ଫୋନ ଉଠାଇଲେ ଟଙ୍କା ମାଗୁଛନ୍ତି: ଧର୍ମଗଡ଼ ରେଞ୍ଜରଙ୍କ ବିସ୍ଫୋରକ ବୟାନକୁ ନେଇ ହଇଚଇ

ଭବାନୀପାଟଣା,୧୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କଅଁର ଗୁରୁବାର ଏକ ବିସ୍ପୋରକ ବୟାନ ଦେଇଛନ୍ତି। ଖବରଦାତାମାନେ ତାଙ୍କୁ ଫୋନ କଲେ ସେ ନ ଉଠାଇବା ବିଷୟରେ ଖୁଲାସା କରିଛନ୍ତି। ଏନେଇ ବିଭାଗୀୟ ସମ୍ପର୍କିତ ଏକ ମତାମତ ପାଇଁ ତାଙ୍କୁ ଖବରଦାତା ଫୋନ କଲାବେଳେ ସେ ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଖବରଦାତାଙ୍କ ଫୋନ ଉଠାଇବାକୁ ଭୟ ଲାଗୁଛି। ମୁଁ ଫୋନ ଉଠାଇଲେ ମୋତେ ଫୋନ ପେ ନମ୍ବର ଦେଇ ଟଙ୍କା ମାଗୁଛନ୍ତି । ହେଲେ ସେ କାହାକୁ କେତେ ଟଙ୍କା ଦେଇଛନ୍ତି ବୋଲି ପଚାରିବାରୁ ସେ ବିଷୟରେ କିଛି କହି ନ ଥିଲେ । ତାଙ୍କ ମତାମତ ପାଇଁ ପୂର୍ବରୁ ମଧ୍ୟ ଅନେକ ଥର ଓ ଗୁରୁବାର ମଧ୍ୟ ଅନେକ ଥର ଫୋନ କଲାପରେ ମଧ୍ୟ ଫୋନ ଉଠାଇ ନ ଥିଲେ। ଯାହାକୁ ନେଇ ଖବରଦାତା ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ଏ ବିଷୟରେ ଦୃଷ୍ଟି ଆକର୍ଷଣ କଲା ପରେ ରେଞ୍ଜର କଅଁର ନିଜ ଆଡୁ କଲ କରି ଏହାର ସଫେଇ ଦେଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯଦି ଖବରଦାତାମାନେ ତାଙ୍କୁ ଫୋନରେ ଟଙ୍କା ମାଗୁଛନ୍ତି , ସେ କାହିିଁକି ଆଇନର ପ୍ରଶୟ ନେଲେ ନାହିଁ। ଆଉ ସେ କେଉଁ କାମ କାମ ପାଇଁ ଟଙ୍କା ଦେଉଛନ୍ତି ତାହାର ମଧ୍ୟ ଖୁଲାସା ହେବା ଦରକାର। ଜଣେ ଖବରଦାତା ଖବର ପରିବେଷଣ ପାଇ ମତାମତ ମାଗିଲେ ରେଞ୍ଜର କଅଁର ଏପରି ବୟାନ ଦେବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ପ୍ରକାଶ ଯେ,ଗତ ୨୦୨୪ ଅଗଷ୍ଟ ମାସରେ ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କଅଁରଙ୍କ ନାମରେ ଜାଲ ଜାତି ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆରଡିସି) ତତ୍କାଳୀନ କଳାହାଣ୍ଡି ଏସପିଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଅଭିଯୋଗର ୨ ବର୍ଷ ପୂରିବାକୁ ଥିବାବେଳେ ଏ ଦିଗରେ କଣ କାର୍ଯ୍ୟନୁଷ୍ଠାନ ନେଇଛନ୍ତି ତାହା ତଦନ୍ତ ସାକ୍ଷେପ।

 

Odisha’s No.1 Odia Daily

 

Share