Dharitri Youth Conclave 2025: ସଂହତି, ସଂଯୋଗର ସେତୁ ଆଣ୍ଡ୍ର୍ୟୁ ଫ୍ଲେମିଂ

ଧରିତ୍ରୀ ଯୁବ ସମ୍ମିଳନୀର ପଞ୍ଚମ ସଂସ୍କରଣ ନଭେମ୍ବର ୨୪ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ବିଶ୍ୱର ଯୁବ ଜଳବାୟୁ ପ୍ରବକ୍ତାମାନଙ୍କୁ ଏକତ୍ରିତ କରିବାର ଏକ ପ୍ରମୁଖ ମାଧ୍ୟମ ସାଜିଛି। ‘ଜଳବାୟୁ ପରିବର୍ତ୍ତନ: ଫାଇଣ୍ଡିଂ ସଲ୍ୟୁଶନ’ ବିଷୟବସ୍ତୁ ଆଧାରରେ ଆୟୋଜନ ହେବାକୁ ଥିବା ଏହି ସମ୍ମିଳନୀ ଯୁବପିଢ଼ିଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ବାଣ୍ଟିବା, ଅର୍ଥପୂର୍ଣ୍ଣ ଆଲୋଚନାରେ ସାମିଲହେବା ସହ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ କାର୍ଯ୍ୟକ୍ଷମ ସମାଧାନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟ୍‌ଫର୍ମ ଭାବେ କାର୍ଯ୍ୟ କରିବ। ବିଶ୍ୱ ପରିବେଶ ନୀତି ଏବଂ କାର୍ଯ୍ୟକୁ ସୁସଂଗଠନ ସହିତ ଭବିଷ୍ୟତ ପଦକ୍ଷେପ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବ। ଧରିତ୍ରୀ ଯୁବ ସମ୍ମିଳନୀ ଜଳବାୟୁ ପରିବର୍ତ୍ତନ ପାଇଁ ସୃଜନଶୀଳ ଏବଂ ପ୍ରଭାବଶାଳୀ ସମାଧାନ ବିକାଶ କରିବାରେ ଯୁବପିଢ଼ିଙ୍କ ମଧ୍ୟରେ ସମ୍ଭାବନା ସୃଷ୍ଟି କରିବାରେ ସହାୟକ ହେବ। ଏହି କନ୍‌କ୍ଲେଭ୍‌ରେ ବିଶେଷଜ୍ଞଙ୍କ ପ୍ୟାନେଲ୍‌ ଆଲୋଚନା ସହିତ ପ୍ରମୁଖ ପରିବେଶବିତ୍‌ ଏବଂ ସଂଗଠନ ସହ ନେଟୱର୍କିଂ ସୁଯୋଗ ପ୍ରଦାନ କରାଯିବ। ଅଂଶଗ୍ରହଣକାରୀମାନେ ପ୍ରସିଦ୍ଧ ବିଶେଷଜ୍ଞମାନଙ୍କଠାରୁ ଶିଖିବା, ଚିନ୍ତାଧାରା ଆଦାନପ୍ରଦାନ କରିବା ଆଦିର ସୁଯୋଗ ପାଇବେ। ଏଥି ସହ ସନ୍ଧ୍ୟାରେ ପ୍ରସିଦ୍ଧ ସଙ୍ଗୀତଜ୍ଞଙ୍କ ଦ୍ୱାରା ପରିବେଶ ବିଷୟବସ୍ତୁ ଉପରେ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଆୟୋଜନ ହେବ।

ଧରିତ୍ରୀ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀର ୫ମ ସଂସ୍କରଣରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ବ୍ରିଟିଶ ଡେପୁଟି ହାଇ କମିଶନର ଆଣ୍ଡ୍ର୍ୟୁ ଫ୍ଲେମିଂ। ସେ ଏବେ କୋଲକାତାରେ କାର୍ଯ୍ୟରତ ଅଛନ୍ତି। ଏହା ପୂର୍ବରୁ ୫ବର୍ଷ ପାଇଁ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ବ୍ରିଟିଶ ଡେପୁଟି ହାଇ କମିଶନର ଭାବେ କାର୍ଯ୍ୟ କରିଥିଲେ। ତତ୍‌ପରେ ବେଙ୍ଗାଲୁରୁରେ ସ୍ବତନ୍ତ୍ର ଅସ୍ଥାୟୀ ଡ୍ୟୁଟି ଅଧିକାରୀ ଭାବରେ ନିଯୁକ୍ତ ହୋଇଥିଲେ। ୟୁକେ(ମିଳିତ ଯୁକ୍ତରାଜ୍ୟ ବା ଇଂଲଣ୍ଡ) ଏବଂ ସେ କାର୍ଯ୍ୟ କରୁଥିବା ରାଜ୍ୟଗୁଡ଼ିକ ମଧ୍ୟରେ ବ୍ୟବସାୟ, ବାଣିଜ୍ୟକୁ ପ୍ରୋତ୍ସାହନ, ଗବେଷଣା ଏବଂ ସହଭାଗିତାରେ ଆଗ୍ରହୀ ଶିକ୍ଷାନୁଷ୍ଠାନକୁ ଚିହ୍ନଟ ସହ ସ୍ଥାନୀୟ ସମସ୍ୟାଗୁଡ଼ିକୁ ବୁଝିବା ଆଦି ଅନ୍ତର୍ଭୁକ୍ତ ରହିଛି। ହାଇଦ୍ରାବାଦକୁ ଏକ ସ୍ବଚ୍ଛ ସହର ଭାବେ ପରିଣତ କରିବା ଲକ୍ଷ୍ୟରେ ସେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଅନ୍ୟମାନଙ୍କୁ ଏଥିରେ ସାମିଲ୍‌ ହେବାକୁ ପ୍ରୋତ୍ସାହିତ କରିଥିଲେ। ଡେପୁଟି ହାଇ କମିଶନ୍‌ର ମୁଖ୍ୟ ଭାବରେ ସେ ସଂହତି ଏବଂ ଆନ୍ତଃ ଧର୍ମ, ମହିଳା ବିରୋଧୀ ହିଂସା, ମାନବ ଚାଲାଣ, ଶିଶୁ ଯୌନ ନିର୍ଯାତନା ଏବଂ ଯୁବ ସଶକ୍ତୀକରଣ ଉପରେ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ସହଯୋଗ କରି ଆସୁଛନ୍ତି। ଆଣ୍ଡ୍ର୍ୟୁ ୧୯୮୬ରେ ବ୍ରିଟିଶ ସିଭିଲ ସର୍ଭିସରେ ଯୋଗଦେଇ ୟୁକେ ଏବଂ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ସେ ଦକ୍ଷିଣ ଏସିଆ ସମେତ ବିଶ୍ୱର ଅନେକ ସ୍ଥାନରେ ଅନ୍ତର୍ଜାତୀୟ ନୀତି ପ୍ରସଙ୍ଗରେ କାର୍ଯ୍ୟ କରିବା ସହ ଏ ପର୍ଯ୍ୟନ୍ତ ୧୧୭ଟି ଦେଶ ପରିଦର୍ଶନ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri