ଦୁବାଇ ଗଲା ଢେଙ୍କାନାଳ ‘ଆମ୍ରପଲ୍ଲି’

ଢେଙ୍କାନାଳ ଅଫିସ,୨।୬: ଚଳିତବର୍ଷ ଢେଙ୍କାନାଳରେ ପ୍ରଚୁର ଆମ୍ବ ଫଳିଛି। ୫୦ ହଜାର ମେଟ୍ରିକ୍‌ ଟନ୍‌ ସହ ଉତ୍ପାଦନରେ ରାଜ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି ଜିଲା। କୋଲକାତା, ଦିଲ୍ଲୀ, ମୁମ୍ବାଇ ଭଳି ଦେଶର ବଡ଼ ସହରରେ ଏହି ଋତୁକାଳୀନ ଫଳର ଚାହିଦା ଥିବାବେଳେ ଗୁରୁବାର ପ୍ରଥମ କରି ଚାଷୀଙ୍କଠାରୁ ସିଧାସଳଖ ଦୁବାଇ ଯାଇଛି ଅଢ଼େଇ ଟନ୍‌ ଆମ୍ରପଲ୍ଲି ଆମ୍ବ। ଏଥିରେ ମଧ୍ୟସ୍ଥ ସାଜିଛି ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନ ଏଗ୍ରିକଲଚରାଲ ଆଣ୍ଡ୍‌ ପ୍ରୋସେସ୍‌ଡ ଫୁଡ୍‌ ପ୍ରଡକ୍ଟ ଏକ୍ସପର୍ଟ ଡେଭେଲପ୍‌ମେଣ୍ଟ ଅଥରିଟି (ଆପେଡା)।
ଢେଙ୍କାନାଳ ସଦର ବ୍ଲକ କଳାପାଣି-ବଣସିଂହ ରାସ୍ତାରେ ରହିଛି ଆମ୍ବଚାଷୀ ସୁବ୍ରତ କୁମାର ଦାସ (୭୧)ଙ୍କ ‘ପ୍ରକୃତି ଇକୋ ଫାର୍ମ’। ୩୦ ଏକର ଜମିରେ ସେ ଆମ୍ବ ଓ କାଜୁ ଚାଷ କରିଛନ୍ତି। ସେଥିରୁ ୬ ଏକର ଜମିରେ ଆମ୍ରପଲ୍ଲି, ମଲ୍ଲିକା, ଦଶେରୀ, କେଶର ପ୍ରଜାତିର ଆମ୍ବ ଚାଷ କରିଛନ୍ତି। ସୁବ୍ରତଙ୍କ ଫାର୍ମରୁ ଜୈବିକ ପଦ୍ଧତିରେ ଉତ୍ପାଦିତ ଆମ୍ବ ପ୍ରତିବର୍ଷ ବିଭିନ୍ନ ରାଜ୍ୟ ସମେତ ଦେଶ ବାହାରକୁ ରପ୍ତାନି ହେଉଥିଲା। ତେବେ ଏଥିରେ ମଧ୍ୟସ୍ଥ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ। ଚଳିତବର୍ଷ ଭାରତ ସରକାରଙ୍କ ସଂସ୍ଥା ମାଧ୍ୟମରେ ସିଧାସଳଖ ଆମ୍ବ ରପ୍ତାନି କରାଯାଇଛି। ଏଥିପୂର୍ବରୁ ଆପେଡା, ଜିଲା ଉଦ୍ୟାନ କୃଷି ଏବଂ ଆମ୍ବ କ୍ରୟ କରିଥିବା ପାଫ୍‌ ଗ୍ଲୋବାଲ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଧିକାରୀମାନେ ‘ପ୍ରକୃତି ଇକୋ ଫାର୍ମ’ ପରିଦର୍ଶନ କରି ଆମ୍ରପଲ୍ଲି ଆମ୍ବର ଗୁଣବତ୍ତା ପରୀକ୍ଷା କରିଥିଲେ।
ଆମ୍ବ ଯେପରି ଦୀର୍ଘଦିନ ଯାଏ ସୁରକ୍ଷିତ ରହିବ, ସେଥିଲାଗି ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏକ ଶୀତତାପ ନିୟନ୍ତ୍ରିତ ଟ୍ରକ୍‌ରେ ଢେଙ୍କାନାଳରୁ ଆମ୍ବ କୋଲକାତା ଯିବ। ସେଠାରୁ ପାଫ୍‌ ଗ୍ଲୋବାଲ ପ୍ରାଇଭେଟ୍‌ ଲିମିଟେଡ୍‌ ସହଯୋଗରେ ବିମାନରେ ଦୁବାଇ ପଠାଯିବ। ସ୍ଥାନୀୟ ବଜାରରେ ଆମ୍ରପଲ୍ଲି ଦର କେଜି ପିଛା ୯୦ ଟଙ୍କା ଥିବାବେଳେ ବିଦେଶରେ ଏହା ୨୦୦ ଟଙ୍କା ଯାଏ ବିକ୍ରି ହେବ ବୋଲି ଜଣାପଡ଼ିଛି। ରପ୍ତାନି ହୋଇଥିବା ଆମ୍ରପଲ୍ଲି ଆମ୍ବ ପ୍ୟାକେଟ୍‌ରେ ‘ପ୍ରକୃତି ଫାର୍ମ ଢେଙ୍କାନାଳ’ ବୋଲି ଷ୍ଟିକରିଂ କରାଯାଇଛି। ଫଳରେ ଦୁବାଇରେ ଢେଙ୍କାନାଳ ଆମ୍ବ ସ୍ବତନ୍ତ୍ର ପରିଚୟ ହାସଲ କରିବ ବୋଲି ଚାଷୀ ସୁବ୍ରତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଜିଲାପାଳ ସରୋଜ କୁମାର ସେଠୀ ପତାକା ଦେଖାଇ ଦୁବାଇକୁ ଆମ୍ବ ରପ୍ତାନିର ଶୁଭାରମ୍ଭ କରିଥିଲେ। ଜିଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଗୀତାଶ୍ରୀ ପାଢ଼ୀ, ଆପେଡାର ପୂର୍ବାଞ୍ଚଳ ଆଞ୍ଚଳିକ ମୁଖ୍ୟ ସୀତାକାନ୍ତ ମଣ୍ଡଳ, ଆପେଡା ବୋର୍ଡର ସର୍ବଭାରତୀୟ ସଦସ୍ୟ ତଥା ପୂର୍ବାଞ୍ଚଳ ବୋର୍ଡ ସଦସ୍ୟ ସୁକାନ୍ତ କୁମାର ପାଣିଗ୍ରାହୀ, ପାଫ୍‌ ଗ୍ଲୋବାଲ ପ୍ରାଇଭେଡ୍‌ ଲିମିଟେଡ୍‌ ପରିଚାଳନା ନିର୍ଦ୍ଦେଶକ ସୁବ୍ରତ ଘୋଷ, ଆମ୍ବଚାଷୀ ସୁବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ପାଢ଼ୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶାର ମୟୂରଭଞ୍ଜ ଜିଲାର ସର୍ବାଧିକ ଜମିରେ ଆମ୍ବଚାଷ ହେଉଛି। ହେଲେ ଉତ୍ପାଦନରେ ଢେଙ୍କାନାଳ ରାଜ୍ୟରେ ପ୍ରଥମ। ଜିଲାର ୧୦,୦୦୦ ହେକ୍ଟର ଜମିରେ ୨୦୦ ଚାଷୀ ଆମ୍ବଚାଷ କରୁଛନ୍ତି। ଆଗାମୀ ଦିନରେ ଆମ୍ବ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ କର୍ମଶାଳା ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବ। ଜିଲାପାଳ ସେଠୀ କୁହନ୍ତି, ଦୁବାଇକୁ ସିଧାସଳଖ ଢେଙ୍କାନାଳ ଆମ୍ବ ରପ୍ତାନି ହେବା ଖୁସିର କଥା। ଚାଷୀଙ୍କୁ ଗୁଣାତ୍ମକ ଆମ୍ବ ଉତ୍ପାଦନ ଏବଂ ସେମାନେ ନିଜସ୍ବ ଉଦ୍ୟମରେ ଯେପରି ପ୍ୟାକିଂ କରିପାରିବେ ସେ ନେଇ ତାଲିମ ଦିଆଯିବ। ଏହାଦ୍ୱାରା ସେମାନଙ୍କୁ ଅଧିକ ଲାଭ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri