାରି ସୁରକ୍ଷିତ ଭାବେ ଢେଙ୍କାନାଳରେ ପହଞ୍ଚତ୍ବା ପରେ ତାଙ୍କୁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ।

ମଳୟଙ୍କ ଉଦ୍ୟମରେ ଗଠିତ ହୋଇଛି ଢେଙ୍କାନାଳ ବାଇକର୍ସ କ୍ଲବ। ଏଥିରେ ଯୋଡ଼ି ହୋଇଛନ୍ତି ବହୁ ଉତ୍ସାହୀ ଯୁବକ। ସଡ଼କ ସୁରକ୍ଷା, ସ୍ବଚ୍ଛ ଭାରତ ସମେତ ଅନ୍ୟ ସଚେତନଧର୍ମୀ ବାର୍ତ୍ତା ନେଇ ସେମାନେ ବାଇକ୍‌ରେ ଦେଶର ବିଭିନ୍ନ ସ୍ଥାନ ପରିକ୍ରମା କରୁଛନ୍ତି। ପର୍ଯ୍ୟଟନସ୍ଥଳୀ, ଭୌଗୋଳିକ ସ୍ଥିତି ବିଷୟରେ ଜ୍ଞାନ ଆହରଣ କରିବା ସହ ଅନ୍ୟକୁ ସଚେତନ କରାଉଛନ୍ତି। ଏହି କ୍ରମରେ ମଳୟଙ୍କ ଯାତ୍ରା ଆରମ୍ଭ ହୋଇଥିଲା ସେପ୍ଟେମ୍ବର ୨ରୁ। ସେ ଏକାକୀ ନିଜର ରୟାଲ ଏନ୍‌ଫିଲ୍ଡ ବାଇକ୍‌ରେ ଢେଙ୍କାନାଳରୁ ବାହାରିଥିଲେ। ବିହାରର ଔରଙ୍ଗାବାଦ, ଉତ୍ତରପ୍ରଦେଶର କରାବ, ପଞ୍ଜାବର ଚଣ୍ଡିଗଡ, ହିମାଞ୍ଚଳପ୍ରଦେଶର ମନାଲି, ଗନ୍‌ବୋରଞ୍ଜନ, ପୁରନେ, ଖାଲସି, ଲେହ, ନୁବରା, ପାନଗଙ୍ଗ୍‌, ଇଟାୱା, ଗାଜିପୁର, ଛତିଶଗଡ଼ର କାନ୍ସବେହଲ ଦେଇ ୧୯ ତାରିଖରେ ଯାତ୍ରା ଶେଷ କରିଛନ୍ତି। ଏଥିରେ କେବଳ ୨୧୧ ଲିଟର ପେଟ୍ରୋଲ ବାବଦକୁ ୨୧,୭୪୩ ଟଙ୍କା ଖର୍ଚ୍ଚ ହୋଇଛି। ଅଭିଜ୍ଞତା ସମ୍ପର୍କରେ ମଳୟ କୁହନ୍ତି, ଏହି ଦୁଃସାହସିକ ଯାତ୍ରା ସମୟରେ କଟକ ଅଞ୍ଚଳର ୨ଜଣ ଯୁବକ ଜିପ୍‌ରେ ଲଦାଖ ଅଞ୍ଚଳକୁ ଯାଇଥିଲେ। ଅପେକ୍ଷାକୃତ ଉଚ୍ଚ ସ୍ଥାନରେ ଅମ୍ଳଜାନସ୍ତର କମ୍‌ ଥିବାରୁ ଅସ୍ବାଭାବିକ ଲାଗିଥିଲା। ଲେହ, ଲଦାଖର ଜଳବାୟୁ ସହିତ ଖାପ ଖୁଆଇବା କଷ୍ଟକର ବ୍ୟାପାର। ମନରେ ଅଦମ୍ୟ ସାହସ ନେଇ ଏହି ଯାତ୍ରା କରିଥିଲେ, ଯାହା ସଫଳ ହୋଇଛି। ବିଭିନ୍ନ ସ୍ଥାନର ସଂସ୍କୃତି, ପରମ୍ପରା ସମ୍ପର୍କରେ ବହୁ ନୂଆ କଥା ଜାଣିବାକୁ ମିଳିଲା। ଉକ୍ତ ଅଞ୍ଚଳକୁ ପୁନର୍ବାର ବାଇକ୍‌ରେ ଯିବା ପାଇଁ ବାଇକର୍ସ କ୍ଲବର ସଦସ୍ୟଙ୍କୁ ଉତ୍ସାହିତ କରିବେ ବୋଲି ମଳୟ କହିଛନ୍ତି।

ସୂଚନାଯୋଗ୍ୟ, ମଳୟ ଜଣେ ସଫଳ ବ୍ୟାଡ୍‌ମିଣ୍ଟନ ଓ କ୍ରିକେଟ ଖେଳାଳି। ସେ ଜିଲା ବ୍ୟାଡ୍‌ମିଣ୍ଟନ ସଂଘର ସଭାପତି, କସ୍‌ମସ୍‌ କ୍ରିକେଟ କ୍ଲବର ବରିଷ୍ଠ ସଦସ୍ୟ ଏବଂ ଢେଙ୍କାନାଳ ବାଇକର୍ସ କ୍ଲବର ସଂଯୋଜକ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri