ଓଡ଼ିଆ ଭାଷାର ଭବିଷ୍ୟତ

ଉ ଯେତେ ଭାଷା ଶିଖୁଛ ଶିଖ, ନିଜ ମାତୃଭାଷା ମହତ ରଖ! ଏହି ଉକ୍ତିଟିକୁ ଅନୁଶୀଳନକଲେ ମାତୃଭାଷାର ଗୁରୁତ୍ୱ ବିଷୟରେ ଚିନ୍ତାକରିବାକୁ ପ୍ରତ୍ୟେକ ସଚେତନ ବ୍ୟକ୍ତି କିଛି ସମୟ ପାଇଁ ବାଧ୍ୟ ହୁଅନ୍ତି। ସାମ୍ପ୍ରତିକ ସମୟରେ ଭାଷା ବ୍ୟକ୍ତିର ଚିନ୍ତାକରିବା ଏବଂ ନିଜକୁ ପ୍ରକାଶ କରିବାର ଏକ ମାଧ୍ୟମ ଭାବରେ ଗ୍ରହଣ କରିବା ପରିବର୍ତ୍ତେ ଏହା ମୁଖ୍ୟତଃ ଶିକ୍ଷାର ଏକ ମାଧ୍ୟମ ଭାବରେ ଗ୍ରହଣ କରାଯାଇଛି। ପିଲାଟିର ସାମଗ୍ରିକ ବୌଦ୍ଧିକ ବିକାଶ ପାଇଁ ଭାଷା ପ୍ରମୁଖ ଭୂମିକା ଗ୍ରହଣକରେ ବୋଲି ଭୁଲିଯାଇ ଏହା ମାଧ୍ୟମରେ ଶିକ୍ଷା ଗ୍ରହଣକରି କେବଳ କର୍ମସଂସ୍ଥାନ ପାଇବ ବୋଲି ବିବେଚନା କରାଯାଉଛି। ତେଣୁ ମାତୃଭାଷାର ଗୁରୁତ୍ୱକୁ ଅନୁଭବ କରିବା ପୂର୍ବରୁ ଅନେକ ଅଭିଭାବକ ବିଦେଶୀ ଭାଷା ମନସ୍କ ହୋଇଉଠିଥାନ୍ତି। ଏମିତି ଏକ ସମୟରେ ଆମ ମାତୃଭାଷା ଓଡ଼ିଆର ଭବିଷ୍ୟତ ଉପରେ ଅନେକ ବୁଦ୍ଧିଜୀବୀଙ୍କ କଟାକ୍ଷ ଓ ସନ୍ଦେହପୂର୍ଣ୍ଣ ପ୍ରଶ୍ନ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରତିଧ୍ୱନିତ ହେଉଛି। ଏହା ସ୍ଥିର ନିଶ୍ଚିତ ଯେ ସାଢ଼େ ୪କୋଟିରୁ ଊଦ୍ଧର୍‌ବ ଲୋକଙ୍କ ଦ୍ବାରା ଦୈନିକ ବ୍ୟବହୃତ ହେଉଥିବା ଭାଷା କେବେ ମରିବନାହିଁ । ଓଡ଼ିଆ ଜନଜୀବନରେ ଭାଷାର ପ୍ରଭାବ ଏତେ ଗଭୀର ଥିଲା ଯେ ନଅଙ୍କ ଦୁର୍ଭିକ୍ଷ ସମୟରେ ଅନେକ ଲକ୍ଷ ଲୋକ ଅନ୍ନ ଅଭାବରୁ ମୃତ୍ୟୁବରଣ କରୁଥିବା ବେଳେ ଅନ୍ନ ଚିନ୍ତା ଛାଡ଼ି ଭାଷାର ସୁରକ୍ଷା ପାଇଁ ଏ ଜାତି ସଂଗ୍ରାମ ଆରମ୍ଭ କରିଥିଲା। ସାରା ବିଶ୍ବରେ ପ୍ରତ୍ୟେକ ଜାତିକୁ ବିଭାଜିତକରି ସେଠାରେ ଶାସନ କରୁଥିବା ଇଂରେଜ ଶାସନ କାଳରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରକରି ଗୋଟିଏ ସ୍ବତନ୍ତ୍ର ପ୍ରଦେଶ ପରିକଳ୍ପନା କରିବା ଓ ତାହାର ସଫଳ ରୂପାୟନ କରାଇନେବା ବିଶ୍ବ ଇତିହାସରେ ବିରଳ ଉଦାହରଣ । ପ୍ରତିକୂଳ ପରିସ୍ଥିତିରେ ନିଜକୁ ସଶକ୍ତକରି ନିଜ ଭାଷାକୁ ସମୃଦ୍ଧି ପଥରେ ଆଗେଇନେବା ଆମ ପୂର୍ବଜମାନେ ଆମକୁ ଶିକ୍ଷା ଦେଇଯାଇଛନ୍ତି। ତେଣୁ ସାମୟିକ ଦୁର୍ବଳତାର ଶିକାର ହୋଇ ଆମ ମାତୃଭାଷାକୁ ଆମେ ଅବହେଳା କରୁଥିଲେ ମଧ୍ୟ ଆମର ମାତୃଭାଷା ଭବିଷ୍ୟତରେ ଲୋପପାଇଯିବ, ଏକ ଅପରିକଳ୍ପିତ ଅଭିବ୍ୟକ୍ତି! ବିଶ୍ବର ସର୍ବ ପୁରତାନ ଭାଷାଗୁଡ଼ିକ ମଧ୍ୟରୁ ଅନ୍ୟତମ ଆମ ଓଡ଼ିଆ ଭାଷାର ସାମ୍ପ୍ରତିକ ସମୟରେ ତୁଳନାତ୍ମକ ସ୍ଥିତି ଓ ଏହାର ଭବିଷ୍ୟତ ବିଷୟରେ ସଚେତନ ରହିବା ପ୍ରତ୍ୟେକ ନାଗରିକ, ବୁଦ୍ଧିଜୀବୀ, ଶାସକ, ପ୍ରଶାସକ ତଥା ଭାଷାପ୍ରେମୀମାନଙ୍କର ପ୍ରାଥମିକ ଦାୟିତ୍ୱ ହେବା ବାଞ୍ଛନୀୟ। ଏକ ଶାସ୍ତ୍ରୀୟ ଭାରତୀୟ ଭାଷା ଭାବରେ ସ୍ବତନ୍ତ୍ର ପରିଚୟ ଆମ ଭାଷାକୁ ମିଳି ସାରିଛି। ଆମ ଅତୀତକୁ ନିରେଖି ଦେଖିଲେ ଆମ ଭାଷାର ଉତ୍ପତ୍ତି ଏକ ଗୌରବମୟ ଅତୀତର ଗାଥାକୁ ସ୍ମରଣ କରାଇବା ସହ ପ୍ରତ୍ୟେକ ଓଡ଼ିଆ ଗର୍ବ କରିବାର ସୌଭାଗ୍ୟ ପ୍ରଦାନ କରେ। ବୌଦ୍ଧାୟନ ଅନୁଯାୟୀ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ପୂର୍ବରୁ କଳିଙ୍ଗର ଅସ୍ତିତ୍ୱ ରହିଥିଲା ଯାହା ବୈଦିକ ଯୁଗର ପୂର୍ବ ସମୟ ଭାବେ ଗ୍ରହଣ କରାଯାଏ। ଭାରତୀୟ ନାଟ୍ୟ ଶାସ୍ତ୍ରରେ ପ୍ରଥମଥର ପାଇଁ ଉଡ୍ର ବିଭାଷା ବିଷୟରେ ବର୍ଣ୍ଣନା ହୋଇଛି, ଯାହା ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ କଳିଙ୍ଗ ଜନପଦର ଉଡ୍ର ଦେଶର ଭାଷା ଥିଲା ବୋଲି ବର୍ଣ୍ଣିତ ଅଛି। ଏଥିରୁ ସ୍ପଷ୍ଟ ଅନୁମେୟ ୨ହଜାର ବର୍ଷରୁ ଅଧିକ ପ୍ରାଚୀନ ଆମ ମାତୃଭାଷା ଯାହା କେବଳ ଭାରତରେ ନୁହେଁ, ବିଶ୍ବ ସ୍ତରରେ ସର୍ବ ପୁରାତନ ଭାଷାମାନଙ୍କ ମଧ୍ୟରୁ ଅନ୍ୟତମ। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଧଉଳି ଓ ଜଉଗଡ଼ରେ ଥିବା ସମ୍ରାଟ ଅଶୋକଙ୍କ ଶିଳାଲିପି, ହାତୀ ଗୁମ୍ଫାରେ ଥିବା ପ୍ରଥମ ଶତାବ୍ଦୀର ସମ୍ରାଟ ଖାରବେଳଙ୍କ ଶିଳାଲିପି, ତୃତୀୟ ଶତାବ୍ଦୀର ମହାରାଜା ଶ୍ରୀଗଣଙ୍କ ପ୍ରାଚୀର ଲିପି, ସପ୍ତମ ଶତାବ୍ଦୀର ଧର୍ମରାଜ ଦେବଙ୍କ ତାମ୍ରଲିପି ଠାରୁ ଆରମ୍ଭକରି ପରବର୍ତ୍ତୀ ସମୟରେ ଅସଂଖ୍ୟ ଶିଳାଲିପି, ତାମ୍ରଲିପି, ତାଳପତ୍ର ପୋଥି ଓ ଭାଷାର ପ୍ରାଚୀନତାର ସ୍ମାରକ ବହନ କରିବା ସହ ଏକ ଗରିମାମୟ ଇତିହାସକୁ ଆଗାମୀ ପିଢ଼ି ପାଇଁ ଉଜ୍ଜୀବିତକରି ରଖିଛି। ପରବର୍ତ୍ତୀ ସମୟରେ ପ୍ରାଚୀନ କାଳରୁ ପ୍ରସ୍ତର ଖୋଦିତ ଶିଳାଖଣ୍ଡ, ତାମ୍ର ବା କାଂସ୍ୟ ଫଳକ, ତାଳପତ୍ର ପୋଥି ଆଦି ଆମ ମାତୃଭାଷାର ବିବର୍ତ୍ତନକୁ ସଗର୍ବେ ଉପସ୍ଥାପିତ କରୁଛି। ୧୮୦୭ ମସିହାରେ ପ୍ରଥମ ଥର ପାଇଁ ମୁଦ୍ରଣ ପ୍ରେସ୍‌ ଦ୍ବାରା ଓ ଭାଷାରେ ମୁଦ୍ରିତ ହେବା ଓ ୧୮୩୭ ମସିହାରେ ବ୍ରିଟିଶ ମିଶନାରି ଚାଲର୍‌ସ ଲେସିଙ୍କ ଦ୍ବାରା ପ୍ରଥମ ଥର ପାଇଁ ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା ଏବଂ ୧୮୬୬ ମସିହାରେ କର୍ମବୀର ଗୌରିଶଙ୍କର ରାୟଙ୍କ ପ୍ରୟାସରେ ପ୍ରଥମ ଦେଶୀୟ ମୁଦ୍ରଣ ପ୍ରେସ୍‌ କଟକରେ ପ୍ରତିଷ୍ଠା ଆମ ଭାଷାର ଅଭ୍ୟୁଦୟରେ ମାଇଲଖୁଣ୍ଟ ହୋଇ ରହିଛି।

ଆମ ଭାଷା ବିବର୍ତ୍ତନର ଏହି ଅଦମ୍ୟ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ସୋପାନରେ ଆମେ ଉପନୀତ। ସାମ୍ପ୍ରତିକ ସମୟରେ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର ଦ୍ବାରା ଆମ ସମସ୍ତଙ୍କର ଦୈନନ୍ଦିନ ପ୍ରଭାବିତ ହୋଇଛି। ଜୀବନର ପ୍ରତ୍ୟେକ ସୋପାନରେ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ସ୍ପଷ୍ଟ ଅନୁମେୟ ହେଉଛି। ଯେଉଁ ଭାଷା କମ୍ପ୍ୟୁଟରୀକରଣରେ ଯେତେ ଆଗୁଆ ସେହି ଭାଷା ତା’ର ଆଗାମୀ ପିଢ଼ ପାଖରେ ସେତେ ଅଧିକ ଆଦୃତ। ବର୍ତ୍ତମାନ ସମୟରେ ପିଲାମାନେ ପୁସ୍ତକ ପଢ଼ିବା ବଦଳରେ ମୋବାଇଲ, କମ୍ପ୍ୟୁଟର, ଟ୍ୟାବ୍‌ ବା ଲାପ୍‌ଟପ୍‌ରୁ ପଢ଼ିବାକୁ ଅଧିକ ଉଚିତ ମନେକରୁଛନ୍ତି । ପ୍ରତ୍ୟେକ ପିଲାର ହାତରେ ମୋବାଇଲ ଫୋନ୍‌ ଥିବାରୁ ସେଥିରୁ ସେ ସମସ୍ତ କାର୍ଯ୍ୟ କରିବାକୁ ପ୍ରୟାସ କରୁଛି। ସମସ୍ତେ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟରେ ନିଜର ସୃଜନଶକ୍ତିକୁ ଅନ୍‌ଲାଇନ ମାଧ୍ୟମରେ ଏକ ବୃହତ୍‌ ପାଠକ ସମାଜ ପାଖରେ ସହଜରେ ପହଞ୍ଚାଇବାର ପରିକଳ୍ପନା କରୁଛନ୍ତି। ଏହି ସତ୍ୟକୁ ଭଲ ଭାବରେ ହୃଦୟଙ୍ଗମକରି ଏହାର ଡିଜିଟାଲାଇଜେଶନ ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ସୃଷ୍ଟି ହୋଇଛି। ଭାରତୀୟ ଭାଷାକୁ କମ୍ପ୍ୟୁଟରୀକରଣ ପ୍ରକ୍ରିୟାରେ ତାମିଲ, ଗୁଜରାଟୀ, ମରାଠୀ, ହିନ୍ଦୀ ପରି ଭାଷା ଅନେକ ଅଗ୍ରଗତି କରିଛନ୍ତି। ଏମିତି ଏକ ପରିବର୍ତ୍ତିତ ସମୟରେ ଓ ଭାଷାର କମ୍ପ୍ୟୁଟରୀକରଣର ଅଗ୍ରଗତିକୁ ଅନୁଧ୍ୟାନକଲେ ନିରାଶ ହେବାକୁ ପଡୁଛ।
ଓଡ଼ିଆ ଭାଷାକୁ କମ୍ପ୍ୟୁଟରୀକରଣ ପାଇଁ ଓ ଫଣ୍ଟ ଏବଂ କୀ ବୋର୍ଡର ମାନକୀକରଣ, ୟୁନିକୋଡ୍‌ ଗ୍ରହଣ, ଅନ୍ତର୍ଜାତୀୟକରଣ ଏବଂ ସ୍ଥାନୀୟକରଣ ପାଇଁ ନୀତି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଜରୁରୀ। ଫଣ୍ଟ ବିକାଶ ଏବଂ ଉପଲବ୍ଧତାରେ କାଲିଗ୍ରାଫିକ୍‌ ଫଣ୍ଟ ଏବଂ ଇ-ଗଭର୍ନାନ୍ସ ପ୍ରୟୋଗ ପାଇଁ ସ୍ବତନ୍ତ୍ର ଫଣ୍ଟ ସମେତ ବିଭିନ୍ନ ଡିଭାଇସ୍‌ ଏବଂ ଗଣମାଧ୍ୟମ ପାଇଁ ମାନକୀକରଣ ଫଣ୍ଟର ଏକ ବିସ୍ତୃତ ପରିସର ସୁନିଶ୍ଚିତ କରିବା ଆବଶ୍ୟକ । ମାନକ ଏବଂ ସର୍ବୋତ୍ତମ ଅଭ୍ୟାସ ଉପରେ ସରକାରୀ କର୍ମଚାରୀମାନଙ୍କୁ ତାଲିମ ଦିଆଯିବା ଓ ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରି ଛାତ୍ରୀଛାତ୍ରମାନଙ୍କୁ ଓଡ଼ିଆରେ ପ୍ରକାଶନ କରିବାକୁ ଉତ୍ସାହିତ କରିବା ଏହି ପ୍ରକ୍ରିୟାକୁ ସମୃଦ୍ଧ କରିବ। ଭାଷା ଉତ୍ପାଦ, ଉପକରଣ ଏବଂ ପ୍ରଶିକ୍ଷିତ ସ୍ଥାନୀୟକରଣ ବିଶେଷଜ୍ଞଙ୍କ ପାଇଁ ପ୍ରମାଣୀକରଣ ବ୍ୟବସ୍ଥା ବିନା ଅନ୍ତର୍ଜାତୀୟ ସ୍ତରରେ ଆମ ଭାଷାର ଗ୍ରହଣୀୟତା ହ୍ରାସ ପାଇବ। ଏକଭାଷୀ, ଦ୍ବିଭାଷୀ ଏବଂ ବହୁଭାଷୀ ଅଭିଧାନ ଏବଂ ମଲ୍ଟିମିଡିଆ ସମ୍ବଳ ସମେତ ବିଷୟବସ୍ତୁର ବିକାଶ ପାଇଁ ସମର୍ପିତ ପ୍ରୟାସ ଜରୁରୀ ।

ସରକାର ଅନୁମୋଦିତ ଫଣ୍ଟ ଏବଂ ଉପକରଣ ଅନ୍ତର୍ଭୁକ୍ତ କରିବା, ସୁନିଶ୍ଚିତ କରିବା ପାଇଁ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀ ବ୍ୟବସାୟିକ ଅନୁଷ୍ଠାନ ଆପଲ୍‌, ଗୁଗୁଲ୍‌, ମାକ୍ରୋସପ୍ଟ ପରି ଶିଳ୍ପ ସହଯୋଗୀ ସହ ଜଡ଼ିତ ହେବାକୁ ପଡ଼ିବ। ଶେଷରେ ସହଜ ଏବଂ ତ୍ରୁଟିଶୂନ୍ୟ ମୋବାଇଲ ଆପ୍‌ ମାଧ୍ୟମରେ ସାଧାରଣ ଜନତାଙ୍କୁ ଓଡ଼ିଆ ଭାଷା ସହ ଯୋଡ଼ି ରଖିବାର ବ୍ୟବସ୍ଥା ହେବା ଆବଶ୍ୟକ। ଏହି ଦିଗରେ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏହାକୁ ବ୍ୟାପକ କରିବା ପାଇଁ ଆହୁରି ବିଧିବଦ୍ଧ ପ୍ରୟାସର ଆବଶ୍ୟକତା ସୃଷ୍ଟି ହୋଇଛି। ଏଣୁ ଜଗତୀକରଣ ସମୟରେ ଆମ ଭାଷାର ବ୍ୟବହାର, ଗୁରୁତ୍ୱ, ଐତିହ୍ୟ ତଥା ଆବଶ୍ୟକତା ସାରା ବିଶ୍ବରେ ପ୍ରତିପାଦିତ କରିବା ସହ ଏହାର ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସମର୍ପିତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ।

ଦେବେନ୍ଦ୍ର ନାଥ ରାଉତ

ନୂଆଦିଲ୍ଲୀ, ମୋ: ୯୩୫୦୧୨୭୩୭୦


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ଯାତ୍ରା ମହାସମର: କମିଲା ସିଟ୍‌ ସଂଖ୍ୟା

ଭୁବନେଶ୍ୱର, ୨୮ା୧(ଅନୁରାଧା ମହାରଣା/ତ୍ରିନାଥ ମହାନ୍ତି):ଖଣ୍ଡଗିରି କୁମ୍ଭମେଳାରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୪ଟି ଯାତ୍ରା ଅନୁଷ୍ଠାନ ଯାତ୍ରା ମହାସମରକୁ ଓହ୍ଲାଇଥିବାବେଳେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଇନ୍ଦିରା…

ବଢ଼ିବ ବାବୁଙ୍କ ଆର୍ଥିକ କ୍ଷମତା: ସରକାରୀ ଯୋଜନା ରକେଟ ବେଗରେ…

ଭୁବନେଶ୍ୱର,୨୮।୧(ରବିନାରାୟଣ ଜେନା):ରାଜ୍ୟ ସରକାରକୁ ଅଧିକ ଦକ୍ଷ ଓ ଗତିଶୀଳ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୨୫ ମେ’ ୨୮ରେ ପ୍ରଶାସନିକ କ୍ଷମତାରେ ପରିବର୍ତ୍ତନ କରାଯାଇଥିବାବେଳେ ଏବେ…

ଛାତ ଉପରେ ବୋମା ଭିଡ଼ିବାବେଳେ ବିସ୍ଫୋରଣ

ଭୁବନେଶ୍ୱର,୨୮।୧(ତ୍ରିନାଥ ମହାନ୍ତି): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ନ୍ୟୁ ଆଜାଦ ନଗରରେ ଏକ ୩ତାଲା ବିଶିଷ୍ଟ ଛାତ ଉପରେ ମଙ୍ଗଳବାର ବୋମା ଭିଡ଼ିବା ସମୟରେ ବିସ୍ଫୋରଣ ଘଟି…

୨୨ ଚୌକା, ୧୧ ଛକା: ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ ବିଶ୍ୱକପ୍‌ରେ…

ବୁଲାୱାୟୋ,୨୮।୧: ୧୯ ବର୍ଷରୁ କମ ବିଶ୍ୱକପର ସୁପର ସିକ୍ସ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୫୨ ରନ କରିଥିଲା। ଏହି ମ୍ୟାଚ ବୁଲାୱାୟୋରେ ଖେଳାଯାଉଛି। ଟିମ…

ବାଲିଟିକ୍ରା ନିକଟରୁ ମିଳିଲା ଶୁଭମଙ୍କ ମୃତଦେହ: ବଢୁଛି ସନ୍ଦେହ

ବରଗଡ଼,୨୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ପଞ୍ଚାୟତ କଲେଜ ନିକଟ ବାଲିଟିକ୍ରା ପାଖରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ ୱାର୍ଡ ନଂ-୭…

ଚର୍ଚ୍ଚାରେ ରାୟଗଡ଼ା ରାଜନୀତି: ୪ ଦିନ ତଳେ ଭାଜପାରେ ମିଶିଥିଲେ, ପୁଣି ବିଜେଡିକୁ ଫେରିଲେ; ଦିଲୀପଙ୍କ ନାଁରେ ଅଭିଯୋଗ…

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

ଦେଓମାଳୀ ବୁଲିବାକୁ ଗଲାବେଳେ ଆଖିବୁଜିଲେ ଦୁଇ ସାଙ୍ଗ: ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି  ଅନ୍ୟଜଣେ

ପଟ୍ଟାଙ୍ଗି,୨୭।୦୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଇସ୍କୁଲ ସମୁଖରେ ଏକ ପିକ୍‌ଅପ ଭ୍ୟାନ ସହ ମୋଟର ସାଇକେଲ ଧକ୍କା ହୋଇଛି। ଏଥିରେ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri