ଧରିତ୍ରୀ ଏକ ସାମାଜିକ ଆନ୍ଦୋଳନ

ଭୁବନେଶ୍ୱର, ୨୧।୩(ବ୍ୟୁରୋ) : ୧୯୭୪ରୁ ୪୭ ବର୍ଷ ଧରି ଆଗଧାଡ଼ିର ଗଣମାଧ୍ୟମ ଭାବେ ‘ଧରିତ୍ରୀ’ ଓଡ଼ିଶାରେ ବିଭିନ୍ନ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ପ୍ରସଙ୍ଗକୁ ନେଇ ଏକ ନିର୍ଦ୍ଦିଷ୍ଟ ମତ ପରିବେଷଣ କରିଆସୁଛି। ବର୍ତ୍ତମାନର ଆବଶ୍ୟକତାକୁ ଦେଖି ‘ଧରିତ୍ରୀ’ ନିଜକୁ ଏକ ଦାୟିତ୍ୱସମ୍ପନ୍ନ ସାମାଜିକ ଅନୁଷ୍ଠାନ ବୋଲି ପ୍ରମାଣିତ କରିଛି। ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ‘ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାଡର୍‌ସ’ ଦୁଇଚାରି ଜଣ ବନ୍ଧୁଙ୍କ ସଫଳତା ନୁହେଁ, ଏହା ସମଗ୍ର ଓଡ଼ିଆ ସମାଜର ଉପଲବ୍ଧି। ‘ଧରିତ୍ରୀ’ ଏକ ସାମାଜିକ ଆନ୍ଦୋଳନ। ଆଗକୁ ଏହି ଖବରକାଗଜ ସମାଜରେ ପରିବର୍ତ୍ତନର ନେତୃତ୍ୱ ନେଉ ବୋଲି ଶନିବାର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍‌ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମକୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏହା ନିଶ୍ଚିତ ଭାବରେ ରାଜ୍ୟର ବ୍ୟବସାୟ ସମୁଦାୟର ମାନସିକତାକୁ ପ୍ରୋତ୍ସାହିତ କରିବ ବୋଲି କହିଥିଲେ। ସମ୍ମାନିତ ଉଦ୍ୟୋଗୀମାନେ କେବଳ ଯେ ମହାମାରୀ ସମୟରେ ସେମାନଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସଫଳ ହୋଇ ନ ଥିଲେ, ବରଂ ଏକ ଭୟଙ୍କର ପରିସ୍ଥିତିରେ ସକାରାତ୍ମକ ଦୃଷ୍ଟିକୋଣ ମଧ୍ୟ ତିଆରି କରିପାରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡ଼ିଶାର ଅର୍ଥ ବ୍ୟବସ୍ଥା ଓ ନିଯୁକ୍ତି କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ଥିବା ସଫଳ ଉଦ୍ୟୋଗୀମାନଙ୍କୁ ‘ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାଡର୍‌ସ’ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଗତ ୭୦ବର୍ଷ ହେଲା ହରେକୃଷ୍ଣ ମହତାବଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ସ୍ତରରେ ଓଡ଼ିଶାର ବିକାଶ ପାଇଁ ଚେଷ୍ଟା କରିଛନ୍ତି। ବର୍ତ୍ତମାନ ଏଭଳି ଏକ ସମୟ ପହଞ୍ଚତ୍ଛି, ଯେତେବେଳେ ବିଶ୍ୱର ଅର୍ଥନୀତି ସ୍ଥାଣୁ ଅବସ୍ଥାକୁ ଚାଲିଯାଇଛି। ମହାମାରୀ କେବଳ ଭାରତ ନୁହେଁ, ସାରା ବିଶ୍ୱ ଉପରେ ପ୍ରଭାବ ପକାଇଛି। ବ୍ୟକ୍ତିଗତ ସ୍ତରଠାରୁ ଆରମ୍ଭ କରି ସବୁ ବ୍ୟବସାୟିକ ଅନୁଷ୍ଠାନ ମଧ୍ୟ ବ୍ୟାପକ ପ୍ରଭାବିତ ହୋଇଛନ୍ତି। ୨୦୨୧ରୁ ନୂଆ ଯାତ୍ରା ଆରମ୍ଭ ହୋଇଛି। ଆଗାମୀ ଦୁଇ ଦଶନ୍ଧିରେ ବହୁତ କିଛି ପରିବର୍ତ୍ତନ ହେବ। ୨୦୩୬ ବେଳେ ଆମେ ସମସ୍ତେ ଏକ ସାମାଜିକ ଖସଡ଼ା ତିଆରି କରିପାରିବା। ଏଥିରେ ସରକାର ସହଯୋଗୀ ହେବେ ଓ ସମାଜ ନେତୃତ୍ୱ ନେବ। ସମାଜ ଓ ସରକାର ଭିତରେ ‘ଧରିତ୍ରୀ’ ଭଳି ସଙ୍ଗଠନ ସେତୁ ବାନ୍ଧିବେ ବୋଲି ସେ କହିଛନ୍ତି। ଆମ ରାଜ୍ୟରେ ମଧ୍ୟବିତ୍ତଙ୍କ ସଂଖ୍ୟା ବଢ଼ିବା ଦରକାର। ଏକ ସମାଜରେ ମଧ୍ୟବିତ୍ତଙ୍କ ସଂଖ୍ୟା ନ ବଢ଼ିବା ଯାଏ ଅର୍ଥନୈତିକ ବୃଦ୍ଧି ପ୍ରଶ୍ନବାଚୀ ହୋଇ ରହିଯିବ। ୧୫ ବର୍ଷ ପରେ ୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନ ହେବାର ୧୦୦ ବର୍ଷ ପୂରଣ କରିବ। ଏହି ସମୟରେ ଆମକୁ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ବର୍ଗଙ୍କୁ ମୌଳିକ ସୁବିଧା ସହ ଶିକ୍ଷା, ସ୍ବାସ୍ଥ୍ୟସେବା ସୁବିଧା ଦେଇ ସେମାନଙ୍କୁ ଶକ୍ତିଶାଳୀ କରିବାକୁ ହେବ। ରେଳ, ସଡ଼କ ପଥ, ଆକାଶ ପଥ, ସାମୁଦ୍ରିକ ଅର୍ଥନୀତି ନେଇ ଓଡ଼ିଶାରେ ଥିବା ସମ୍ଭାବନା କେବଳ ସାଢ଼େ ୪ କୋଟି ଲୋକଙ୍କ ପାଇଁ ନୁହେଁ, ବରଂ ସମଗ୍ର ପୂର୍ବ ଭାରତର ଆବଶ୍ୟକତାକୁ ପୂରଣ କରିବ। ଭାରତ ପାଇଁ ଏହି ଦଶକ ରୋରିଂ-୨୦ ହେବାକୁ ଯାଉଥିବା ବେଳେ ଓଡ଼ିଶା ବ୍ୟବସାୟ କ୍ଷେତ୍ରର ପେଣ୍ଠସ୍ଥଳୀ ହେବା ନିଃସନ୍ଦେହ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ, ଗତ କିଛିବର୍ଷ ମଧ୍ୟରେ ଓଡ଼ିଶା ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଗ୍ରଗତି କରିଛି। ଏକ ଉତ୍ସର୍ଗୀକୃତ ଟିମ୍‌ ଦ୍ୱାରା ସକ୍ଷମ ଶିଳ୍ପନୀତି ରାଜ୍ୟର ଶିଳ୍ପ ଇକୋ-ସିଷ୍ଟମକୁ ଆଗକୁ ବଢ଼ାଇଛି। ମହାମାରୀ ସମୟରେ ମଧ୍ୟ ଆମେ ଏକ ପ୍ରମୁଖ ପୁଞ୍ଜି ବିନିଯୋଗ ଲକ୍ଷ୍ୟସ୍ଥଳ ହୋଇ ରହିଛୁ। ଏ କ୍ଷେତ୍ରରେ ଆମର ରେକର୍ଡ ମଧ୍ୟ ବହୁତ ଉତ୍ସାହଜନକ। ୨୦୨୦ ବର୍ଷ ଆମ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଆଣିଛି ଏବଂ ସବୁ କ୍ଷେତ୍ରରେ ବଡ଼ ପ୍ରଭାବ ପକାଇଛି। କୋଭିଡ୍‌-୧୯ର ମୁକାବିଲାକୁ ଗୁରୁତ୍ୱ ଦେଇ ବାରମ୍ବାର ଲକ୍‌ଡାଉନ୍‌ ଓ କୋଭିଡ୍‌ ସମ୍ବନ୍ଧୀୟ ପ୍ରୋଟୋକଲ ପାଳନ ଯୋଗୁ ରାଜ୍ୟର ଅର୍ଥନୈତିକ କ୍ଷେତ୍ର ଅଣଦେଖା ହୋଇପଡ଼ିଥିଲା। ଏଭଳି ଏକ ଅପ୍ରତ୍ୟାଶିତ ତଥା କଠିନ ସମୟ ମଧ୍ୟରେ ରାଜ୍ୟ ସରକାର ଉଦ୍ୟୋଗୁଡ଼ିକୁ ଉତ୍ସାହିତ କରିବା ପାଇଁ ବହୁମୁଖୀ ଉପାୟ ଅବଲମ୍ବନ କରିଛନ୍ତି। ସରକାର ଉଦ୍ୟୋଗୀମାନଙ୍କୁ ସହାୟତାର ହାତ ବଢ଼ାଇବା ସହ ସେମାନଙ୍କୁ ନିଜ ଗୋଡ଼ରେ ପୁଣି ଠିଆ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। କୃଷି ପରେ ଏମ୍‌ଏସ୍‌ଏମ୍‌ଇ ସବୁଠୁ ବଡ଼ ନିଯୁକ୍ତି କ୍ଷେତ୍ର। ତେଣୁ ଏହି କ୍ଷେତ୍ର ପାଇଁ ୪୬୫ କୋଟି ଟଙ୍କା ବର୍ଦ୍ଧିତ ଆବଣ୍ଟନ ପ୍ରସ୍ତାବ ଦେଇଛୁ, ଯାହା ଗତ ବର୍ଷର ଆବଣ୍ଟନର ପ୍ରାୟ ଦୁଇଗୁଣ। ଭିତ୍ତିଭୂମି ଓ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯାଇଛି। କେତେକ ଐତିହ୍ୟସ୍ଥଳରେ ଆମେ ବିଶ୍ୱସ୍ତରୀୟ ସୁବିଧା ସୃଷ୍ଟି କରିବା ପ୍ରକ୍ରିୟାରେ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ପର୍ଯ୍ୟଟନ ତଥା କ୍ରୀଡ଼ା ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ପର୍ଯ୍ୟଟନର ବିକାଶ ଏବଂ କରୋନା ଯୋଗୁ କ୍ଷତିଗ୍ରସ୍ତ ପର୍ଯ୍ୟଟନ କ୍ଷେତ୍ରରେ ସୁଧାର ଆଣିବା ପାଇଁ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ୨୦୦୦ମସିହାରେ ଓଡ଼ିଶାର ଛବି ଏକ ଗରିବ ରାଜ୍ୟ ଭାବେ ଥିଲା। ବିଗତ ଦୁଇ ଦଶନ୍ଧିରେ ରାଜ୍ୟ ବିଭିନ୍ନ କ୍ଷେତ୍ରରେ ଅନେକ କିଛି ହାସଲ କରିପାରିଛି। ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ସମ୍ଭବ ହୋଇଛି। ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଯୋଜନାଗୁଡ଼ିକୁ ଆମେ କାର୍ଯ୍ୟକାରୀ କରିଛୁ। ଫଳରେ ମହାମାରୀ ଭଳି ଏକ କଠିନ ସମୟରେ ମଧ୍ୟ ସକାରାତ୍ମକ ପଦକ୍ଷେପ ନିଆଯାଇପାରିଛି ବୋଲି ବିଶାଳ ଦେବ କହିଛନ୍ତି।
‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଲକ୍ଷ୍ୟ ସମ୍ପର୍କରେ କହିଥିଲେ। କରୋନା ଯୋଗୁ ଭାରତ ନୁହେଁ, ସାରା ବିଶ୍ୱ ଦୋହଲିଯାଇଛି। ସବୁ କ୍ଷେତ୍ର ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ସମ୍ମାନିତ ହୋଇଥିବା ଉଦ୍ୟୋଗୀମାନେ ଭାଙ୍ଗି ନ ପଡ଼ି ନିଜ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି। ତେଣୁ ସେମାନେ ସମସ୍ତେ ଜଣେ ଜଣେ କୋଭିଡ୍‌ ଯୋଦ୍ଧା। ସେହି ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଆମର ଏହା ଏକ ପ୍ରୟାସ ବୋଲି ସତପଥୀ କହିଛନ୍ତି। କାର୍ଯ୍ୟକ୍ରମ ଶେଷରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri