ଧରିତ୍ରୀ ଏକ ସାମାଜିକ ଆନ୍ଦୋଳନ

ଭୁବନେଶ୍ୱର, ୨୧।୩(ବ୍ୟୁରୋ) : ୧୯୭୪ରୁ ୪୭ ବର୍ଷ ଧରି ଆଗଧାଡ଼ିର ଗଣମାଧ୍ୟମ ଭାବେ ‘ଧରିତ୍ରୀ’ ଓଡ଼ିଶାରେ ବିଭିନ୍ନ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ପ୍ରସଙ୍ଗକୁ ନେଇ ଏକ ନିର୍ଦ୍ଦିଷ୍ଟ ମତ ପରିବେଷଣ କରିଆସୁଛି। ବର୍ତ୍ତମାନର ଆବଶ୍ୟକତାକୁ ଦେଖି ‘ଧରିତ୍ରୀ’ ନିଜକୁ ଏକ ଦାୟିତ୍ୱସମ୍ପନ୍ନ ସାମାଜିକ ଅନୁଷ୍ଠାନ ବୋଲି ପ୍ରମାଣିତ କରିଛି। ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ‘ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାଡର୍‌ସ’ ଦୁଇଚାରି ଜଣ ବନ୍ଧୁଙ୍କ ସଫଳତା ନୁହେଁ, ଏହା ସମଗ୍ର ଓଡ଼ିଆ ସମାଜର ଉପଲବ୍ଧି। ‘ଧରିତ୍ରୀ’ ଏକ ସାମାଜିକ ଆନ୍ଦୋଳନ। ଆଗକୁ ଏହି ଖବରକାଗଜ ସମାଜରେ ପରିବର୍ତ୍ତନର ନେତୃତ୍ୱ ନେଉ ବୋଲି ଶନିବାର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍‌ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମକୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏହା ନିଶ୍ଚିତ ଭାବରେ ରାଜ୍ୟର ବ୍ୟବସାୟ ସମୁଦାୟର ମାନସିକତାକୁ ପ୍ରୋତ୍ସାହିତ କରିବ ବୋଲି କହିଥିଲେ। ସମ୍ମାନିତ ଉଦ୍ୟୋଗୀମାନେ କେବଳ ଯେ ମହାମାରୀ ସମୟରେ ସେମାନଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସଫଳ ହୋଇ ନ ଥିଲେ, ବରଂ ଏକ ଭୟଙ୍କର ପରିସ୍ଥିତିରେ ସକାରାତ୍ମକ ଦୃଷ୍ଟିକୋଣ ମଧ୍ୟ ତିଆରି କରିପାରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡ଼ିଶାର ଅର୍ଥ ବ୍ୟବସ୍ଥା ଓ ନିଯୁକ୍ତି କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ଥିବା ସଫଳ ଉଦ୍ୟୋଗୀମାନଙ୍କୁ ‘ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାଡର୍‌ସ’ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଗତ ୭୦ବର୍ଷ ହେଲା ହରେକୃଷ୍ଣ ମହତାବଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ସ୍ତରରେ ଓଡ଼ିଶାର ବିକାଶ ପାଇଁ ଚେଷ୍ଟା କରିଛନ୍ତି। ବର୍ତ୍ତମାନ ଏଭଳି ଏକ ସମୟ ପହଞ୍ଚତ୍ଛି, ଯେତେବେଳେ ବିଶ୍ୱର ଅର୍ଥନୀତି ସ୍ଥାଣୁ ଅବସ୍ଥାକୁ ଚାଲିଯାଇଛି। ମହାମାରୀ କେବଳ ଭାରତ ନୁହେଁ, ସାରା ବିଶ୍ୱ ଉପରେ ପ୍ରଭାବ ପକାଇଛି। ବ୍ୟକ୍ତିଗତ ସ୍ତରଠାରୁ ଆରମ୍ଭ କରି ସବୁ ବ୍ୟବସାୟିକ ଅନୁଷ୍ଠାନ ମଧ୍ୟ ବ୍ୟାପକ ପ୍ରଭାବିତ ହୋଇଛନ୍ତି। ୨୦୨୧ରୁ ନୂଆ ଯାତ୍ରା ଆରମ୍ଭ ହୋଇଛି। ଆଗାମୀ ଦୁଇ ଦଶନ୍ଧିରେ ବହୁତ କିଛି ପରିବର୍ତ୍ତନ ହେବ। ୨୦୩୬ ବେଳେ ଆମେ ସମସ୍ତେ ଏକ ସାମାଜିକ ଖସଡ଼ା ତିଆରି କରିପାରିବା। ଏଥିରେ ସରକାର ସହଯୋଗୀ ହେବେ ଓ ସମାଜ ନେତୃତ୍ୱ ନେବ। ସମାଜ ଓ ସରକାର ଭିତରେ ‘ଧରିତ୍ରୀ’ ଭଳି ସଙ୍ଗଠନ ସେତୁ ବାନ୍ଧିବେ ବୋଲି ସେ କହିଛନ୍ତି। ଆମ ରାଜ୍ୟରେ ମଧ୍ୟବିତ୍ତଙ୍କ ସଂଖ୍ୟା ବଢ଼ିବା ଦରକାର। ଏକ ସମାଜରେ ମଧ୍ୟବିତ୍ତଙ୍କ ସଂଖ୍ୟା ନ ବଢ଼ିବା ଯାଏ ଅର୍ଥନୈତିକ ବୃଦ୍ଧି ପ୍ରଶ୍ନବାଚୀ ହୋଇ ରହିଯିବ। ୧୫ ବର୍ଷ ପରେ ୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନ ହେବାର ୧୦୦ ବର୍ଷ ପୂରଣ କରିବ। ଏହି ସମୟରେ ଆମକୁ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ବର୍ଗଙ୍କୁ ମୌଳିକ ସୁବିଧା ସହ ଶିକ୍ଷା, ସ୍ବାସ୍ଥ୍ୟସେବା ସୁବିଧା ଦେଇ ସେମାନଙ୍କୁ ଶକ୍ତିଶାଳୀ କରିବାକୁ ହେବ। ରେଳ, ସଡ଼କ ପଥ, ଆକାଶ ପଥ, ସାମୁଦ୍ରିକ ଅର୍ଥନୀତି ନେଇ ଓଡ଼ିଶାରେ ଥିବା ସମ୍ଭାବନା କେବଳ ସାଢ଼େ ୪ କୋଟି ଲୋକଙ୍କ ପାଇଁ ନୁହେଁ, ବରଂ ସମଗ୍ର ପୂର୍ବ ଭାରତର ଆବଶ୍ୟକତାକୁ ପୂରଣ କରିବ। ଭାରତ ପାଇଁ ଏହି ଦଶକ ରୋରିଂ-୨୦ ହେବାକୁ ଯାଉଥିବା ବେଳେ ଓଡ଼ିଶା ବ୍ୟବସାୟ କ୍ଷେତ୍ରର ପେଣ୍ଠସ୍ଥଳୀ ହେବା ନିଃସନ୍ଦେହ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ, ଗତ କିଛିବର୍ଷ ମଧ୍ୟରେ ଓଡ଼ିଶା ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଗ୍ରଗତି କରିଛି। ଏକ ଉତ୍ସର୍ଗୀକୃତ ଟିମ୍‌ ଦ୍ୱାରା ସକ୍ଷମ ଶିଳ୍ପନୀତି ରାଜ୍ୟର ଶିଳ୍ପ ଇକୋ-ସିଷ୍ଟମକୁ ଆଗକୁ ବଢ଼ାଇଛି। ମହାମାରୀ ସମୟରେ ମଧ୍ୟ ଆମେ ଏକ ପ୍ରମୁଖ ପୁଞ୍ଜି ବିନିଯୋଗ ଲକ୍ଷ୍ୟସ୍ଥଳ ହୋଇ ରହିଛୁ। ଏ କ୍ଷେତ୍ରରେ ଆମର ରେକର୍ଡ ମଧ୍ୟ ବହୁତ ଉତ୍ସାହଜନକ। ୨୦୨୦ ବର୍ଷ ଆମ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଆଣିଛି ଏବଂ ସବୁ କ୍ଷେତ୍ରରେ ବଡ଼ ପ୍ରଭାବ ପକାଇଛି। କୋଭିଡ୍‌-୧୯ର ମୁକାବିଲାକୁ ଗୁରୁତ୍ୱ ଦେଇ ବାରମ୍ବାର ଲକ୍‌ଡାଉନ୍‌ ଓ କୋଭିଡ୍‌ ସମ୍ବନ୍ଧୀୟ ପ୍ରୋଟୋକଲ ପାଳନ ଯୋଗୁ ରାଜ୍ୟର ଅର୍ଥନୈତିକ କ୍ଷେତ୍ର ଅଣଦେଖା ହୋଇପଡ଼ିଥିଲା। ଏଭଳି ଏକ ଅପ୍ରତ୍ୟାଶିତ ତଥା କଠିନ ସମୟ ମଧ୍ୟରେ ରାଜ୍ୟ ସରକାର ଉଦ୍ୟୋଗୁଡ଼ିକୁ ଉତ୍ସାହିତ କରିବା ପାଇଁ ବହୁମୁଖୀ ଉପାୟ ଅବଲମ୍ବନ କରିଛନ୍ତି। ସରକାର ଉଦ୍ୟୋଗୀମାନଙ୍କୁ ସହାୟତାର ହାତ ବଢ଼ାଇବା ସହ ସେମାନଙ୍କୁ ନିଜ ଗୋଡ଼ରେ ପୁଣି ଠିଆ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। କୃଷି ପରେ ଏମ୍‌ଏସ୍‌ଏମ୍‌ଇ ସବୁଠୁ ବଡ଼ ନିଯୁକ୍ତି କ୍ଷେତ୍ର। ତେଣୁ ଏହି କ୍ଷେତ୍ର ପାଇଁ ୪୬୫ କୋଟି ଟଙ୍କା ବର୍ଦ୍ଧିତ ଆବଣ୍ଟନ ପ୍ରସ୍ତାବ ଦେଇଛୁ, ଯାହା ଗତ ବର୍ଷର ଆବଣ୍ଟନର ପ୍ରାୟ ଦୁଇଗୁଣ। ଭିତ୍ତିଭୂମି ଓ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯାଇଛି। କେତେକ ଐତିହ୍ୟସ୍ଥଳରେ ଆମେ ବିଶ୍ୱସ୍ତରୀୟ ସୁବିଧା ସୃଷ୍ଟି କରିବା ପ୍ରକ୍ରିୟାରେ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ପର୍ଯ୍ୟଟନ ତଥା କ୍ରୀଡ଼ା ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ପର୍ଯ୍ୟଟନର ବିକାଶ ଏବଂ କରୋନା ଯୋଗୁ କ୍ଷତିଗ୍ରସ୍ତ ପର୍ଯ୍ୟଟନ କ୍ଷେତ୍ରରେ ସୁଧାର ଆଣିବା ପାଇଁ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ୨୦୦୦ମସିହାରେ ଓଡ଼ିଶାର ଛବି ଏକ ଗରିବ ରାଜ୍ୟ ଭାବେ ଥିଲା। ବିଗତ ଦୁଇ ଦଶନ୍ଧିରେ ରାଜ୍ୟ ବିଭିନ୍ନ କ୍ଷେତ୍ରରେ ଅନେକ କିଛି ହାସଲ କରିପାରିଛି। ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ସମ୍ଭବ ହୋଇଛି। ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଯୋଜନାଗୁଡ଼ିକୁ ଆମେ କାର୍ଯ୍ୟକାରୀ କରିଛୁ। ଫଳରେ ମହାମାରୀ ଭଳି ଏକ କଠିନ ସମୟରେ ମଧ୍ୟ ସକାରାତ୍ମକ ପଦକ୍ଷେପ ନିଆଯାଇପାରିଛି ବୋଲି ବିଶାଳ ଦେବ କହିଛନ୍ତି।
‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଲକ୍ଷ୍ୟ ସମ୍ପର୍କରେ କହିଥିଲେ। କରୋନା ଯୋଗୁ ଭାରତ ନୁହେଁ, ସାରା ବିଶ୍ୱ ଦୋହଲିଯାଇଛି। ସବୁ କ୍ଷେତ୍ର ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ସମ୍ମାନିତ ହୋଇଥିବା ଉଦ୍ୟୋଗୀମାନେ ଭାଙ୍ଗି ନ ପଡ଼ି ନିଜ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି। ତେଣୁ ସେମାନେ ସମସ୍ତେ ଜଣେ ଜଣେ କୋଭିଡ୍‌ ଯୋଦ୍ଧା। ସେହି ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଆମର ଏହା ଏକ ପ୍ରୟାସ ବୋଲି ସତପଥୀ କହିଛନ୍ତି। କାର୍ଯ୍ୟକ୍ରମ ଶେଷରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri