ପ୍ରଚାର ମଇଦାନରେ ଧର୍ମେନ୍ଦ୍ର-ବବି, ନା ନ ନେଇ କଲେ ଟାର୍ଗେଟ

ସମ୍ବଲପୁର,୫।୪: ଓଡ଼ିଶା ରାଜନୀତିର ହଟସ୍ପଟ ପାଲଟିଥିବା ସମ୍ବଲପୁରରେ ଆରମ୍ଭ ହେଲା ଲଢ଼େଇ। ଭୋଟ ପାଇଁ ମଇଦାନରେ ଦୁଇ ହେଭିୱେଟ। ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ(ବବି ଦାସ) ଓ ଭାଜପାର ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ମଦନମୋହନ ଜୀଉଙ୍କ ଆଶୀର୍ବାଦ ନେଇ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ‘ମୋଦି ବିଜୟ ପ୍ରଚାର’ର ଶୁଭାରମ୍ଭ କରିଛନ୍ତି ଧର୍ମେନ୍ଦ୍ର । ସେହିପରି ଦେବଗଡ ଅଧିଷ୍ଠାତ୍ରୀ ମାଆ ପ୍ରଧାନପାଟେଶ୍ୱରୀଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଣବ ।

ବିରାଟ ପଟୁଆର ସହ ଶହ ଶହ କର୍ମୀ ନେଇ ଦୁଇ ହେଭିଓ୍ବେଟ ନେତା ପ୍ରଚାର [ଆରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ପୁରୁଣାଗଡରୁ ଆରମ୍ଭ କରିଛନ୍ତି ପ୍ରଚାର। କେନ୍ଦ୍ରମନ୍ତ୍ରୀଙ୍କୁ ପାଛୋଟି ନେଇଛନ୍ତି ସ୍ଥାନୀୟ ସମର୍ଥକ ଓ କର୍ମୀ। ଶ୍ରୀ ମଦନମୋହନ ଜୀଉଙ୍କ ଆଶୀର୍ବାଦ ନେଇ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ‘ମୋଦି ବିଜୟ ପ୍ରଚାର’ର ଶୁଭାରମ୍ଭ କରିଛନ୍ତି। ଭୋଟ ଅଭିଯାନ ଆରମ୍ଭ କରି ଧର୍ମେନ୍ଦ୍ର କହିଛନ୍ତି, ପୁରୁଣାଗଡ ସ୍ବାଭିମାନ, ବଳିଦାନ, ସମର୍ପଣ ଓ ଆଧ୍ୟାତ୍ମିକତାର ପବିତ୍ର ଭୂମି। ଏଭଳି କ୍ଷେତ୍ରରେ ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀ ମଦନମୋହନ ଜୀଉ ମନ୍ଦିରରେ ଦର୍ଶନ କରିବା ତାଙ୍କର ସୌଭାଗ୍ୟ ବୋଲି କହିଛନ୍ତି। ଏହି ବଳିଦାନ ଓ ସଂଗ୍ରାମୀ ଭୂମିରୁ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ‘ମୋଦି ବିଜୟ ପ୍ରଚାର’ ଅଭିଯାନ ଆରମ୍ଭ କରିବା ଗୌରବର ବିଷୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ଆରମ୍ଭ କରିଛନ୍ତି ବବି ଦାସ। ପ୍ରଥମେ ଦେବଗଡ ଅଧିଷ୍ଠାତ୍ରୀ ମାଆ ପ୍ରଧାନପାଟେଶ୍ୱରୀଙ୍କ ଆଶୀର୍ବାଦ ନେଇଛନ୍ତି ପ୍ରଣବ। ତେବେ କୌଣସ ନେତାଙ୍କ ନାଁ ନନେଇ ଭାଜପାକୁ ଟାର୍ଗେଟ କରିଛନ୍ତି ପ୍ରଣବ। କହିଛନ୍ତି, ଯାହାଙ୍କୁ ନିର୍ବାଚିତ କରିଥିଲେ, କେବେ ବି ସ୍ବର ଉଠାଇ ନାହାଁନ୍ତି। ତେଣୁ ଏବେ ଜବାବ ଦେବାର ସମୟ ଆସିଛି । ୨୪ ନିର୍ବାଚନରେ ବଡ ଫାଇଟ ଦେଖିବ ଓଡିଶା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri