ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲା: ଖବରଦାତାଙ୍କୁ ପଚରାଉଚରା, ମୋବାଇଲ ଜବତ

ଭୁବନେଶ୍ୱର,୩।୧୦ (ବ୍ୟୁରୋ): ପୁରୀ ଜିଲା ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ର ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଭୁବନେଶ୍ୱରରେ ଆତ୍ମହତ୍ୟା ଘଟଣାକୁ ସପ୍ତାହରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ କମିଶନରେଟ ପୋଲିସ ଏହା ପଛର ରହସ୍ୟ ପାଇପାରୁ ନାହିଁ। ଏ ପରିସ୍ଥିତିରେ ଭାଇରାଲ ହୋଇଥିବା ଧର୍ମେନ୍ଦ୍ର ଓ ଖବରଦାତା ଅକ୍ଷୟ ନାୟକଙ୍କ ବାର୍ତ୍ତାଳାପର ଅଡିଓ କଲ୍‌ ରେକର୍ଡିଂକୁ ନେଇ ପୋଲିସ ଅନୁସନ୍ଧାନ କରୁଛି। ଧର୍ମେନ୍ଦ୍ର ଉକ୍ତ ଅଡିଓରେ କହୁଛନ୍ତି ‘ଯଦି ମୋର ମୃତ୍ୟୁ ହୁଏ ତା’ ହେଲେ ୪ଜଣ ଦାୟୀ ରହିବେ’। ସେହି ୪ଜଣଙ୍କ ନାମକୁ ମଧ୍ୟ ସେ ଅକ୍ଷୟଙ୍କୁ କହୁଥିବା ଉକ୍ତ ଭାଇରାଲ ଅଡ଼ିଓରେ ରହିଥିବାରୁ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏନେଇ ପୋଲିସ ଅକ୍ଷୟଙ୍କୁ ପୂର୍ବରୁ ନୋଟିସ୍‌ କରିଥିବାବେଳେ ରବିବାର ସେ ଭୁବନେଶ୍ୱର ଡିସିପି ଅଫିସରେ ପହଞ୍ଚତ୍ଥିଲେ। ଏହାପରେ ୩ ଜଣିଆ ପୋଲିସ ଟିମ୍‌ ତାଙ୍କୁ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ପଚରାଉଚରା କରିବା ସହ ବିଭିନ୍ନ ତଥ୍ୟ ହାସଲ କରିଛି। ଏଥିସହ ଉକ୍ତ ଅଡିଓ କଲ୍‌ ରେକର୍ଡିଂ ଥିବା ତାଙ୍କ ମୋବାଇଲକୁ ପୋଲିସ ଜବତ କରି ଫୋରେନ୍‌ସିକ୍‌ ଲାବ୍‌କୁ ପଠାଇଛି। ପୋଲିସ ଉପରେ ପୂର୍ଣ୍ଣ ଭରସା ରହିଛି। ପୋଲିସ ଏହି ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେବ ବୋଲି ଅକ୍ଷୟ ଗଣମାଧ୍ୟମ ଜରିଆରେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ ଲକ୍ଷ୍ମୀବିହାର ଅଞ୍ଚଳରେ ଥିବା ବାସଭବନ ଆଗରୁ ସେପ୍ଟେମ୍ବର ୨୪ ସକାଳେ ଝୁଲନ୍ତା ଅବସ୍ଥାରେ ଧର୍ମେନ୍ଦ୍ରଙ୍କ ମୃତଦେହ ମିଳିଥିଲା। ଏହାପରେ ତାଙ୍କର ୨ଟି ମୋବାଇଲକୁ ଅପରାହ୍ନ ୫ଟାରେ ପୋଲିସ ସନ୍ଧାନୀ କୁକୁର ସାହାଯ୍ୟରେ ଘର ନିକଟ ଏକ ପ୍ଲଟରୁ ଠାବ କରିଥିଲା। ଏଥିରେ ଗଣଶିକ୍ଷା ମନ୍ତ୍ରୀଙ୍କ ହାତର ଥିବା ଅଭିଯୋଗ ହେବା ପରେ ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରୁଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri