ହଜିବାରେ ଆନନ୍ଦ

ରୁକୁଳରେ ଶିକ୍ଷା ସମାପ୍ତ ପରେ ଶିକ୍ଷ୍ୟର ଜ୍ଞାନ ପରୀକ୍ଷା ନିମନ୍ତେ ଗୁରୁ ତାଙ୍କ ଶିଷ୍ୟକୁ ପ୍ରଶ୍ନ ପଚାରିଲେ; ୧ରେ ୧ ଯୁକ୍ତ କଲେ ଉତ୍ତର କ’ଣ ହେବ? ଶିଷ୍ୟ କହିଲେ, ‘୧’ ହେବ ା ଗୁରୁ ପୁଣି ପଚାରିଲେ ତା’ହେଲେ ୧ରୁ ୧ ବିୟୋଗ କଲେ କେତେ ରହିବ ? ଶିଷ୍ୟ କହିଲେ ‘୨’। ଏ ପ୍ରକାର ସହଜ ଓ ସରଳ ପ୍ରଶ୍ନର ଉକ୍ତ ଅଦ୍ଭୁତ ଉତ୍ତର ଶୁଣି ଅନ୍ୟ ଶିଷ୍ୟମାନେ ଯେତିକି ଆଶ୍ଚର୍ଯ୍ୟ ହେଲେ ତା’ଠାରୁ ଅଧିକ ବିସ୍ମିତ ହେଲେ। ତେବେ ଶିଷ୍ୟମାନଙ୍କର ସଂଶୟ ଦୂର କରିବାକୁ ଯାଇ ଗୁରୁଦେବ କହିଲେ, ପିଲାମାନେ ଶୁଣ ! ପରମାତ୍ମା ହେଲେ ଏକ ଏବଂ ତାଙ୍କଠାରୁ ଜୀବାତ୍ମା ବିଯୁକ୍ତ ହୋଇ ଆସିଲେ ପରମାତ୍ମାଙ୍କ ସତ୍ତା ସହିତ ଜୀବାତ୍ମାର ସତ୍ତା ମଧ୍ୟ ବଳବତ୍ତର ରହିଲା। ତେଣୁ ଉତ୍ତର ହେଲା ଦୁଇ। ଠିକ୍‌ ସେହିଭଳି ପରମାତ୍ମାଙ୍କ ସହିତ ଜୀବାତ୍ମା ମିଶିଗଲେ ଜୀବାତ୍ମା ତା’ ନିଜର ସତ୍ତା ହଜାଇ ବସେ ତେଣୁ ୧ରେ ୧ ମିଶିଲେ ଉତ୍ତର ଏକ ହେବ ା ତେବେ ଏହାକୁ ଯଦି ସାଂସାରିକ କ୍ଷେତ୍ରରେ ଆମେ ପ୍ରୟୋଗ କରିବା ତା’ହେଲେ ଗୋଟିଏ ଯୌଥ ପରିବାରରୁ ଜଣେ ଜଣେ ଭାଇ ଅଲଗା ହେଲେ ପରିବାର ସଂଖ୍ୟା ବଢ଼ିଚାଲେ। ଶେଷରେ ପରିବାର ଆରମ୍ଭ କରିଥିବା ବାପା-ମା’ ଏହି ଏକାନ୍ନବର୍ତ୍ତୀ ପରିବାରଗୁଡିକ ମଧ୍ୟରେ ଭାଗ ହୋଇଯାଆନ୍ତି ା ସାଧାରଣ ଭାବେ ଆମର କୌଣସି ଜିନିଷ ହଜିଗଲେ ଆମେ ଦୁଃଖ କରୁଥିବା ବେଳେ ଏହି ବାପା-ମା’ ଦୁଇଜଣ ତଥାକଥିତ ଏକାନ୍ନବର୍ତ୍ତୀ ପରିବାରଗୁଡ଼ିକରୁ ହଜିଗଲେ ପ୍ରାୟ ସମସ୍ତେ ଖୁସି ହୋଇ ଥାଆନ୍ତି; ‘ଯାହା ହେଉ ଅଯଥା ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଗଲା’ା

ଏ ସମ୍ପର୍କରେ ବେଶ୍‌ କିଛିଦିନ ପୂର୍ବେ ଖବରକାଗଜ ପୃଷ୍ଠାରେ ଏହି ବାପା-ମା’ଙ୍କ ସମ୍ପର୍କିତ ଏକ ଆଲେଖ୍ୟ ବେଶ୍‌ ପ୍ରଣିଧାନଯୋଗ୍ୟା ନିଜର ବୁଢ଼ାବାପାଙ୍କୁ ତୀର୍ଥ କରାଇବା ବାହାନାରେ ପୁଅ ଜଣକ ବାହାରକୁ ବୁଲାଇବାକୁ ନେଇ ସହରରେ ଛାଡି ଦେଇ ଅନ୍ତର୍ଦ୍ଧାନ ହୋଇଗଲେ। ଯେଉଁଥିପାଇଁ ବିଚରା ବାପା ଜଣକ ଏଠି ସେଠି ଭିକ୍ଷାବୃତ୍ତି କରି ଚଳିଲେ। ଉକ୍ତ ବୟସ୍କ ଲୋକଙ୍କ ଆଚାର ବ୍ୟବହାରକୁ ଲକ୍ଷ୍ୟକରି କିଛି ସ୍ବେଚ୍ଛାସେବୀ ତାଙ୍କୁ ପରିଚୟ ପଚାରିବା ପରେ ତାଙ୍କର ଉତ୍ତର ଥିଲା; ମୋ ପୁଅ କ’ଣ ମୋତେ ଖୋଜୁଛି ? ସିଏ ମୋତେ ହଜାଇ ଦେବାରେ ଯଦି ଖୁସି ପାଇଲା ତା’ହେଲେ ମୁଁ ହଜି ଯିବାରେ କାହିଁକି ଦୁଃଖ ପାଇବି ? ଏ ଦୁନିଆରୁ ସବୁଦିନ ପାଇଁ ହଜିଯିବା ପୂର୍ବରୁ ନିଜକୁ ତ’ ବଞ୍ଚାଇବାକୁ ପଡ଼ିବ। ଏଠାରେ ହଜାଇଥିବା ଲୋକର ପରବର୍ତ୍ତୀ ସମୟର ମାନସିକତା ସମ୍ପର୍କରେ ଆଲୋଚନା କରିବା ନିଷ୍ପ୍ରୟୋଜନ।

ପୁରାଣ ଯୁଗରୁ ଏପର୍ଯ୍ୟନ୍ତ ଜଣେ ଅବିବାହିତା ମା’ ନିଜର ତଥା ନିଜ ପରିବାରର ସମ୍ମାନ ତଥା ଶିଶୁର ଭବିଷ୍ୟତକୁ ଏକା ସାଙ୍ଗରେ ନ୍ୟାୟ ଦେବା ସମ୍ଭବ ହୋଇ ପାରି ନ ଥାଏ। ତେଣୁ କେତେବେଳେ ସିଏ ସଂସାରରୁ ହଜିଯିବା ପାଇଁ ଶ୍ରେୟସ୍କର ମନେକରୁଥିବା ବେଳେ ଆଉ କେତେବେଳେ ଶିଶୁଟିକୁ ଜାଣିଶୁଣି ହଜାଇ ଦେଇ ଅନ୍ତର୍ଦ୍ଦଗ୍ଧ ମନକୁ ନେଇ ବରଂ ବଞ୍ଚେ କିନ୍ତୁ ଶିଶୁଟିକୁ ଧରି ତଥାକଥିତ ଦୁନିଆ ଆଗରେ ମୁଣ୍ଡଟେକି ବଞ୍ଚତ୍ବା ପାଇଁ ସାହସ ଜୁଟାଇ ପାରି ନ’ଥାଏ। କାଳର କରାଳ ଗତିରେ ବହିଯାଇଥିବା ଓ ହଜିଯାଇଥିବା ଶୃଙ୍ଗାର ବା ମିଳନର ପର୍ବକୁ ପ୍ରମାଣ କରିବାକୁ ପ୍ରାୟତଃ ଚାହିଁ ନ ଥାଏ, ଯେଉଁଥିପାଇଁ ବିଗତ ଦିନର ପ୍ରିୟ ପୁରୁଷକୁ ମଧ୍ୟ ହଜାଇ ଦେଇ ବରଂ ଆନନ୍ଦ ପାଇବା ପାଇଁ ଚେଷ୍ଟା କରିଥାଏ। ଆଉ ଯେଉଁ ମା’ମାନେ ଜାଣିଶୁଣି ସେମାନଙ୍କ ପିଲାମାନଙ୍କୁ ହଜାଇ ଦେଇଥାଆନ୍ତି ଉକ୍ତ ପିଲାମାନେ ନିଜର ହଜି ଯାଇଥିବା ପିତା-ମାତାଙ୍କ ପରିଚୟକୁ ପ୍ରମାଣ କରିବା ଅପେକ୍ଷା ନିଜର ଅତୀତକୁ ଭୁଲିଯାଇ ସମାଜର ମୁଖ୍ୟସ୍ରୋତରେ ନିଜକୁ ହଜାଇ ଦେବାର ଆନନ୍ଦ ମିଳିଥାଏ।

ଅଧ୍ୟାତ୍ମବାଦ କୁହେ ମାୟା ବିଜଡ଼ିତ ସଂସାରରୁ ନିଜର କାମନାଗୁଡିକୁ ହଜାଇ ଦେଇପାରିଲେ ହିଁ ମୋକ୍ଷପ୍ରାପ୍ତ ହୋଇଥାଏ। କାରଣ, ଯେ ପର୍ଯ୍ୟନ୍ତ ‘ମୁଁ ସଂସାରର ଆଉ ସଂସାର ମୋର’ ବୋଲି ମଣିଷ ଭାବିଥାଏ ସେ ପର୍ଯ୍ୟନ୍ତ ନା ସିଏ କିଛି ହଜାଇବାକୁ ଚାହେଁ ନା ସିଏ ସଂସାରକୁ ହଜିଯିବା ପାଇଁ ଭାବିଥାଏ। ତେଣୁ ନିଜକୁ ସମସ୍ତ ବନ୍ଧନରୁ ମୁକ୍ତ କରିଦେଇ ବିଭୁ ପଦାରବିନ୍ଦରେ ନିଜକୁ ହଜାଇ ଦେଇପାରିଲେ ହିଁ ଆନନ୍ଦ। ଗୀତାବାଣୀ କୁହେ, ତୁମେ କ’ଣ ଆଣିଥିଲ ଆଉ କ’ଣ ନେଇ ଯିବ ଯେ ହଜିଗଲା ବୋଲି ଦୁଃଖ କରୁଛ! ଯାହା ଆଣିଥିଲ ଏହି ସଂସାରରେ ଏବଂ ଯାହା ଛାଡିଦେବେ ଏହି ସଂସାରରେ ତେଣୁ ହଜାଇ ଦେବାର ଦୁଃଖ ଛାଡି ନିଜେ ନିରାସକ୍ତ କର୍ମରେ ହଜିଯିବାରେ ହିଁ ଆନନ୍ଦ।

ଡ. ସୀତାକାନ୍ତ ତ୍ରିପାଠୀ, ଭଦ୍ରକ, ମୋ: ୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

Video: ଅନ୍ଧାଧୁନ କରିଚାଲିଥିଲେ ଗୁଳିମାଡ଼, ମାଡି ବସିଲେ ସାହାସୀ ଯୁବକ

ସିଡନୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳିଯାଇଛି। ଦୁଇଜଣ ବନ୍ଧୁକଧାରୀଙ୍କ ଅନ୍ଧାଧୁନ ଗୁଳିମାଡ଼ ଭିତରେ ଜଣେ...

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri