Posted inଖେଳ

ବୋଲରଙ୍କ ଲାଇନ, ଲେନ୍ଥ ବିଗାଡ଼ି ଦେଲେ

କଲମ୍ବୋ,୧୮।୭: ଶ୍ରୀଲଙ୍କା ବୋଲରଙ୍କ ଲାଇନ, ଲେନ୍ଥ ହଜାଇ ଦେଲା ପୃଥ୍ବ ଶ’ ଓ ଇଶାନ କିଷନଙ୍କ ବିସ୍ଫୋରକ ବ୍ୟାଟିଂ। ଘରୋଇ ଦଳ ପକ୍ଷରୁ ଧାର୍ଯ୍ୟ ୨୬୩ ରନ୍‌ର ବିଜୟ ଲକ୍ଷ୍ୟ ଟିମ୍‌ ଇଣ୍ଡିଆ ପାଇଁ କଦାପି ଚ୍ୟାଲେଞ୍ଜିଂ ସ୍କୋର ହୋଇପାରି ନ ଥିଲା। ମାତ୍ର ୩୬.୪ ଓଭରରେ ମ୍ୟାଚ୍‌ ଜିତିନେଇଛି ଭାରତ। ଏହି ବିଜୟ ସହ ଶିଖର ଧାଓ୍ବନଙ୍କ ନେତୃତ୍ୱଧୀନ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି।

ଦୀର୍ଘ ଦିନ ପରେ ଏକାଠି ଖେଳୁଥିବା ୟୁଜବେନ୍ଦ୍ର ଚହଲ (୨) ଓ କୁଲଦୀପ ଯାଦବ (୨) ପୁଣି ଥରେ ପ୍ରତିପକ୍ଷ ଦଳ ପାଇଁ ମାରତ୍ମକ ସାବ୍ୟସ୍ତ ହୋଇଥିଲେ। ତାଙ୍କ ସହ ଦୀପକ ଚହର (୨) ଓ ପାଣ୍ଡ୍ୟା ବ୍ରଦର୍ସ (୧ ଲେଖାଏ)ଙ୍କ ଯୋଗୁ ୫୦ ଓଭରରେ ୯ ଉଇକେଟ ହରାଇ ୨୬୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା ଶ୍ରୀଲଙ୍କା। ଚାମିକା କରୁଣାରତ୍ନେ (୪୩), ଅଧିନାୟକ ଦାସୁନ ଶାନାକା (୩୯), ଚରିଥ ଆସାଲାଙ୍କା (୩୮) ଓ ଅଭିଷ୍କା ଫର୍ନାଣ୍ଡୋ (୩୨) ଭଲ ଆରମ୍ଭ ପାଇଥିଲେ। କିନ୍ତୁ ବଡ଼ ସ୍କୋର କରିବାରେ ସଫଳ ହୋଇ ନ ଥିଲେ କେହି। ଜବାବରେ ଅଧିନାୟକ ଧାଓ୍ବନଙ୍କ ଅପରାଜିତ ୮୬ ରନ୍‌ ପାଳି ବଳରେ ଭାରତ ୧୨.୨ ଓଭର ପୂର୍ବରୁ ହାତରେ ୭ ଉଇକେଟ ରଖି ସହଜ ବିଜୟ ହାସଲ କରିଥିଲା। ପୃଥ୍ବୀ ଶ’ (୪୩ ରନ୍‌, ୯ ଚୌକା), ଇଶାନ କିଷନ (୫୯ ରନ୍‌, ୮ ଚୌକା ଓ ୨ ଛକା) ଓ ସୂର୍ଯ୍ୟକୁମାର ଯାଦବ (୩୧ ରନ୍‌, ୫ ଚୌକା) ଘରୋଇ ବୋଲରଙ୍କୁ ନାକେଦମ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri