ଆକର୍ଷଣୀୟ ହେବ ଢେଙ୍କାନାଳ ମାର୍କା ଶାଢ଼ି ଡିଜାଇନ

ଢେଙ୍କାନାଳ ଅଫିସ,୧୭ା୧: ଢେଙ୍କାନାଳ ଜିଲା ସଦର ବ୍ଲକ ସରାଗପାଟଣା, ଚନ୍ଦ୍ରଶେଖରପ୍ରସାଦ, ଓଡାପଡା ବ୍ଲକର ରଥପଦା ଓ ପରଜଙ୍ଗ ବ୍ଲକ ଖାଲପାଳ ନିକଟସ୍ଥ ଗିରିଗୋବର୍ଦ୍ଧନ ଗ୍ରାମରେ ସ୍ଥାନୀୟ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ କାରଗିଲ, କମ୍ପ୍ୟୁଟର, ରେଖା, ଗଙ୍ଗା-ଯମୁନା ଓ ବାଡ଼ିବନ୍ଧ ନାମରେ ନାମିତ ହସ୍ତତନ୍ତ ଓ ଶାଢ଼ିକୁ ପ୍ରୋତ୍ସାହିତ କରି ଢେଙ୍କାନାଳ ମାର୍କା ଶାଢ଼ି ଭାବେ ସ୍ବତନ୍ତ୍ର ପରିଚୟ ଦେବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଜିଲା କାର୍ଯ୍ୟାଳୟ ପରିସରରେ ସରାଗପାଟଣା ବୁଣାକାର ସଂଘ ଦ୍ୱାରା ପ୍ରସ୍ତୁତ ଶାଢି, ଗାମୁଛା, ଲୁଙ୍ଗି ଓ ଶାର୍ଟ କପଡ଼ା ଆଦି ବିକ୍ରି ବ୍ୟବସ୍ଥାର ଜିଲାପାଳ ସରୋଜ କୁମାର ସେଠୀ ଶୁଭାରମ୍ଭ କରିଥିଲେ। ଜିଲା କାର୍ଯ୍ୟାଳୟର ସରକାରୀ ମହିଳା କର୍ମଚାରୀ ଏବଂ ଅଧିକାରୀମାନେ ବିଭିନ୍ନ ପ୍ରକାରର ଶାଢ଼ି ଓ ଶାର୍ଟ କପଡ଼ା କିଣିଥିଲେ। ଜିଲାପାଳ ନିଜେ ପ୍ରଥମେ ଏକ ଶାର୍ଟ କପଡ଼ା କିଣି ବିକ୍ରିର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲାପାଳ ସରୋଜ କୁମାର ସେଠୀ କହିଲେ ଯେ, ଢେଙ୍କାନାଳ ଜିଲାରେ ପ୍ରସ୍ତୁତ ଶାଢ଼ିକୁ ପ୍ରୋତ୍ସାହିତ କରି ରାଜ୍ୟ, ଦେଶ ଓ ବିଦେଶରେ ଏହାକୁ ଆଦୃତ କରାଇବା ସହିତ ଆଧୁନିକ ଡିଜାଇନଯୁକ୍ତ କରି ଏହାକୁ ଅଧିକ ଆକର୍ଷଣୀୟ କରାଯିବ। ଏଥିପାଇଁ ସମ୍ବଲପୁର ଓ ସୋନପୁର ଜିଲାରୁ ଦକ୍ଷ ପ୍ରଶିକ୍ଷକମାନଙ୍କୁ ଡକାଇ ଜିଲାରେ ଥିବା ବୁଣାକାର ତଥା କାରିଗରମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ସରକାରୀ ଚାକିରି କରିଥିବା ମହିଳା କର୍ମଚାରୀମାନେ ସପ୍ତାହର ସୋମବାର ହସ୍ତତନ୍ତ ପ୍ରସ୍ତୁତ ଶାଢ଼ି ଓ ପୁରୁଷ କର୍ମଚାରୀମାନେ କପଡା କିଣି ଶାର୍ଟ ତିଆରି କରି ଏହାକୁ ପରିଧାନ କରିବାକୁ ଜିଲାପାଳ କହିଥିଲେ। ଏତଦ୍‌ବ୍ୟତୀତ ଜିଲାର ସମସ୍ତ ବ୍ଲକ, ପୌର, ଏନ୍‌ଏସି କାର୍ଯ୍ୟାଳୟ ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଶାଢ଼ି, ଗାମୁଛା, କପଡ଼ା ଆଦିର ବିକ୍ରି କରାଯିବ। ଜନସାଧାରଣ ବହୁଳ ଭାବରେ ଜିଲାର ହସ୍ତତନ୍ତ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର କରିବେ ବୋଲି ଜିଲାପାଳ ଆଶାବ୍ୟକ୍ତ କରିଥିଲେ। ସରାଗପାଟଣା ବୁଣାକାର ସଂଘର ନିରୀକ୍ଷକ ପ୍ରଶାନ୍ତ କୁମାର ସାହୁ ଏଥିରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ: ସଂକ୍ଷିପ୍ତ ସଭାପତି, ରବୀନ୍ଦ୍ର ସମ୍ପାଦକ

ଲୋଇସିଂହା,୩୦ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଗାଈଖାଇ ଇକୋଟୁରିଜମ୍‌ ପ୍ରକଳ୍ପଠାରେ ଲୋଇସିଂହା ବଣିକ ସଂଘର ବାର୍ଷିକ ଅଧିବେଶନ ପୂର୍ବତନ ସଭାପତି ମୋହିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

ରାସ୍ତାକଡ଼ରେ ଛିଡା ହୋଇଥିବା ୧୪ ଜଣଙ୍କ ଉପରେ ମାଡ଼ିଗଲା ମୃତ୍ୟୁର ବସ୍, ଭାଇରାଲ ହେଉଛି ଛାତିଥରା…

ନୂଆଦିଲ୍ଲୀ,୩୦।୧୨: ସୋମବାର ରାତିରେ ମୁମ୍ବାଇର ଭାଣ୍ଡୁପ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯାହା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ରାତି ପ୍ରାୟ ୯ଟା ୩୫...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri