ଜଗନ୍ନାଥ ବନ୍ଧାହେବା ପରେ ଧର୍ମେନ୍ଦ୍ରଙ୍କ ବହି ବନ୍ଦ: ଜାଣନ୍ତୁ କ’ଣ ଥିଲା ଭିତିରି ଖେଳ

ଭୁବନେଶ୍ୱର,୫ା୭(ସୁନିତ୍‌ ମିଶ୍ର):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣାରେ ଭାଜପା ନେତା ଜଗନ୍ନାଥ ପ୍ରଧାନ ଶେଷରେ ନିଜର ଆଣ୍ଟ ଭାଙ୍ଗି ଡିସିପି ଅଫିସ୍‌ରେ ଆତ୍ମସମର୍ପଣ କଲେ ଏବଂ ଗିରଫ ହେଲେ। କଥା ଏପରି ଯେ ନିର୍ଦ୍ଦିଷ୍ଟ ଏକ ଘଟଣାରେ ଜଗନ୍ନାଥ ଓଏଏସ୍‌ ଅଫିସର ରତ୍ନାକର ସାହୁଙ୍କୁ ଫୋନ୍‌କରି ନିଜର ପତିଆରା ଦେଖାଇଥିଲେ। ହେଲେ ଉକ୍ତ ଅଧିକାରୀ ଜଣକ ଜାଣିଥିଲେ ଜଗନ୍ନାଥ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ। ସେଥିଲାଗି ଜଗନ୍ନାଥଙ୍କ କଥାକୁ ସେ ସେତେଟା ଗୁରୁତ୍ୱ ଦେଇ ନ ଥିଲେ ଏବଂ ତାଙ୍କ କଥା କାହିଁକି ଶୁଣିବେ ବୋଲି ପରୋକ୍ଷରେ ପ୍ରଶ୍ନ ମଧ୍ୟ କରିଥିଲେ। ଏତିକି କଥାରେ ଜଗନ୍ନାଥ ଜଣେ ଅଫିସରଙ୍କ ପାଖରେ ନିଜର ଗୁରୁତ୍ୱ ଅନୁଭବ କରି ନ ପାରି ଅପଦସ୍ଥ ହେବାପରେ ତାଙ୍କ ସମର୍ଥକଙ୍କ ଜରିଆରେ ଉକ୍ତ ଅଧିକାରୀଙ୍କ ଉପରେ ପରୋକ୍ଷରେ ଆକ୍ରମଣ କରାଇଦେଲେ। ଏହାପରେ ଏହି ଘଟଣାରେ ମାଡ଼ ମାରିଥିବା ବ୍ୟକ୍ତିମାନେ ତାଙ୍କ ପରିବାରର ବୋଲି କହି ସେମାନଙ୍କ ସପକ୍ଷରେ ଯୁକ୍ତି ମଧ୍ୟ ବାଢ଼ିଥିଲେ। ଅନ୍ୟପଟେ ସାମାଜିକ ଗଣମାଧ୍ୟମ ଜରିଆରେ ଧର୍ମେନ୍ଦ୍ରଙ୍କ ତୁଳନୀୟ ନେତା ଭାଜପାରେ କେହି ନାହାନ୍ତି ବୋଲି ଜଗନ୍ନାଥ କହିଥିଲେ। ସେ ଭାବିଥିଲେ ଏହି କଥା କହିଦେଲେ ଓଏଏସ୍‌ ସଂଘ ବୋଧହୁଏ ତାଙ୍କ ବିରୋଧରେ ଆଉ ଗିରଫ କରିବାକୁ ଦାବି କରିବନାହିଁ। ଏପରି କି ଦଳୀୟ କାର୍ଯ୍ୟାଳୟରୁ ଜଗନ୍ନାଥଙ୍କୁ ଡକରା ଆସିଥିଲା। ସେଦିନ ଜଗନ୍ନାଥଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ହେଲେ ଧର୍ମେନ୍ଦ୍ରଙ୍କ ବଳ ଦେଖାଇ ଜଗନ୍ନାଥ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଦେଇ ସେଠାରୁ ଚାଲିଆସିଲେ। ଦଳରେ ଥିବା ଧର୍ମେନ୍ଦ୍ରଙ୍କ ବିରୋଧୀ ଗୋଷ୍ଠୀ ଓଏଏସ୍‌ ସଂଘକୁ ଆନ୍ଦୋଳନକୁ ପ୍ରତ୍ୟାହାର ନ କରି ସେମିତି ଜାରି ରଖିବାକୁ ପରୋକ୍ଷରେ ସୂଚନା ଦେଇଦେଲେ। ଏହାପରେ ଆନ୍ଦୋଳନ ବି ବନ୍ଦ ହେଲାନାହିଁ। ଏହାକୁ ଦେଖି ଧର୍ମେନ୍ଦ୍ର ଗଣମାଧ୍ୟମ ଆଗରେ ଯିଏ ଦୋଷ କରିବ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହି ପ୍ରସଙ୍ଗରୁ ନିଜକୁ ଖସାଇବାକୁ ଚେଷ୍ଟା କଲେ ବୋଲି ଚର୍ଚ୍ଚା ହେଉଛି। ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ ଶୁଣି ଦଳ ଏବଂ ସରକାର ପାଇଁ ଯାହା ଭଲ ହେବ ତାହା କରିବେ କହି ଜଗନ୍ନାଥ ଗତ ୩ ଦିନ ଧରି ଯେଉଁ ଆଣ୍ଟ ଦେଖାଉଥିଲେ ତାକୁ ଛାଡି ପୋଲିସ ପାଖରେ ଆତ୍ମସମର୍ପଣକରି ଗିରଫ ହେଲେ। ଧର୍ମେନ୍ଦ୍ରଙ୍କ ବହି ବନ୍ଦ ହେଲା ବୋଲି ରାଜ୍ୟ ଭାଜପାରେ ଥିବା ତାଙ୍କ ବିରୋଧୀ ଗୋଷ୍ଠୀ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri