ଆକର୍ଷଣୀୟ ହେବ ଢେଙ୍କାନାଳ ମାର୍କା ଶାଢ଼ି ଡିଜାଇନ

ଢେଙ୍କାନାଳ ଅଫିସ,୧୭ା୧: ଢେଙ୍କାନାଳ ଜିଲା ସଦର ବ୍ଲକ ସରାଗପାଟଣା, ଚନ୍ଦ୍ରଶେଖରପ୍ରସାଦ, ଓଡାପଡା ବ୍ଲକର ରଥପଦା ଓ ପରଜଙ୍ଗ ବ୍ଲକ ଖାଲପାଳ ନିକଟସ୍ଥ ଗିରିଗୋବର୍ଦ୍ଧନ ଗ୍ରାମରେ ସ୍ଥାନୀୟ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ କାରଗିଲ, କମ୍ପ୍ୟୁଟର, ରେଖା, ଗଙ୍ଗା-ଯମୁନା ଓ ବାଡ଼ିବନ୍ଧ ନାମରେ ନାମିତ ହସ୍ତତନ୍ତ ଓ ଶାଢ଼ିକୁ ପ୍ରୋତ୍ସାହିତ କରି ଢେଙ୍କାନାଳ ମାର୍କା ଶାଢ଼ି ଭାବେ ସ୍ବତନ୍ତ୍ର ପରିଚୟ ଦେବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଜିଲା କାର୍ଯ୍ୟାଳୟ ପରିସରରେ ସରାଗପାଟଣା ବୁଣାକାର ସଂଘ ଦ୍ୱାରା ପ୍ରସ୍ତୁତ ଶାଢି, ଗାମୁଛା, ଲୁଙ୍ଗି ଓ ଶାର୍ଟ କପଡ଼ା ଆଦି ବିକ୍ରି ବ୍ୟବସ୍ଥାର ଜିଲାପାଳ ସରୋଜ କୁମାର ସେଠୀ ଶୁଭାରମ୍ଭ କରିଥିଲେ। ଜିଲା କାର୍ଯ୍ୟାଳୟର ସରକାରୀ ମହିଳା କର୍ମଚାରୀ ଏବଂ ଅଧିକାରୀମାନେ ବିଭିନ୍ନ ପ୍ରକାରର ଶାଢ଼ି ଓ ଶାର୍ଟ କପଡ଼ା କିଣିଥିଲେ। ଜିଲାପାଳ ନିଜେ ପ୍ରଥମେ ଏକ ଶାର୍ଟ କପଡ଼ା କିଣି ବିକ୍ରିର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲାପାଳ ସରୋଜ କୁମାର ସେଠୀ କହିଲେ ଯେ, ଢେଙ୍କାନାଳ ଜିଲାରେ ପ୍ରସ୍ତୁତ ଶାଢ଼ିକୁ ପ୍ରୋତ୍ସାହିତ କରି ରାଜ୍ୟ, ଦେଶ ଓ ବିଦେଶରେ ଏହାକୁ ଆଦୃତ କରାଇବା ସହିତ ଆଧୁନିକ ଡିଜାଇନଯୁକ୍ତ କରି ଏହାକୁ ଅଧିକ ଆକର୍ଷଣୀୟ କରାଯିବ। ଏଥିପାଇଁ ସମ୍ବଲପୁର ଓ ସୋନପୁର ଜିଲାରୁ ଦକ୍ଷ ପ୍ରଶିକ୍ଷକମାନଙ୍କୁ ଡକାଇ ଜିଲାରେ ଥିବା ବୁଣାକାର ତଥା କାରିଗରମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ସରକାରୀ ଚାକିରି କରିଥିବା ମହିଳା କର୍ମଚାରୀମାନେ ସପ୍ତାହର ସୋମବାର ହସ୍ତତନ୍ତ ପ୍ରସ୍ତୁତ ଶାଢ଼ି ଓ ପୁରୁଷ କର୍ମଚାରୀମାନେ କପଡା କିଣି ଶାର୍ଟ ତିଆରି କରି ଏହାକୁ ପରିଧାନ କରିବାକୁ ଜିଲାପାଳ କହିଥିଲେ। ଏତଦ୍‌ବ୍ୟତୀତ ଜିଲାର ସମସ୍ତ ବ୍ଲକ, ପୌର, ଏନ୍‌ଏସି କାର୍ଯ୍ୟାଳୟ ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଶାଢ଼ି, ଗାମୁଛା, କପଡ଼ା ଆଦିର ବିକ୍ରି କରାଯିବ। ଜନସାଧାରଣ ବହୁଳ ଭାବରେ ଜିଲାର ହସ୍ତତନ୍ତ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର କରିବେ ବୋଲି ଜିଲାପାଳ ଆଶାବ୍ୟକ୍ତ କରିଥିଲେ। ସରାଗପାଟଣା ବୁଣାକାର ସଂଘର ନିରୀକ୍ଷକ ପ୍ରଶାନ୍ତ କୁମାର ସାହୁ ଏଥିରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri