କରୋନାରେ ଗଲା ଆଉ ଜଣେ ବିଧାୟକଙ୍କ ଜୀବନ

ଜୟପୁର,୧୯।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଗତ ୩ ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀ ଆଉ କେତେ ଯେ ଦୁର୍ଦ୍ଦଶା ଦେଖାଇବ ତାହା କଳ୍ପନା ବି କରିହେବ ନାହିଁ। ଇତିମଧ୍ୟରେ କରୋନାରେ ଆଉ ଜଣେ ବିଧାୟକଙ୍କ ପରଲୋକ ଘଟିଛି। ବୁଧବାର ରାଜସ୍ଥାନ ପ୍ରତାପଗଡ଼ ଜିଲାର ଧରିଆବାଦ ବିଧାନସଭା ଆସନର ଭାଜପା ବିଧାୟକ ଗୌତମଲାଲ ମିନାଙ୍କ କରୋନାରେ ମୃତ୍ୟୁ ହୋଇଛି। ମୀନା ହେଉଛନ୍ତି ରାଜ୍ୟର ଚତୁର୍ଥ ବିଧାୟକ ଯାହାଙ୍କର କରୋନାରେ ମୃତ୍ୟୁ ହୋଇଛି। ପୂର୍ବରୁ ଆଉ ୩ଜଣ ବିଧାୟକଙ୍କ ମୃତ୍ୟୁ ମଧ୍ୟ କରୋନାଜନିତ ହୋଇଥିଲା। ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ମିନା କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କୁ ମେ’୧୬ରେ ଉଦୟପୁର ମହାରାଣା ଭୂପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ଗତ ୨ଦିନରୁ ତାଙ୍କୁ ଭେଣ୍ଟିିଲେଟରରେ ରଖାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମିନାଙ୍କ ମୃତ୍ୟୁରେ ସହରରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଭାଜପା ପ୍ରଦେଶ ଅଧ୍ୟକ୍ଷ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

PUCC ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୧୧।୨: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଛନ୍ତି । ଟୋଲ ଗେଟ୍‌ରେ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ସତ୍ୟବ୍ରତ ହତ୍ୟା ଘଟଣା: ଦିଦେଶଙ୍କ ସ୍ତ୍ରୀ କଲେ ଚାଞ୍ଚଲ୍ୟକର ଖୁଲାସା

ଭୁବନେଶ୍ୱର,୧୧।୨: ଭୁବନେଶ୍ୱର ନୀଳାଦ୍ରି ବିହାର ସତ୍ୟବ୍ରତ ହତ୍ୟା କାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଦିନେଶ ନାୟକଙ୍କ ସ୍ତ୍ରୀ ମାମାଲି ନାୟକ ଚାଞ୍ଚଲ୍ୟକର ଖୁଲାସା…

ଭାରତ ସହ ଟ୍ରେଡ୍‌ ଡିଲ୍‌ ମଧ୍ୟରେ ଆମେରିକା ନେଲା ବଡ଼ ପଦକ୍ଷେପ: ହଟିଲା…

ଓ୍ବାଶିଂଟନ୍‌,୧୧।୨: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଭାରତର ଏକ ମାନଚିତ୍ର ହଟାଇ ଦେଇଛି। ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଅକ୍ସାଇ ଚାଇନାକୁ ଭାରତର…

ଓଡ଼ିଆ ପୁଅଙ୍କୁ ମିଳିଲା ବଡ଼ ସଫଳତା: ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ୱର,୧୧।୨: ଏସିଆ ପାସିଫିକ୍‌ ଡାଉନ ସିଣ୍ଡ୍ରୋମ୍‌ ଗେମ୍ସ ଚେନ୍ନାଇର ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ପୁଅ ଜୟଜୀବନ ପାଣିି(୧୧)ଙ୍କୁ ମିଳିଛି ବଡ଼ ସଫଳତା। ଜୟଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri