ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ଏହି ହ୍ୟାଣ୍ଡସମ୍‌ ଅଭିନେତା

ବମ୍ବେ: ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ଲୋକପ୍ରିୟ ଷ୍ଟାର ଧୀରଜ ଧୁପର। ପତ୍ନୀ ବିନ୍ନି ଅରୋରା ଏବଂ ସେ ଏହି ଖୁସିଖବରକୁ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ସୋସିଆଲ ମିଡିଆରେ ଉଭୟ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଥିବା ନେଇ ପୋଷ୍ଟ ଲେଖିଛନ୍ତି। ହାତରେ ବିନ୍ନି ସୋନୋଗ୍ରାଫିର ଫଟୋ ଧରିଥିବା ଦେଖାଯାଉଛି। ଆସନ୍ତା ଅଗଷ୍ଟରେ ଏକ ଛୋଟ ଚମତ୍କାର ହେବାକୁ ଯାଉଛି ବୋଲି ସେମାନେ କ୍ୟାପଶନରେ ଲେଖିଛନ୍ତି।

ବିନ୍ନି ମଧ୍ୟ ପେସାରେ ଜଣେ ଅଭିନେତ୍ରୀ । ସେ ଅନେକ ଧାରାବାହିକ ରେ କାମ କରିଛନ୍ତି। ଧୀରଜଙ୍କ ସହ କାମ କରୁଥିବା ବେଳେ ତାଙ୍କ ପ୍ରେମରେ ପଡ଼ିଥିଲେ ବିନ୍ନି। ଦୀର୍ଘ ୭ ବର୍ଷ ଧରି ଡେଟିଂ କରିବା ପରେ ସେମାନେ ୨୦୧୬ରେ ବିବାହ କରିଥିଲେ। ନିକଟରେ ସେମାନେ ବିବାହର ପାଞ୍ଚ ବର୍ଷ ପୂର୍ତ୍ତିକୁ ସେଲିବ୍ରେଟ୍‌ କରିଥିଲେ।

Share