ନିଷ୍ପତ୍ତି ବଦଳାଇଲେ ଧୀରଜ

ବମ୍ବେ: କିଛି ଦିନ ପୂର୍ବେ ଅଭିନେତା ଧୀରଜ ଧୁପର ‘କୁଣ୍ଡଲୀ ଭାଗ୍ୟ’ ଛାଡ଼ିବେ ବୋଲି ଚର୍ଚ୍ଚା ହୋଇଥିଲା। ଏପରିକି ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିନେତାଙ୍କୁ ରିପ୍ଲେସମେଣ୍ଟ ଭାବେ ଖୋଜା ସରିଥିଲା। ପ୍ରଶଂସକ ଏହା ଜାଣିବା ପରେ ଅଭିନେତାଙ୍କ ସହ ଶୋ’ ନିର୍ମାତାଙ୍କ ଉପରେ ଖପ୍ପା ହୋଇଥିଲେ। ଫଳରେ ଏବେ ସବୁକିଛିରେ ବିରାମ ଲାଗିଛି। ଧୀରଜ ଶୋ’ ଛାଡ଼ିବେ ନାହିଁ ବରଂ କିଛି ଦିନର ବିରତି ନେଇ ଫେରିବେ ବୋଲି ସ୍ପଷ୍ଟ ହୋଇଛି।

ଧୀରଜ ନିଜର ନିଷ୍ପତ୍ତି ବଦଳାଇଛନ୍ତି। ଜୁନ୍‌ ୫ରେ ସେ ବାକିଥିବା ଏପିସୋଡ ଲାଗି ଶୁଟିଂ କରି ବିରତି ନେବେ। ଏହାପରେ ସେ ପଞ୍ଜାବୀ ଫିଲ୍ମରେ କାମ କରିବେ। ଏହାର ଶୁଟିଂକୁ ନେଇ ସେ ତିନି ମାସ ଯାଏ ଶୋ’ଠାରୁ ଦୂରରେ ରହିବେ। ସେତେବେଳ ଯାଏ ଧାରାବାହିକରେ ଶକ୍ତି ଅରୋରା ନଜର ଆସିବେ। ଧୀରଜ ଫେରିବା ପରେ ପୁଣିଥରେ ଜୋଡି ହେବେ।

ତେବେ ଏନେଇ ଧାରାବାହିକ ନିର୍ମାତାଙ୍କ ପକ୍ଷରୁ ଆଧିକାରୀକ ଭାବେ ଘୋଷଣା କରାଯାଇନାହିଁ। ହେଲେ ଧୀରଜଙ୍କ ବିରତି ନେବା ନିଶ୍ଚିତ ବୋଲି କୁହାଯାଉଛି।

Share