ଧର୍ମେନ୍ଦ୍ରଙ୍କ ଘଣ୍ଟା, ସିସିଟିଭି ହାର୍ଡଡିସ୍କ ହେବ ଯାଞ୍ଚ

ଭୁବନେଶ୍ବର,୨୭।୯(ବ୍ୟୁରୋ): ପୁରୀ ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରରେ ରହିଛି। ଏହାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ମଙ୍ଗଳବାର ପୋଲିସ
ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭିର ହାର୍ଡଡିସ୍କକୁ ଫରେନସିକ ଯାଞ୍ଚ ପାଇଁ ପଠାଇଥିବା ଜଣାପଡିଛି।ପ୍ରକାଶ ଯେ, ଧର୍ମେନ୍ଦ୍ରଙ୍କ ହାତଘଣ୍ଟା ସହ ମୋବାଇଲ ଓ ସିସିଟିଭିର ଲିଙ୍କ୍‌ ଥିବା ଜଣାପଡିଛି। ଘଣ୍ଟାରୁ କାହାକୁ ମେସେଜ କରିଛନ୍ତି ନା ନାହିଁ ଜାଣିବା ପାଇଁ ଯାଞ୍ଚ ହେବ ଅନ୍ୟପକ୍ଷେ, ଧର୍ମେନ୍ଦ୍ରଙ୍କ ଡ୍ରାଇଭର ଏବଂ ସହକର୍ମୀଙ୍କୁ ପଚରାଉଚରା କରିବ ପୋଲିସ ।