ନୀତିନିୟମ ବନାମ ମାନସିକତା

କାନାଡା, ନେଦରଲାଣ୍ଡ, ଇସ୍ରାଏଲ୍‌, ଜର୍ମାନୀ, ଅଷ୍ଟ୍ରେଲିଆ ଓ ଆମେରିକାର ଅତ୍ୟାଧୁନିକ କୃଷିପ୍ରଣାଳୀ ହେଉ ବା ଚାଇନାର ବିସ୍ତୃତ ବାଲୁକାଶଯ୍ୟାରେ ସବୁଜିମା ସୃଷ୍ଟିର ଅନନ୍ୟ ଉଦ୍ୟମ, ଅଲିମ୍ପିକ୍ସ ହେଉ ବା ବିଷୟଭିତ୍ତିକ ଗବେଷଣା ସେସବୁ ଏତେ ଉନ୍ନତ ଯେ ଆମଦେଶ ସେମାନଙ୍କଠାରୁ ପଛରେ। ବିଡ଼ମ୍ବନାର ବିଷୟ ଆମ ବୈଜ୍ଞାନିକମାନେ ସେସବୁକୁ କାର୍ଯ୍ୟକାରୀ କରାଇବା ଦିଗରେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ପ୍ରଗତି କେବଳ କାଗଜ କଲମରେ ଚାଲିଛି, ବାସ୍ତବ ରୂପରେଖ କିନ୍ତୁ ଅଲଗା। ସ୍ବାଧୀନ ଭାରତରେ ଆଖିଦୃଶିଆ ଉନ୍ନତି ହୋଇନାହିଁ। ଯୁବପିଢ଼ିଙ୍କଠାରେ ଆତ୍ମହତ୍ୟା ପ୍ରବଣତା। କର୍ମଜୀବୀମାନେ ଚାପଗ୍ରସ୍ତ। ଅନୁପ୍ରବେଶକାରୀଙ୍କ ପାଇଁ ଭାରତ ସ୍ବର୍ଗ ପାଲଟିଛି! ସମ୍ବିଧାନର ନୀତିନିୟମ ସମସ୍ତଙ୍କ ପାଇଁ ସମାନ ନୁହେଁ ଏବଂ ସେ ଆଡ଼କୁ ପ୍ରଶାସନର ନିଘା ନାହିଁ। ବିଜ୍ଞାନ ଏତେ ଅଗ୍ରଗତି କରି ମଧ୍ୟ ରାସ୍ତାଗୁଡିକର ଦୁର୍ଦ୍ଦଶା କହିଲେ ନସରେ। ବର୍ଷାଦିନ ଆସିବା କ୍ଷଣି ପୋଖରୀର ଭ୍ରମ ସୃଷ୍ଟି କରୁଥିବା ରାସ୍ତାରେ ଫି ଦିନ ଦୁର୍ଘଟଣା।
ଅନେକ ସ୍ଥାନରେ ବର୍ଷା ଯୋଗୁ ରାସ୍ତା ବୁଡିରହିବାରୁ ଯୋଗାଯୋଗ ବିଚ୍ଛିନ୍ନ ହେଉଛି। ବର୍ଷା ଆସିବା କ୍ଷଣି ଲାଇନ୍‌ ରହୁନାହିଁ। କିନ୍ତୁ ମାସ ଶେଷରେ ବିଜୁଳି ଦେୟ ପୈଠ ନ କଲେ ଗାଡି, ଶିଡି ନେଇ ବିଦ୍ୟୁତ୍‌ ବିଭାଗୀୟ କର୍ମଚାରୀମାନେ ବିଜୁଳି କାଟିବାକୁ ଘରେ ହାଜର ହୋଇଯାଆନ୍ତି। ଯେତେବେଳେ ବିଜୁଳିର ବେଶି ଆବଶ୍ୟକତା ସେତେବେଳେ ଘଣ୍ଟାକୁ ଘଣ୍ଟା ବିଜୁଳି କାଟ ହୁଏ। ସମସ୍ୟା ଜଣାଇବାକୁ ଗଲେ କର୍ମଚାରୀ ନ ଥାନ୍ତି। ଏଭଳି ସବୁ ବିଭାଗ ସମସ୍ୟାରେ ବୁଡିଛି। ଜନସାଧାରଣ ନାହିଁ ନ ଥିବା ଛୋଟବଡ଼ ସମସ୍ୟାରେ ସନ୍ତୁଳି ହେଉଛନ୍ତି, ତେବେ ବି ବିଭାଗର ଚେତା ନାହିଁ। ନଦୀ ସଂଯୋଗୀକରଣ ସ୍ବପ୍ନ ହୋଇ ରହିଯାଇଛି, ଯାହାପାଇଁ ପ୍ରତିବର୍ଷ ବନ୍ୟା ନ ହେଲେ ମରୁଡି। ସିଙ୍ଗାପୁରଠାରେ ବର୍ଜ୍ୟବସ୍ତୁକୁ ସୁନ୍ଦର ଭାବେ ପରିଚାଳନା କରାଯାଇ ସେଥିରୁ ବିଦ୍ୟୁତ୍‌ ଉପତ୍ାଦନ ସହିତ ରାସ୍ତା ନିର୍ମାଣ ସମ୍ଭବ ହୋଇପାରିଛି। ଜଳବାୟୁ ପ୍ରଦୂଷଣକୁ ଅତ୍ୟାଧୁନିକ ପ୍ରଣାଳୀରେ ରୋକା ଯାଇପାରିଛି, ଯାହା ଶିକ୍ଷଣୀୟ ଓ ଅନୁକରଣୀୟ। ଆମଦେଶରେ ଜନସଂଖ୍ୟା ବୃଦ୍ଧି ଅନୁସାରେ ବର୍ଜ୍ୟବସ୍ତୁ କାହିଁ କେତେ ଅଧିକ! ସେଗୁଡିକର ସୁଚାରୁ ପରିଚାଳନା ଆମ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରନ୍ତା। ଅନ୍ୟ ଦେଶଠାରୁ ଉନ୍ନତ ଜ୍ଞାନକୌଶଳ ଶିକ୍ଷାକରି ସେସବୁକୁ କାର୍ଯ୍ୟରେ ପରିଣତ କରାଗଲେ ଅଭୂତପୂର୍ବ ଲାଭ ହୁଅନ୍ତା।
ମହାରାଷ୍ଟ୍ର ଅନ୍ତର୍ଗତ ପୁଣେର ଜେଏମ୍‌ ରୋଡ୍‌ ଓ ଜଙ୍ଗଲୀ ମହାରାଜା ରୋଡ୍‌କୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହି ରାସ୍ତା ଅଭିନବ ଉପାୟରେ ନିର୍ମାଣ କରାଯାଇଥିଲା। ୧୯୭୦ ଦଶକରେ ଜଣେ କଣ୍ଟ୍ରାକ୍ଟର୍‌ ରେକୋଣ୍ଡୋ ଦୁଇଜଣ ପାର୍ସୀ ଭାଇଙ୍କୁ ନେଇ ଏହି ରାସ୍ତା ଦୁଇଟିକୁ ଉନ୍ନତମାନର ଜିନିଷ ଓ ଆଧୁନିକ ଜ୍ଞାନକୌଶଳ ଦ୍ୱାରା ନିର୍ମାଣ କରିଥିଲେ। କେବଳ ସେତିକି ନୁହେଁ ପୁଣେର ମ୍ୟୁନିସିପାଲିଟିକୁ ଲିଖିତ ଭାବେ ଜଣାଇଥିଲେ ( ଗ୍ୟାରେଣ୍ଟି କୁହାଯାଇ ପାରେ ) କି ଯଦି ଆଗାମୀ ଦଶ ବର୍ଷ ଭିତରେ ରାସ୍ତାରେ କିଛି ଅସୁବିଧା ପରିଲକ୍ଷିତ ହେବ ତେବେ ସେମାନେ ବିନା ପାରିଶ୍ରମିକରେ ସେସବୁର ମରାମତି କରିବେ। ଦଶ ବର୍ଷ ତ ଦୂରର କଥା ଦୀର୍ଘ ୫୦ବର୍ଷ ଧରି ରାସ୍ତାରେ କୌଣସି ଫାଟ, ଖାଲଖମା କିମ୍ବା ଅନ୍ୟ ଅସୁବିଧା ପରିଲକ୍ଷିତ ହୋଇ ନ ଥିଲା। ତାହା ହିଁି ସଚ୍ଚୋଟତା, ଯାହା ଆମ ଦେଶରେ ଘୋର ଅଭାବ। ଏଭଳି ଠିକ୍‌ କାମ କରି ମଧ୍ୟ ରେକୋଣ୍ଡୋ ମ୍ୟୁନିସିପାଲ କର୍ପୋରେଶନ୍‌ରୁ ଆଗକୁ କୌଣସି କାମ ପାଇ ନ ଥିଲେ। ତା’ର କାରଣ ହେଉଛି ରୁଗ୍‌ଣ ମାନସିକତା। ଏଠି ପୋଲ କାମ ନ ସରୁଣୁ ଭୁଶୁଡି ପଡିବା କିମ୍ବା ବର୍ଷକ ଭିତରେ ରାସ୍ତାରେ ପୋଖରୀ ସଦୃଶ ଖାଲଖମା ସୃଷ୍ଟି ହେବା ଅତି ସାଧାରଣ କଥା। ବାରବାର କାମ ବାହାନାରେ ଅଳ୍ପ କିଛି ଗୋଡି ପିଚୁ ଢାଳି ରାସ୍ତା ମରାମତି ବାବାଦରେ କୋଟି କୋଟି ଟଙ୍କା ତୋସରପାତ ହୋଇଚାଲିଛି। କେବଳ ପ୍ରଶାସନ ଚାହିଁଲେ ସବୁ ସମସ୍ୟାର ସମାଧାନ ହେବନି। ସେସବୁକୁ କାର୍ଯ୍ୟକାରୀ କରିବାକୁ ଅଫିସରଙ୍କ ସମେତ ଲୋକଙ୍କ ଆନ୍ତରିକତା ଲୋଡା।

ଡ. ମୌସୁମୀ ପରିଡ଼ା
ଜଗତ୍‌ସିଂହପୁର
ମୋ:୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

ଏଇ ଭାରତରେ

ତାମିଲନାଡୁର କୋଏମ୍ବାଟୁରରେ ଜଳସଙ୍କଟ ଦୂର କରିବାରେ ମଣିକନ୍ଦନ ଆର୍‌ଙ୍କ ପଦକ୍ଷେପ ପ୍ରଶଂସନୀୟ। ସେଠାରେ ଥିବା ହ୍ରଦ ଓ ଅନ୍ୟ ଜଳଉତ୍ସଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ…

ଭୂଗର୍ଭ ଫଙ୍ଗାଇ ବିଶ୍ଳେଷିକା

ଜଳବାୟୁ ପରିବର୍ତ୍ତନଜନିତ ବିପଦକୁ ବିଶ୍ୱବାସୀ ଭଲ ଭାବେ ଅନୁଭବ କଲେଣି। ସେଥିରୁ ରକ୍ଷା ପାଇବା ପାଇଁ ସଚେତନ ମଣିଷ ପଦକ୍ଷେପ ମଧ୍ୟ ନେଉଛି। ପ୍ରକୃତିକୁ ବିଗାଡ଼ି ଦେଉଥିବାରୁ…

ନଜର ଲାଗିଗଲା କି

ନିକଟରେ ଓଡ଼ିଶା ବିଧାନସଭାରେ ସଭ୍ୟମାନଙ୍କର ମାସିକ ଦରମା, ଭତ୍ତା ଓ ପେନ୍‌ସନ୍‌ ଆଦି ବୃଦ୍ଧି କରି ଏକ ବିଲ୍‌ ସର୍ବସମ୍ମତି କ୍ରମେ ପାସ୍‌ ହୋଇଗଲା। ବିଧାୟକମାନେ ଜନମତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri