୫୦ ବର୍ଷ ପରେ ଏକାଠି ହେବେ ଧର୍ମେନ୍ଦ୍ର-ମୁମତାଜ୍‌

ବମ୍ବେ: ଦୀର୍ଘ ୫୦ ବର୍ଷ ପରେ ଗୋଟିଏ ମଞ୍ଚରେ ଏକାଠି ହେବାକୁ ଯାଉଛନ୍ତି ଧର୍ମେନ୍ଦ୍ର-ମୁମତାଜ୍‌। ଟେଲି ପରଦାର ଲୋକପ୍ରିୟ ଶୋ’ ‘ଇଣ୍ଡିଆନ ଆଇଡଲ ୧୩’ରେ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ଏମିତି କରି ଦୁଇ ଦୁଇଟି ଇତିହାସ ରଚିବ ଶୋ। ତେବେ ଏନେଇ ନିର୍ମାତା ଭିଡିଓ ଶେୟାର କରି ସମସ୍ତଙ୍କୁ ଜଣାଇଛନ୍ତି।

ପୂର୍ବରୁ ଅନେକ ଶୋ’କୁ ମୁମତାଜଙ୍କୁ ଅତିଥି ଭାବେ ନିମନ୍ତ୍ରଣ ମିଳିଛି। ହେଲେ ସେ ରାଜି ହୋଇ ନ ଥିଲେ। ପ୍ରଥମ ଥର ଲାଗି ସେ ସ୍ବଇଚ୍ଛାରେ ଇଣ୍ଡିଆନ ଆଇଡଲରେ ସାମିଲ ହେବାକୁ ଯାଉଛନ୍ତି।

ଧର୍ମେନ୍ଦ୍ରଙ୍କ ସହ ଦୁଇଟି ଫିଲ୍ମ ‘ଲୋଫର’ ଏବଂ ‘ଝିଲ କେ ଉସ୍‌ ପାର’ କରିଥିଲେ ମୁମତାଜ। ଏହା ୧୯୭୩ରେ ପରଦାକୁ ଆସିଥିଲା। ଏବେ ଏହାର ୫୦ ବର୍ଷ ପରେ ଉଭୟ କଳାକାର ଏକାଠି ହେବା ପ୍ରଶଂସକଙ୍କ ଲାଗି କୌଣସି ଉପହାରଠାରୁ କମ୍‌ ହେବ ନାହିଁ ବୋଲି କୁହାଯାଉଛି।

Share