‘ଗଛ’ରେ ଜମିଦାରି ଅଧିକାର

ଦିନଥିଲା ଏ ରାଜ୍ୟରେ ଜମିଦାରି ଶାସନ ଥିଲା। ସେତେବେଳେ ପ୍ରଜା କେହି ସ୍ଥିତିବାନ ନ ଥିଲେ, ଥିଲେ ହାକିମ ସ୍ବତ୍ୱ ପ୍ରଜା । ବୋଲହାକ ପାଇଁ ଥିଲେ ପ୍ରଜା। ପୂର୍ବେ ଯେତେବେଳେ ଲିପିବଦ୍ଧ ପ୍ରମାଣ ଆବଶ୍ୟକ ପଡ଼ିଲା, ସେତେବେଳେ ଟିପା ପାଉତି ଚଳିଲା। ଟିପା ପାଉତି ଏକ ତାଳପତ୍ର ଓ ଲେଖନୀ ଲୁହାର ସମ୍ବନ୍ଧି ମାତ୍ର, ଯାହାକୁ ଟିପା ଦେବା ଓ ଟିପାନେବା ଦୁଇ ଜଣ ଜାଣିବା ସମ୍ଭବ ଥିଲା । ପୁଣି ପାଉତି ଅର୍ଥ ପାଇଥିବା ପ୍ରମାଣକୁ କେବଳ ଜମିଦାରଙ୍କ ମନୋଜ୍ଞ ଉପରେ ନିର୍ଭର କରୁଥିଲା। ବେଳେ ବେଳେ ଟିପା ତାଳପତ୍ର ଲେଖା ହଜିଗଲେ ବା ଥାଇ ମୂଳ ଖାତା ବା ଟିପା ପୋଥିରେ ନ ଥିଲେ ବେଡ଼ି କୋରଡ଼ା ଉଚ୍ଛେଦ ସ୍ତରକୁ ପ୍ରଜାଟି ଆସୁଥିଲା। ବ୍ରିଟିଶ ପ୍ରଶାସନ ଏପରି ହୁକୁମ ଜାହିର କଲେ ଜହିଁରେ ଜମିଦାରଙ୍କର ପାଉତିରେ ତାରିଖ ନିଶ୍ଚେ ରହିବା ସହିତ ତାଙ୍କର ଏକ ଖାତା କାଗଜ ବାହାରିବା ପରେ ଲେଖା ପାଉତି ହାସଲ ବେଳେ ଲେଖା ରଖାଭଲା ଏହି ପରିପ୍ରେକ୍ଷୀରେ ଗ୍ରାମ୍ୟ ସାହୁକାରମାନେ ମହାଜନି କରଜ ଲଗାନ୍ତି। ଅଭାବୀମାନେ ବାଧ୍ୟ ହୋଇ ଖାଦ୍ୟ ସମସ୍ୟା ବିବାହାଦି ବଡ଼ ଖର୍ଚ୍ଚ ପାଇଁ ସେହି ସାହୁକାର ମହାଜନଙ୍କ ଦ୍ୱାରସ୍ଥ ହୁଅନ୍ତି। କେତେ ଖୋସାମନ୍ତ କାକୁତି ମିନତି ଦୌଡ଼ିବା ପରେ ମହାଜନି କରଦ ହୁଅନ୍ତି। ତାଙ୍କର କପଟ ଆତ୍ମୀୟତାର ଫାଶ ପଡ଼େ। ଖାଲି ଫାଶ ପଡ଼େ ନାହିଁ ହୁକ୍‌ ଅଙ୍କୁଶ ଲଗାଇ ଦିଅନ୍ତି। ଫାଶ ହେଲା କରଜ ଯେତେ ନେବେ ତା’ର ଦୁଇଗୁଣ, ତିନିଗୁଣ ଅର୍ଥ ପ୍ରାପ୍ତିର ସମ୍ମତି ଦସ୍ତଖତ ନେବେ। ସମୟ ଧାର୍ଯ୍ୟ କରିବ ହିଁ ହୁକ୍‌ ଅଙ୍କୁଶ, ଏହା କଣ୍ଟ ନେଲାପରି ବ୍ୟବସ୍ଥା। ମିଆଦ ପୂରିବାର କିଛି ପୂର୍ବରୁ ବାରମ୍ବାର ତାଗିଦ ନ ହେଲେ ନାଲିଶ ଓ କୋରକ ବ୍ୟବସ୍ଥା ଏବଂ ଏଥିରେ ମୂଲ୍ୟବାନ ସମ୍ପତ୍ତି ତଥା ଦ୍ରବ୍ୟ ଲୋକେ ହରାଉଥିଲେ। ଏମିତିକି ଦୁଧିଆଳୀ ଗାଈ, ହୃଷ୍ଟପୁଷ୍ଟ ବଳଦ ନିଲାମରେ ହରାଇବାକୁ ପଡ଼ୁଥିଲା। କେହି କେହି ମହାଜନ ଚାଷଜମିରେ ବର୍ଷ ବର୍ଷ ମୂଲିଆ କାମ କରିବାକୁ ବାଧ୍ୟ ହେଉଥିଲେ। ଭାରତ ସ୍ବାଧୀନତା ପରେ ଜମିଦାରି ଯାଇଛି, ଇନ୍ଦିରା ଗାନ୍ଧୀଙ୍କ କଂଗ୍ରେସ ଶାସନରେ ଗ୍ରାମ୍ୟ ମହାଜନି ବୃତ୍ତି ବିଲୁପ୍ତ ହୋଇଛି, ମାତ୍ର ସରକାରଙ୍କ ସବୁ କାନୁନରେ ଏକ କାନୁନ ପୂର୍ବ ପରି ରହିଛି। କାହାରି ବାଡ଼ି ଜମିରେ ବା ତୋଟା ବଗିଚାରେ କିଛି ବଡ଼ ଗଛ କଟାଗଲେ ତାହାର ଅନୁମତି ଜଙ୍ଗଲ ବିଭାଗରୁ ଆଣିବାକୁ ପଡ଼ିବ। ରାସ୍ତାରେ କାଠ କରତ କଳକୁ ନେବାକୁ ହେଲେ ଅନୁମତି ଦରକାର। ଚିରୋଟ କାଠ ଟିମ୍ବର ଏବେ ବି ରାସ୍ତାରେ ଏହି ଜଙ୍ଗଲ ବିଭାଗ ଧରୁଛି। କରତକଳ ପୂର୍ବପରି ଆଉ ଦେଖିବାକୁ ମିଳୁନି। ଏପରି ଉପତ୍ାତ ପୂର୍ବପରି ଅଛି।
ତେବେ ସରକାରୀ ଜଙ୍ଗଲରେ ଗଛ କିଏ ହାଣିଲା, ଏବେ ନିର୍ମାଣକୁ ଯିଏ କାଠ ଆଣିଲେ ସେ ହଇରାଣ ହେଉଛନ୍ତି। ଅନେକଙ୍କ ଗୃହରେ କଳାଧନ ଯୋଗୁ ସରକାରୀ କୋପ ରହିବା ବହୁ କ୍ଷେତ୍ରରେ ଧରାଗଲେ, ଘର କାଠ, ଆସବାବପତ୍ରର କ୍ରୟ କ୍ୟାଶ ମେମୋ ଖୋଜା ଚାଲିଲାଣି। ପ୍ରକୃତ ନିରାପଦ ସ୍ବାଧୀନ ଭାରତରେ ଆଂଶିକ କାନୁନ ସଂସ୍କାର ହେବା ଜଣାପଡ଼ୁଛି। ଜାନୁଆରୀରୁ ଏପ୍ରିଲ ଯାଏ ରାସ୍ତରେ ଶଗଡ଼ ଶଗଡ଼ ଛଣ ଗାଡ଼ି ଚାଲୁଥିଲା। ଲୋକେ ନଡ଼ାଛପର ଘର କରୁଥିବାରୁ ଏହାର ଏପରି ଚାହିଦା ତତ୍କାଳ ଥିଲା। ଅନେକ ଗୋପାଳକ ଏପରି ଛଣ କିଣି ବର୍ଷକ ଗାଈବଳଦ ଖାଇବାକୁ ରଖୁଥିଲେ। କିନ୍ତୁ ୧୯୯୯ ପରଠାରୁ କୋଠାଘର ହୋଇଗଲା। ଏବେ ସେହି ଧାନ ଜମି ଅଛି, ମାତ୍ର ଛଣ ନଡ଼ା ହେଉଛି କ’ଣ? କେହି ଖୋଜ କରିଛନ୍ତି କି?
ଜାଳେଣି କାଠ, ଗଛର ପତ୍ର ପ୍ରତ୍ୟେକଙ୍କ ଗୃହରେ ଆବଶ୍ୟକ ଥିଲା, ଗୋରୁ ପାଳନରୁ ପ୍ରାପ୍ତ ଗୋବର ଶୁଷ୍କ ଘଷି, ଗୁଣ୍ଡା ଏପରି ଜାଳେଣିରେ ବ୍ୟବହୃତ ହେଉଥିଲା ଓ ପରେ ପାଉଁଶ ଖତ ହୋଇ ଧାନ ବିଲକୁ ଯାଉଥିଲା। କିନ୍ତୁ ଜାଳେଣି ଗ୍ୟାସ ଆସିବା ପରଠାରୁ ଜାଳେଣି କାଠ ସମସ୍ୟା କଟି ପତ୍ର ଘଷି ଆଦି ଆଉ ଦରକାର ପଡ଼ିଲା ନାହିଁ। ଫଳରେ କେହି ଗଛ ଲଗାଇବା ଗୋରୁ ପାଳିବା ପ୍ରତି ଆଉ ନଜର ଦେଉନାହାନ୍ତି।
ଜମିଦାରି ପ୍ରଶାସନରେ ହେଲେ ଲୋକେ ଗଛ ଲଗାଉଥିଲେ। ଗଛରୁ ଫଳ ଫୁଲ ସେମାନେ ନିଅନ୍ତୁ ପଛେ । ବର୍ତ୍ତମାନ ସରକାର ଗଛ ଲଗାଇବା ଯୋଜନା କରୁଛନ୍ତି ମାତ୍ର ରାସ୍ତାକଡ଼ ବଡ଼ ବଡ଼ ଗଛ ଜଙ୍ଗଲ ଆଗ ହାଣି ଦେଉଛନ୍ତି। ଭାବନ୍ତୁ ସେ ଜମିଦାର ଓ ଏ ଜମିଦାର ମଧ୍ୟରେ ଫରକ କେଉଁଠି।

ଅଜୟ କୁମାର ବେହେରା

ଅରୁଣୋଦୟ ମାର୍କେଟ, କଟକ
ମୋ: ୯୪୩୭୦୩୧୨୫୩

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri