ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଛୋଟ ପ୍ରୟାସ ହିଁ ପ୍ରଦୂଷଣ ରୋକିବାର ପାଲଟିବ ମାଧ୍ୟମ

ଆମେ ଆମ ପାଇଁ ଅସୁବିଧା ସୃଷ୍ଟି କରୁଛେ। ବିନା କାରଣରେ ଲାଇଟ ଜଳୁଥିଲେ ବନ୍ଦ କରିଦେବା ଏବଂ ଏଣେତେଣେ ଅଳିଆ ପଡ଼ିଥିଲେ ଗୋଟାଇ ଡଷ୍ଟବିନ୍‌ରେ ପକାଇବା ଆଦି ଛୋଟ ଛୋଟ ପ୍ରୟାସ ମାଧ୍ୟମରେ ଆମେ ପ୍ରଦୂଷଣକୁ ରୋକିପାରିବା। ବିଭିନ୍ନ ପ୍ରକାର ମାଧ୍ୟମରେ ସଚେତନତା ସୃଷ୍ଟି କରିହେବ। ତେବେ ତାହା କେବଳ ଯୁବପିଢ଼ିଙ୍କ ଉପରେ ନିର୍ଭର କରୁଛି। ପ୍ରଦୂଷଣ ରୋକିବା ପାଇଁ ସମସ୍ତଙ୍କୁ ଚେଷ୍ଟା କରିବାକୁ ପଡ଼ିବ। ଏହା ଭବିଷ୍ୟତ ପିଢ଼ିଙ୍କୁ ସୁରକ୍ଷିତ ରଖିବା ସହିତ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରିବ।

ଶ୍ରଦ୍ଧା ସୁଲଗ୍ନା ପତି
ଛାତ୍ରୀ, ଏକାମ୍ର କଲେଜ, ଭୁବନେଶ୍ୱର

ପରିବେଶ ସୁରକ୍ଷା ପାଇଁ ଅର୍ଥର ଆବଶ୍ୟକତା ନାହିଁ
ପରିବେଶ ସୁରକ୍ଷା ପାଇଁ ଅର୍ଥର ଆବଶ୍ୟକତା ନାହିଁ। ଆମେ ନିଜେ ଚାହିଁଲେ ହଁି ପରିବେଶକୁ ସୁରକ୍ଷିତ ରଖିପାରିବା। ପରିବେଶ ଆମ ଶାରୀରିକ ଓ ମାନସିକ ବିକାଶ କରିଥାଏ। କଲେଜ ପରିସରକୁ ସଫା କରିବା ସହିତ ସେଥିରେ ଗଛ ଲଗାଇବା। ଗଛକୁ ବଞ୍ଚାଇବା ଦାୟିତ୍ୱ ମଧ୍ୟ ଆମର। ଆମେ ଖାଉଥିବା ଜିନିଷକୁ ଏଣେତେଣେ ନ ପକାଇ ଡଷ୍ଟବିନ୍‌ ବ୍ୟବହାର କରିବା ଦରକାର। ଗଛ କାଟିବା ଦ୍ୱାରା ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି। ସେଥିପାଇଁ ଗଛ କାଟିବା ପରିବର୍ତ୍ତେ ଯେପରି ଗଛ ସଂଖ୍ୟା ବଢ଼ିବ ସେଥିପ୍ରତି ଅଧିକ ଧ୍ୟାନ ଦେବା।

ଦୀପ୍ତିରଞ୍ଜନ କାଳିଆ
ଛାତ୍ର, ଏକାମ୍ର କଲେଜ, ଭୁବନେଶ୍ୱର

Dharitri – Odisha’s No.1 Odia Daily

 

Share