Dharitri Youth Conclave 2025: ଗୀତରେ ବାର୍ତ୍ତା ଦେବେ ରାହଗିର

ସୋସିଆଲ ମିଡିଆରେ ଏକ ପ୍ରକାର ଝଡ଼ ସୃଷ୍ଟି କରିଥିବା ‘ଆଦ୍‌ ମୀ ଚୁତିୟା ହୈ, କୁଛ୍‌ ଭି ଚାହତା ହୈ’ ଭାଇରାଲ ଗୀତ ପଛରେ ଥିବା କଣ୍ଠର ଯାଦୁକର ହେଉଛନ୍ତି ରାହଗିର। ତାଙ୍କର ପ୍ରକୃତ ନାମ ସୁନୀଲ କୁମାର ଗୁର୍ଜ୍ଜର। ୧୯୯୩ ମେ ୧୮ରେ ରାଜସ୍ଥାନର ସିକରରେ ଜନ୍ମିତ ଏହି ବ୍ୟକ୍ତିତ୍ୱ ଏକାଧାରରେ କଣ୍ଠଶିଳ୍ପୀ, ଗୀତିକାର ଏବଂ ସଙ୍ଗୀତକାର। ‘ଆଦ୍‌ ମୀ ଚୁତିୟା ହୈ’ ଗୀତଟି ୟୁଟ୍ୟୁବ୍‌ ଚ୍ୟାନେଲରେ ୬ ନିୟୁତରୁ ଅଧିକ ଭ୍ୟୁ ଏବଂ ସ୍ପଟିଫାଏରେ ୧୦ନିୟୁତରୁ ଅଧିକ ଷ୍ଟ୍ରିମ୍‌ ସହିତ ଭାଇରାଲ ହିଟ୍‌ ହୋଇଛି। ‘ଫୁଲଁ କି ଲାଶୋଁ ମେଁ ତାଜଗି ଚାହତା ହୈ, ଆଦ୍‌ ମୀ ଚୁତିୟା ହୈ, କୁଛ୍‌ ଭି ଚାହତା ହୈ’ ଏକ ଟ୍ରେଣ୍ଡ ହୋଇଗଲା। ରାହଗିରଙ୍କ ସଙ୍ଗୀତ ଯାତ୍ରା ସେତେ ସହଜ ନ ଥିଲା। ରାଜସ୍ଥାନର ଏକ ଗାଁରେ ପିଲାଦିନ ବିତାଇବା ସହ ଇନ୍ଦିରା ସିନିୟର ସେକେଣ୍ଡାରି ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ। ସେ ତାଙ୍କ ପରିବାରରେ ପ୍ରଥମ ବ୍ୟକ୍ତି ଥିଲେ, ଯିଏ କି ଇଞ୍ଜିନିୟର ହୋଇଥିଲେ। ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ ପ୍ରାୟ ଦେଢ ବର୍ଷ ଧରି ସେ ଉଚ୍ଚ ବେତନର ଚାକିରି କରିଥିଲେ। ମାତ୍ର ୨୦୧୬ରେ ସଙ୍ଗୀତ ପ୍ରତି ତାଙ୍କର ଅହେତୁକ ଆଗ୍ରହକୁ ଗୁରୁତ୍ୱ ଦେଇ ସେ ଚାକିରି ଛାଡ଼ିଥିଲେ। ବବ୍‌ ଡିଲାନ ଏବଂ ଜନି କ୍ୟାଶ୍‌ଙ୍କ ଭଳି କିମ୍ବଦନ୍ତୀ ସଙ୍ଗୀତଜ୍ଞଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ କବିତା ଲେଖିବା ଆରମ୍ଭ କରିଥିଲେ ଏବଂ ସେଗୁଡ଼ିକ ଗୀତରେ ପରିଣତ ହୋଇଥିଲା। ‘ଅସ୍‌ଲି ଦୋପହର’, ‘ତନ୍‌ ଖା ଗୟି ୟେ ତନ୍‌ଖା’ ଭଳି ଗୀତଗୁଡ଼ିକରେ ସାମାଜିକ ବାର୍ତ୍ତା ରହିଛି। ତାଙ୍କର ପ୍ରାୟତଃ କାବି୍ୟକ ପଦ୍ୟରେ ସାମାଜିକ ସମସ୍ୟାଗୁଡ଼ିକର ସମାଧାନ ଭରି ରହିଥାଏ। ନଭେମ୍ବର ୨୪ରେ ଧରିତ୍ରୀ ଯୁବ ସମ୍ମିଳନୀରେ ରାହଗିର ଉପସ୍ଥିତ ସକଳଙ୍କ ନିକଟରେ ତାଙ୍କର ଶକ୍ତିଶାଳୀ ବାର୍ତ୍ତା ଏବଂ ଅର୍ଥପୂର୍ଣ୍ଣ ସଙ୍ଗୀତ ପରିବେଷଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri