ବାତ୍ୟାଞ୍ଚଳ ପରିଦର୍ଶନ କରିବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୩୦।୫(ବ୍ୟୁରୋ): କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବାତ୍ୟା ‘ୟାସ’ରେ ପ୍ରଭାବିତ ଓଡ଼ିଶାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ। ଏହି ସର୍ଭେ ଆକାଶ ମାର୍ଗରୁ କରାଯିବ।
ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାରେ ସ୍ଥିତି ସମୀକ୍ଷା କରିବେ। ଏନେଇ ସେ ଟୁଇଟ୍‌ କରିଛନ୍ତି।

ଏହାପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ହୋଇଥିବା ବିମାନ ସର୍ଭେରେ ଯୋଗ ଦେଇଥିଲେ। ଗତ ମେ ୨୮ରେ ମୋଦି ‘ୟାସ’ ପାଇଁ ଓଡିଶାକୁ ୫୦୦ କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ।