ଏ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ; ପୁଅଙ୍କ ସହ ଫଟୋ ହେଉଛି ଭାଇରାଲ…

ବମ୍ବେ: ଆଗାମୀ ଫିଲ୍ମ ଲାଗି ଶୁଟିଂ କରୁଛନ୍ତି ଅଭିନେତା ବବି ଦେଓଲ। ଏହି ସମୟରେ ସେଟ୍‌ରେ ପହଞ୍ଚିଥିଲେ ମା’ ପ୍ରକାଶ କୌର। ଏହାପରେ ଅଭିନେତା ତାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋଟି ସମସ୍ତଙ୍କ ହୃଦୟ ଜିତୁଥିବା ବେଳେ ଉଭୟଙ୍କ ବଣ୍ଡିଂ ନେଇ ଚର୍ଚ୍ଚା ହେଉଛି। ଅନେକ ବର୍ଷ ପରେ ଲୋକେ ଧର୍ମେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀଙ୍କୁ ଦେଖିଥିବା ପ୍ରକାଶ କରୁଛନ୍ତି। ଫଟୋକୁ ଶେୟାର କରି ବବି ‘ଲଭ୍‌ ୟୁ ମା’ ବୋଲି ଲେଖିଛନ୍ତି। ଏଥିସହ ଲାଲ୍‌ ରଙ୍ଗ ହାର୍ଟ ଇମୋଜୀ ଦେଇଛନ୍ତି।

Share