ଏଇ ଭାରତରେ

ଉତ୍ତରପ୍ରଦେଶ ଲକ୍ଷ୍ନୌର ଚାରୁ ଖାରେ ନାମକ ଜଣେ ବ୍ୟକ୍ତି ପ୍ରାଣୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ଚାକିରିରୁ ସମୟ ବାହାର କରି ଅସହାୟ ପ୍ରାଣୀଙ୍କ ସୁରକ୍ଷାରେ ସେ ଲାଗିଛନ୍ତି। ମୁଖ୍ୟତଃ ମା’ଠାରୁ ଅଲଗା ହୋଇଯାଇଥିବା ମାଙ୍କଡ଼ ଛୁଆଙ୍କ ଯତ୍ନ ନେଉଛନ୍ତି। ସେ ମଧ୍ୟ ଅନ୍ୟ ପ୍ରାଣୀଙ୍କୁ ଉଦ୍ଧାର କରୁଛନ୍ତି। ଏହି କାର୍ଯ୍ୟ କରିବା ଲାଗି ତାଙ୍କ ନେତୃତ୍ୱରେ ସେ ଏକ ଏନ୍‌ଜିଓ ଗଠନ କରିଛନ୍ତି । ସେ ମଧ୍ୟ ଏକ ଟିମ୍‌ ଗଠନ କରିଛନ୍ତି ।

ଏହି ଟିମ୍‌ ପ୍ରାଣୀ ଉଦ୍ଧାର କାର୍ଯ୍ୟ ପରିଚାଳନା କରୁଛି। ମୋଟରେ ଏଯାବତ ଚାରୁ ଓ ତାଙ୍କ ଟିମ୍‌ ୫,୦୦୦ ପ୍ରାଣୀଙ୍କୁ ଉଦ୍ଧାର କରିସାରିଲେଣି। ସେମାନେ ପ୍ରାଣୀଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ଚିକିତ୍ସା କରୁଛନ୍ତି, ଖାଇବାକୁ ଦେଉଛନ୍ତି ଓ ସୁସ୍ଥ ହେଲା ପରେ ଜଙ୍ଗଲରେ ଛାଡ଼ି ଦେଉଛନ୍ତି। ତେବେ ସେ ଉଦ୍ଧାର କରୁଥିବା ଅନେକ ପ୍ରାଣୀ ଚିକିତ୍ସା ପରେ ମଧ୍ୟ ପଙ୍ଗୁ ହୋଇଯାଉଛନ୍ତି । ତେଣୁ ଏମାନଙ୍କ ରହିବା ଲାଗି ଚାରୁ ଏକ ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି। ଏବେ ସୁଦ୍ଧା ୭୦ କୁକୁର, ୨୫ ବିଲେଇ ଓ ୫ଟି ପକ୍ଷୀ ଆଶ୍ରୟସ୍ଥଳୀରେ ଅଛନ୍ତି। ଏହାବ୍ୟତୀତ ପକ୍ଷାଘାତରେ ପୀଡ଼ିତ ପ୍ରାଣୀଙ୍କ ପାଇଁ ଥେରାପି ବ୍ୟବସ୍ଥା ରହିଛି। ଏତେଗୁଡ଼ିକ କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ଅର୍ଥ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କଠାରୁ ସେ ଦାନ ଆକାରରେ ଗ୍ରହଣ କରୁଛନ୍ତି। ସେହି ଅର୍ଥରେ ଚାରୁ ତାଙ୍କ ଉଦ୍ଧାର କାର୍ଯ୍ୟ ଆଗକୁ ବଢାଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri