ଅନୀତି

ଭାରତରେ ଯୋଜନା ଆୟୋଗ ଦୀର୍ଘ ବର୍ଷ ଧରି ସୁରୁଖୁରୁରେ କାର୍ଯ୍ୟ କରି ଆସୁଥିବା ବେଳେ ତାହାକୁ ୧ ଜାନୁୟାରୀ ୨୦୧୫ରେ କେନ୍ଦ୍ରର ଭାଜପା ସରକାର ଭାଙ୍ଗି ଦେଇଥିଲେ। ତାହା ସ୍ଥାନରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ(ନୀତି) ଆୟୋଗ ନାମରେ ସରକାରୀ ଥିଙ୍କ୍‌ ଟ୍ୟାଙ୍କ୍‌ ସଂସ୍ଥା ଗଠନ କରିଥିଲେ। ଏହାର ଲକ୍ଷ୍ୟ ଥିଲା ଅର୍ଥନୈତିକ ବିକାଶ ସହ ସହଯୋଗୀ ସଂଘୀୟବାଦ ବା କୋଅପରେଟିଭ୍‌ ଫେଡେରାଲିଜମ୍‌କୁ ସୁଦୃଢ଼ କରିବା। ଦେଶର ଆର୍ଥିକ ନୀତିରେ ରାଜ୍ୟଗୁଡ଼ିକର ମତକୁ ସାମିଲ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହିତ ମନେରଖିବାକୁ ହେବ ଯେ, ଭାରତବର୍ଷର ସଂଘୀୟ ବ୍ୟବସ୍ଥା ମାଧ୍ୟମରେ ଉଭୟ କେନ୍ଦ୍ର ଓ ରାଜ୍ୟ ଟିକସ ଆଦାୟ କରିଥାନ୍ତି। ୧ ଜୁଲାଇ ୨୦୧୭ରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଭଳି ଗରିବମାରଣ ଟିକସ ବ୍ୟବସ୍ଥା ସୃଷ୍ଟି କରାଯିବା ଫଳରେ ରାଜ୍ୟ ସରକାରଗୁଡ଼ିକର ଟିକସ ଆଦାୟ କରିବା କ୍ଷମତା ହ୍ରାସ ପାଇଛି। ତେଣୁ ରାଜ୍ୟଗୁଡ଼ିକଠାରୁ ଟିକସ ଆଦାୟ କରୁଥିବା କେନ୍ଦ୍ର ସରକାର ସେମାନଙ୍କୁ ରାଜନୈତିକ ଦୃଷ୍ଟିକୋଣରୁ ଅଣଦେଖା କରିବା ତ୍ରୁଟିପୂର୍ଣ୍ଣ।

୨୭ ଜୁଲାଇରେ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନର ସଂସ୍କୃତି କେନ୍ଦ୍ରଠାରେ ନୀତି ଆୟୋଗର ୯ମ ଗଭର୍ନିଂ କାଉନ୍‌ସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେବଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବ୍ୟତୀତ ଅଣଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌, କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଏବଂ ଏପରିକି ଦିଲ୍ଲୀର କୌଣସି ମନ୍ତ୍ରୀ ଯୋଗ ଦେଇ ନ ଥିଲେ। ନିକଟରେ ଉପସ୍ଥାପନ କରାଯାଇଥିବା କେନ୍ଦ୍ର ବଜେଟରେ ଅଣଏନ୍‌ଡିଏ ରାଜ୍ୟଗୁଡ଼ିକୁ ଅବହେଳା କରାଯାଇଥିବାରୁ ତାହାର ପ୍ରତିବାଦରେ ବିରୋଧୀ ଦଳ ଶାସିତ ମୁଖ୍ୟମନ୍ତ୍ରୀଗଣ ଉକ୍ତ ବୈଠକକୁ ବର୍ଜନ କରିଥିଲେ। ତେବେ ମମତାଙ୍କ ଯୋଗଦାନ ସହଯୋଗୀ ସଂଘୀୟବାଦକୁ ସୁଦୃଢ଼ କରିବାର ଲକ୍ଷ୍ୟ ଥିଲା ବୋଲି ସେ କହିଛନ୍ତି। ଏଥିସହିତ ସେ ଆଣିଥିବା ଅଭିଯୋଗ ଏବେ ରାଷ୍ଟ୍ର ରାଜନୀତିକୁ ଚଳଚଞ୍ଚଳ କରିଦେଇଛି। ମମତା କହିଛନ୍ତି, ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ୧୫ ମିନିଟ୍‌ରୁ ଅଧିକ ସମୟ ଭାଷଣ ଦେବାର ସୁଯୋଗ ପାଇଥିବା ବେଳେ ୫ ମିନିଟ୍‌ କହିବା ପରେ ତାଙ୍କ ମାଇକ୍‌କୁ ବନ୍ଦ କରିଦିଆଯାଇଥିଲା। କାହିଁକି ଏଭଳି ନିଷ୍ପତ୍ତି ନିଆଯାଇଥିଲା ତାହା ବର୍ଣ୍ଣନା କରିବାକୁ ଯାଇ ସେ କହିଛନ୍ତି ଯେ, କେନ୍ଦ୍ର ସରକାର ପଶ୍ଚିମବଙ୍ଗର ସମସ୍ତ ବିକାଶମୂଳକ ପ୍ରକଳ୍ପକୁ ବନ୍ଦ କରିଦେଇଥିବା ପ୍ରସଙ୍ଗ ଉଠାଇଥିଲେ। ଏଥିସହିତ ୨୦୨୪-୨୫ ବଜେଟରେ ତାଙ୍କ ରାଜ୍ୟକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିବା କଥା କହିବାରୁ କେନ୍ଦ୍ର ସରକାରଙ୍କ ରୋଷର ଶିକାର ହୋଇଛନ୍ତି। ମମତାଙ୍କ ଏଭଳି ଅଭିଯୋଗକୁ କେନ୍ଦ୍ର ଖଣ୍ଡନ କରିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି, ବିରୋଧୀଙ୍କୁ ଉତ୍ସାହିତ କରିବା ଲାଗି ମମତା ଏପରି ଅଭିଯୋଗ ଆଣିଛନ୍ତି। ତେବେ ସେହି ବୈଠକରେ ଅନ୍ୟ କୌଣସି ବିରୋଧୀ ମୁଖ୍ୟମନ୍ତ୍ରୀ ଉପସ୍ଥିତ ନ ଥିଲେ। ଏଭଳି ପରିପ୍ରେକ୍ଷୀରେ ଅନ୍ୟ ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗଦେଇ ନାହାନ୍ତି, ସେ ସମ୍ପର୍କରେ କେନ୍ଦ୍ର ଚିନ୍ତା କରିବା ଦରକାର। କେବଳ ସହଯୋଗୀ ସଂଘୀୟବାଦ କଥା ତୁଣ୍ଡରେ ଧରିଦେଲେ ଚଳିବ ନାହିଁ। ପ୍ରତ୍ୟେକ ରାଜ୍ୟକୁ ସମାନ ଦୃଷ୍ଟିରେ ଦେଖିବା ହେଉଛି କେନ୍ଦ୍ରର ଦାୟିତ୍ୱ। ୨୦୨୪-୨୫ କେନ୍ଦ୍ର ବଜେଟରେ ବିହାର ଓ ଅନ୍ଧ୍ରପ୍ରଦେଶକୁ ପର୍ଯ୍ୟାପ୍ତ ଅର୍ଥ ଆବଣ୍ଟନ କରାଯାଇଥିବା ବେଳେ ଅଣଏନ୍‌ଡିଏ ରାଜ୍ୟଗୁଡ଼ିକୁ ଉପେକ୍ଷିତ କରାଯାଇଛି। ଏଭଳି କେନ୍ଦ୍ରୀୟ ନିଷ୍ପତ୍ତି ପଛରେ ନିହିତ ଥିବା କାରଣ ବିଷୟରେ ସମସ୍ତେ ଅବଗତ। ଭାଜପା ୨୦୨୪ ଲୋକ ସଭା ନିର୍ବାଚନରେ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନ ଥିବାରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ର ସରକାରକୁ ଢେରା ଦେଇ ବଞ୍ଚାଇ ରଖିଛନ୍ତି। କୌତୂହଳର କଥା ହେଲା ଯେ, ସବୁ ଅଣଏନ୍‌ଡିଏ ମୁଖ୍ୟମନ୍ତ୍ରୀ ବୈଠକ ବର୍ଜନ କରିଥିବା ବେଳେ ସଂଖ୍ୟାଲଘୁ ଭାଜପାକୁ ସମର୍ଥନ ଜଣାଇଥିବା ସଂଯୁକ୍ତ ଜନତା ଦଳ (ଜେଡିୟୁ) ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏହି ସଭାରେ ଅନୁପସ୍ଥିତ ରହିଲେ। ନୀତୀଶ ପୂର୍ବରୁ ତାଙ୍କର ଅନୁପସ୍ଥିତି ସମ୍ପର୍କରେ କାହାରିକୁ ଜଣାଇ ନ ଥିଲେ। ସେଥିପାଇଁ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣା, ଯାହାକୁ ଜାତୀୟ ଗଣମାଧ୍ୟମ ଆଦୌ ଗୁରୁତ୍ୱ ଦେଇ ନ ଥିଲା। ଶେଷରେ ଏହା କୁହାଯାଇପାରେ ଯେ, ଏହି ନୀତି ଆୟୋଗ ବୈଠକ ଭାରତୀୟ ରାଜନୀତିର ଆଗାମୀ ଦିନର ସ୍ରୋତ ସମ୍ପର୍କରେ କିଛି ଭିନ୍ନ ଦିଗ ଦେଖାଇଲାଣି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ରେ ବେକରେ ଲାଗିଥିଲା ଗୁଳି

ଟୋକିଓ,୨୧।୧: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର...

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri