କଟକ ସଦର, ୧୬।୧୦ (ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ସୁଦର୍ଶନ ଡିଗ୍ରୀ ମହାବିଦ୍ୟାଳୟରେ ଶୁକ୍ରବାର ୨ ଜଣ ମନୋନୀତ ଛାତ୍ର ପ୍ରତିନିଧି ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଲେ ସଭାପତି ବରୁଣ ସେଠୀ ଓ ସମ୍ପାଦିକା ରାଜନନ୍ଦିନୀ ସାହୁ।
୧୯୯୧ ମସିହାରେ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟରେ ଦୀର୍ଘ ୨୫ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ହୋଇନଥିଲା। ଏ ସମ୍ପର୍କିତ ଖବର ପ୍ରଥମେ ଗତ ୬ ତାରିଖରେ ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା।
ଶେଷରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପରାମର୍ଶକ୍ରମେ ଚଳିତ ବର୍ଷ ପାଇଁ ସମୟ ଅଭାବରୁ ଛାତ୍ର ସଂସଦ ନିର୍ବାଚନ ନକରି ମହାବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଛାତ୍ର ପ୍ରତିନିଧି ମନୋନୟନ କରାଯାଇଥିଲା। ଏହାପରେ ମନୋନୀତ ଦୁଇ ଛାତ୍ର ପ୍ରତିନିଧି ଶପଥ ଗ୍ରହଣ କରିଛନ୍ତି।