ଧରିତ୍ରୀ ଖବରଦାତାଙ୍କ ପିତୃ ବିୟୋଗ

ପୁରୁଷୋତ୍ତମପୁର,୧୪।୬ (ସୀମାଞ୍ଚଳ ମିଶ୍ର)
ପୁରୁଷୋତ୍ତମପୁରର ‘ଧରିତ୍ରୀ’ ଖବରଦାତା ସୀମାଞ୍ଚଳ ମିଶ୍ରଙ୍କ ପିତା ତଥା ଅବସରପ୍ରାପ୍ତ ଶିକ୍ଷକ ଦୂତିକୃଷ୍ଣ ମିଶ୍ରଙ୍କ ମଙ୍ଗଳବାର ସକାଳେ ରଥସାହି ସୁନାରିତୋଟାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ବଡପୁଅ ସନ୍ତୋଷ, ସାନପୁଅ ସୀମାଞ୍ଚଳ ଉପସ୍ଥିତ ଥିଲେ। ଖବର ପାଇ ଏନ୍‌ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ, ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, କାଉନସିଲର ଅଶୋକ ମହାକୁଡ, ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ର, ଓକିଲ ସଂଘ ସଭାପତି ଉପେନ୍ଦ୍ର ପଣ୍ଡା, ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, କୃଷ୍ଣଚନ୍ଦ୍ର ଗୌଡ, ନଗର ବିଜେଡି ସଭାପତି ପ୍ରଭାତ କୁମାର ପଟ୍ଟନାୟକ, ଭାଜପା ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଅରୁଣ କୁମାର ପଣ୍ଡା, ପୁରୁଷୋତ୍ତମପୁର ପ୍ରେସ୍‌ କ୍ଲବର ସମସ୍ତ ସଭ୍ୟ ଏବଂ ଓକିଲ ସଂଘର ବହୁ ସଭ୍ୟ ଶେଷ ଦର୍ଶନ କରିଥିଲେ ା ଋଷିକୁଲ୍ୟା ନଦୀ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା।