ସଫଳତା ଓ ସୁଯୋଗ

ଜଣେ କାମଟିଏ ଆରମ୍ଭ କରିବାକୁ ଇଚ୍ଛା କଲା ମାତ୍ରେ ତାକୁ ପ୍ରଥମେ ଯାହାର ଆବଶ୍ୟକତା ଥାଏ ତାହା ହେଉଛି ସୁଯୋଗ l ସେହି ସୁଯୋଗ ହିଁ ସମସ୍ତଙ୍କୁ ମିଳେ ନାହିଁ କିମ୍ବା ଏମିତି କହିପାରିବା କିଏ ମିଳିଥିବା ସୁଯୋଗକୁ ଚିହ୍ନିପାରେନି l ଆଉ କିଏ କିଏ ତ ସୁଯୋଗ ପାଇ ମଧ୍ୟ ତାକୁ ହାତଛଡା କରିଦିଅନ୍ତି l ମାତ୍ର ଯିଏ ଠିକ୍‌ ସମୟରେ ସୁଯୋଗକୁ ଚିହ୍ନି, ସେ ଦିଗରେ କାର୍ଯ୍ୟ କରିଯାଏ, ସିଏ ହିଁ କାର୍ଯ୍ୟ ଆରମ୍ଭର ପ୍ରଥମ ସୋପାନକୁ ଉନ୍ନୀତ ହୁଏ l ତେବେ ଖାଲି ସୁଯୋଗ ମିଳିଗଲେ ତ କାର୍ଯ୍ୟସିଦ୍ଧି ହେବ ନାହିଁ, କାର୍ଯ୍ୟଟିକୁ ଆଗକୁ ବଢେଇବା ପାଇଁ ବା ସଫଳତା ନାମକ ଶୀର୍ଷସ୍ଥାନକୁ ପହଞ୍ଚିବା ପାଇଁ ଯେଉଁ କାରକଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାହା ହେଉଛି ସହଯୋଗ l ଉଦାହରଣ ସ୍ବରୂପ ଆପଣ ଗୋଟିଏ ଚାକିରି ପାଇଁ ଆବେଦନ କରିଛନ୍ତି l ଆପଣଙ୍କୁ ସାକ୍ଷାତକାର ପାଇଁ ଡକାଯାଇଛି l
ସାକ୍ଷାତକାର ପରେ ଆପଣଙ୍କର ଚୟନ ହୋଇଛି ବୋଲି ସୂଚନା ମିଳିଛି l ଏଠାରେ ଆପଣ ଚାକିରି ପାଇଁ ମନୋନୀତ ହେବା ହେଉଛି ସୁଯୋଗ, ଯାହା ଜଣେ ନିଜ ଦକ୍ଷତା, କ୍ଷମତା, ଯୋଗ୍ୟତା ଦ୍ୱାରା ହାସଲ କରିପାରିଛି l ପରବର୍ତ୍ତୀ ସମୟରେ ଚାକିରିରେ ଯୋଗ ଦେବା ପାଇଁ ଆବଶ୍ୟକ ହେଉଥିବା ସରଞ୍ଜାମ, ସମୟ ଓ ପରିସ୍ଥିତି ଉପରେ ହିଁ ନିର୍ଭର କରେ ଯେ କାମଟି କେତେ ସୁରୁଖୁରୁରେ ହୋଇପାରିବ l ସୁତରାଂ ବ୍ୟକ୍ତିକୁ ପରିବାର, ସାଙ୍ଗସାଥୀଙ୍କର ସହଯୋଗ ଆବଶ୍ୟକ ହୁଏ l ଯଦି ସହଯୋଗ ନ ମିଳିଲା ତେବେ ସେ କାମ କରିବାରେ ହେଳା କରେ କିମ୍ବା ନିରାଶ ହୋଇ କାର୍ଯ୍ୟ କରିବା ଛାଡ଼ିଦିଏ l କହିବା ବାହୁଲ୍ୟ କାର୍ଯ୍ୟଟିର ସଫଳତା ପାଇଁ ସୁଯୋଗଟିଏର ଯେତେ ଆବଶ୍ୟକତା ଅଛି, ସହଯୋଗର ମଧ୍ୟ ସେତିକି ଆବଶ୍ୟକତା ରହିଛି l
ତୃତୀୟ କାରକ ହେଉଛି ସ୍ବାଧୀନତା, ଯାହାର ଅନୁପସ୍ଥିତି କାର୍ଯ୍ୟକୁ ଅସଫଳ କରିବାର କ୍ଷମତା ରଖେ l
କାର୍ଯ୍ୟଟିକୁ ସଫଳତାର ଶୀର୍ଷ ଯାଏ ପହଞ୍ଚେଇବା ପାଇଁ ଯଦି ବ୍ୟକ୍ତିକୁ ସ୍ବାଧୀନତା ନ ଦିଆଯାଏ, ଅର୍ଥାତ୍‌ ନାନା ବାରଣ, କଟକଣା, ବିରୋଧ କରାଯାଏ, କାର୍ଯ୍ୟଟି ସଫଳ ହେବା ଅସମ୍ଭବ ହୋଇପଡେ l ଯେମିତିକି ଚାକିରି ପାଇଁ ନିର୍ବାଚିତ ହେବା ପରେ ସାଥୀ କିମ୍ବା ପରିବାରର ସହଯୋଗ ମିଳିବା ପରେ ମଧ୍ୟ ଯଦି ବ୍ୟକ୍ତିକୁ ଅଯଥା ନିୟମ ଭିତରେ ବାନ୍ଧି ଦିଆଗଲା, ତା’ ଇଚ୍ଛା ଅନୁଯାୟୀ କାମ କରିବାର ସ୍ବାଧୀନତା ଦିଆଗଲା ନାହିଁ, ତେବେ ସେଇ କାମ କେବେହେଲେ ସଫଳ ହେବ ନାହିଁ l ମହିଳାମାନଙ୍କ କ୍ଷେତ୍ରରେ ଦେଖିଲେ ଯଦି ତାକୁ ଘର କାମ, ପିଲାଙ୍କ କାମ, ଘରର ବୟସ୍କ ଲୋକ ସମସ୍ତଙ୍କ କାମସାରି ଘରୁ ବାହାରି ଯିବାକୁ କିମ୍ବା ନିର୍ଦ୍ଦିଷ୍ଟ ସମୟ ଭିତରେ ଘରେ ଉପସ୍ଥିତ ହେବାକୁ ବାଧ୍ୟ କରାଯାଏ, ସେ ସୁଯୋଗ ଓ ସହଯୋଗ ପାଇଲେ ସୁଦ୍ଧା ସ୍ବାଧୀନତା ଅଭାବରୁ କାମ କରିବାକୁ ସଫଳ ହୁଏ ନାହିଁ l
ସ୍ବାଧୀନତାର କଥା ଯେତେବେଳେ ଉଠିଛି, କେଉଁ ପ୍ରକାରର ସ୍ବାଧୀନତା ବ୍ୟକ୍ତିଟିଏ ସାଧାରଣତଃ ଲୋଡିଥାଏ, ତା’ ଉପରେ ବି ବିବରଣୀ ଦେବା ଜରୁରୀ ମନେହୁଏ l ମୁଖ୍ୟତଃ ଚାରିପ୍ରକାର ସ୍ବାଧୀନତା ଯଥା ସମୟ, ଅର୍ଥ, ସମ୍ପର୍କ ଏବଂ ଅଭିପ୍ରାୟଜନିତ ସ୍ବାଧୀନତା ହିଁ ବ୍ୟକ୍ତିର ସଫଳତାର ପଥ ଉନ୍ମୋଚନ କରେ l ଜୀବନର ସେଇ ସମୟତକ ଯଦି ନିଜକୁ ପସନ୍ଦ ଥିବା ଲୋକଙ୍କ ଗହଣରେ, ନିଜକୁ ଭଲ ଲାଗୁଥିବା କାମ କରି ଅତିବାହିତ କରାଯାଇପାରିଲା ତେବେ ସେ ସମୟ ଏକ ସୁନ୍ଦର ସ୍ମୃତି ହୋଇ ରହିଯାଏ l କାମଟି କରିବା ବେଳେ ଆବଶ୍ୟକ ହେଉଥିବା ନୂଆ ପଦ୍ଧତି, ପ୍ରକାର ପାଇଁ ଯଥେଷ୍ଟ ଅର୍ଥ ଦରକାର ହୁଏ, ଯାହାକୁ କାହାର ଚାପ, ବାରଣ କିମ୍ବା ବାଧ୍ୟ ବାଧକତାରେ କଲେ ତୀବ୍ର ଅସନ୍ତୋଷ ମିଳେ l ଆଉ ପୁଣି ଏଭଳି ଲୋକଙ୍କ ସାନ୍ନିଧ୍ୟ ଯାହାକୁ ଆପଣ ପ୍ରଶଂସା କରନ୍ତି ବା ଯିଏ ଆପଣଙ୍କୁ ପ୍ରେରିତ ଓ ଉତ୍ସାହିତ କରେ, ସେମାନଙ୍କ ସହ ମିଶି କାମ କଲେ ଆପଣ ଖୁସି ରହିବା ସହିତ ଲକ୍ଷ୍ୟସ୍ଥଳକୁ ସହଜ ଏବଂ ଶୀଘ୍ର ପହଞ୍ଚି ପାରିବେ l ଶେଷ ସ୍ବାଧୀନତା ହେଉଛି ଅଭିପ୍ରାୟକୁ ନେଇ, ଯାହା ଠିକ୍‌ ରହିଲେ ଆଶ୍ଚର୍ଯ୍ୟଜନକ ସଫଳତା ହସ୍ତଗତ ହେବାର ନଜିର ରହିଛି l ଉପରୋକ୍ତ ଚାରୋଟି କ୍ଷେତ୍ରରେ ସ୍ବାଧୀନତା ମିଳିଲେ ବ୍ୟକ୍ତିର କାର୍ଯ୍ୟଶୈଳୀ, ନିଷ୍ପତ୍ତି ନେବା କ୍ଷମତା, ସମ୍ପର୍କ ସ୍ଥାପନ କ୍ରମେ ସ୍ପଷ୍ଟ ଏବଂ ଉନ୍ନତ ହୁଏ, ଯାହା ସଫଳତା ହାରକୁ ବୃଦ୍ଧି କରିବାରେ ସହାୟକ ହୁଏ l ଏଣୁ ଉପରୋକ୍ତ ସମ୍ୟକ ଆଲୋଚନା ପରେ ଆମେ ଏହି ନିର୍ଯାସରେ ପହଞ୍ଚିବା ଯେ ଆଲୋଚିତ ତିନୋଟି କାରକ ଯଥା ସୁଯୋଗ, ସହଯୋଗ ଓ ସ୍ବାଧୀନତା ଏହି ତିନୋଟିରୁ ଯେକୌଣସି ଗୋଟିଏକୁ ବାଦ୍‌ ଦେଲେ ସଫଳତା ହାସଲ କରିବା ଅସମ୍ଭବ l

ଶ୍ରୁତକୀର୍ତ୍ତି ତ୍ରିପାଠୀ

ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ନୀରବି ଗଲେ ମହାରାଷ୍ଟ୍ର ରାଜନୀତିର ‘ପିତାମହ’: ଦାଦାଙ୍କଠାରୁ ଶିଖିଥିଲେ କୌଶଳ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାରଙ୍କ ବାରାମତିରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ଜିଲା ପରିଷଦ…

ଏତେ ଭୟଙ୍କର ଥିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା, ଭିଡିଓ ଦେଖିଲେ ଥରିଉଠିବ ଛାତି…

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ୬ ଜଣ ମୃତ୍ୟୁ ହୋଇଛି।…

ଓଡ଼ିଶା ବନ୍ଦ ପ୍ରଭାବ: ରାସ୍ତାରେ ଛିଡା ହୋଇଛି ଶହ ଶହ ଗାଡ଼ି

ଧର୍ମଶାଳା,୨୮।୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ଠାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ ରାସ୍ତା ବନ୍ଦ…

ପ୍ଲେନ୍‌ କ୍ରାଶ୍‌ରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସମେତ ୬ ଜଣଙ୍କ ପରଲୋକ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ ଅବତରଣ…

୧୫ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ବ୍ୟାନ୍‌ ହେଲା ସୋସିଆଲ ମିଡିଆ

ଫ୍ରାନ୍ସ, ୨୮।୧: ଫ୍ରାନ୍ସରେ ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଫ୍ରାନ୍ସ ନ୍ୟାଶନାଲ ଆସେମ୍ବଲି ୧୫ ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ ଟିକଟକ,…

ଅଜିତ ପାୱାରଙ୍କ ବିମାନ କ୍ରାଶ: ଅବତରଣ କରୁଥିବାବେଳେ ଜଳିଗଲା

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ଅଜିତ ପାୱାର ମଧ୍ୟ ବିମାନରେ…

ପୂର୍ବତନ ଭାରତୀୟ କ୍ରିକେଟର ଗିରଫ: ମଦ୍ୟପାନ କରି ୩ଟି ଗାଡିକୁ ଧକ୍କା ଦେବା ଅଭିଯୋଗରେ…

ନୂଆଦିଲ୍ଲୀ,୨୮।୧: ଜଣେ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ପୋଲିସ ଗିରଫ କରିଛି। ମଦ୍ୟପାନ କରି ଗାଡ଼ି ଚଲାଇବା ଏବଂ ଅନ୍ୟ ତିନୋଟି ଗାଡ଼ିକୁ ଧକ୍କା ଦେବା ଅଭିଯୋଗରେ ତାଙ୍କୁ…

ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ବରଗଡ଼ରେ ଗାଡି ଚଳାଚଳ ଠପ୍‌

ବରଗଡ,୨୮।୧(ପ୍ରେମାନନ୍ଦ ଖମାରୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସଂଯୁକ୍ତ କୃଷକ ସଙ୍ଗଠନ, କୋଶଲ ସେନା, କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri