ଅନୀତି

ଭାରତରେ ଯୋଜନା ଆୟୋଗ ଦୀର୍ଘ ବର୍ଷ ଧରି ସୁରୁଖୁରୁରେ କାର୍ଯ୍ୟ କରି ଆସୁଥିବା ବେଳେ ତାହାକୁ ୧ ଜାନୁୟାରୀ ୨୦୧୫ରେ କେନ୍ଦ୍ରର ଭାଜପା ସରକାର ଭାଙ୍ଗି ଦେଇଥିଲେ। ତାହା ସ୍ଥାନରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ(ନୀତି) ଆୟୋଗ ନାମରେ ସରକାରୀ ଥିଙ୍କ୍‌ ଟ୍ୟାଙ୍କ୍‌ ସଂସ୍ଥା ଗଠନ କରିଥିଲେ। ଏହାର ଲକ୍ଷ୍ୟ ଥିଲା ଅର୍ଥନୈତିକ ବିକାଶ ସହ ସହଯୋଗୀ ସଂଘୀୟବାଦ ବା କୋଅପରେଟିଭ୍‌ ଫେଡେରାଲିଜମ୍‌କୁ ସୁଦୃଢ଼ କରିବା। ଦେଶର ଆର୍ଥିକ ନୀତିରେ ରାଜ୍ୟଗୁଡ଼ିକର ମତକୁ ସାମିଲ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହିତ ମନେରଖିବାକୁ ହେବ ଯେ, ଭାରତବର୍ଷର ସଂଘୀୟ ବ୍ୟବସ୍ଥା ମାଧ୍ୟମରେ ଉଭୟ କେନ୍ଦ୍ର ଓ ରାଜ୍ୟ ଟିକସ ଆଦାୟ କରିଥାନ୍ତି। ୧ ଜୁଲାଇ ୨୦୧୭ରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଭଳି ଗରିବମାରଣ ଟିକସ ବ୍ୟବସ୍ଥା ସୃଷ୍ଟି କରାଯିବା ଫଳରେ ରାଜ୍ୟ ସରକାରଗୁଡ଼ିକର ଟିକସ ଆଦାୟ କରିବା କ୍ଷମତା ହ୍ରାସ ପାଇଛି। ତେଣୁ ରାଜ୍ୟଗୁଡ଼ିକଠାରୁ ଟିକସ ଆଦାୟ କରୁଥିବା କେନ୍ଦ୍ର ସରକାର ସେମାନଙ୍କୁ ରାଜନୈତିକ ଦୃଷ୍ଟିକୋଣରୁ ଅଣଦେଖା କରିବା ତ୍ରୁଟିପୂର୍ଣ୍ଣ।

୨୭ ଜୁଲାଇରେ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନର ସଂସ୍କୃତି କେନ୍ଦ୍ରଠାରେ ନୀତି ଆୟୋଗର ୯ମ ଗଭର୍ନିଂ କାଉନ୍‌ସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେବଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବ୍ୟତୀତ ଅଣଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌, କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଏବଂ ଏପରିକି ଦିଲ୍ଲୀର କୌଣସି ମନ୍ତ୍ରୀ ଯୋଗ ଦେଇ ନ ଥିଲେ। ନିକଟରେ ଉପସ୍ଥାପନ କରାଯାଇଥିବା କେନ୍ଦ୍ର ବଜେଟରେ ଅଣଏନ୍‌ଡିଏ ରାଜ୍ୟଗୁଡ଼ିକୁ ଅବହେଳା କରାଯାଇଥିବାରୁ ତାହାର ପ୍ରତିବାଦରେ ବିରୋଧୀ ଦଳ ଶାସିତ ମୁଖ୍ୟମନ୍ତ୍ରୀଗଣ ଉକ୍ତ ବୈଠକକୁ ବର୍ଜନ କରିଥିଲେ। ତେବେ ମମତାଙ୍କ ଯୋଗଦାନ ସହଯୋଗୀ ସଂଘୀୟବାଦକୁ ସୁଦୃଢ଼ କରିବାର ଲକ୍ଷ୍ୟ ଥିଲା ବୋଲି ସେ କହିଛନ୍ତି। ଏଥିସହିତ ସେ ଆଣିଥିବା ଅଭିଯୋଗ ଏବେ ରାଷ୍ଟ୍ର ରାଜନୀତିକୁ ଚଳଚଞ୍ଚଳ କରିଦେଇଛି। ମମତା କହିଛନ୍ତି, ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ୧୫ ମିନିଟ୍‌ରୁ ଅଧିକ ସମୟ ଭାଷଣ ଦେବାର ସୁଯୋଗ ପାଇଥିବା ବେଳେ ୫ ମିନିଟ୍‌ କହିବା ପରେ ତାଙ୍କ ମାଇକ୍‌କୁ ବନ୍ଦ କରିଦିଆଯାଇଥିଲା। କାହିଁକି ଏଭଳି ନିଷ୍ପତ୍ତି ନିଆଯାଇଥିଲା ତାହା ବର୍ଣ୍ଣନା କରିବାକୁ ଯାଇ ସେ କହିଛନ୍ତି ଯେ, କେନ୍ଦ୍ର ସରକାର ପଶ୍ଚିମବଙ୍ଗର ସମସ୍ତ ବିକାଶମୂଳକ ପ୍ରକଳ୍ପକୁ ବନ୍ଦ କରିଦେଇଥିବା ପ୍ରସଙ୍ଗ ଉଠାଇଥିଲେ। ଏଥିସହିତ ୨୦୨୪-୨୫ ବଜେଟରେ ତାଙ୍କ ରାଜ୍ୟକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିବା କଥା କହିବାରୁ କେନ୍ଦ୍ର ସରକାରଙ୍କ ରୋଷର ଶିକାର ହୋଇଛନ୍ତି। ମମତାଙ୍କ ଏଭଳି ଅଭିଯୋଗକୁ କେନ୍ଦ୍ର ଖଣ୍ଡନ କରିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି, ବିରୋଧୀଙ୍କୁ ଉତ୍ସାହିତ କରିବା ଲାଗି ମମତା ଏପରି ଅଭିଯୋଗ ଆଣିଛନ୍ତି। ତେବେ ସେହି ବୈଠକରେ ଅନ୍ୟ କୌଣସି ବିରୋଧୀ ମୁଖ୍ୟମନ୍ତ୍ରୀ ଉପସ୍ଥିତ ନ ଥିଲେ। ଏଭଳି ପରିପ୍ରେକ୍ଷୀରେ ଅନ୍ୟ ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗଦେଇ ନାହାନ୍ତି, ସେ ସମ୍ପର୍କରେ କେନ୍ଦ୍ର ଚିନ୍ତା କରିବା ଦରକାର। କେବଳ ସହଯୋଗୀ ସଂଘୀୟବାଦ କଥା ତୁଣ୍ଡରେ ଧରିଦେଲେ ଚଳିବ ନାହିଁ। ପ୍ରତ୍ୟେକ ରାଜ୍ୟକୁ ସମାନ ଦୃଷ୍ଟିରେ ଦେଖିବା ହେଉଛି କେନ୍ଦ୍ରର ଦାୟିତ୍ୱ। ୨୦୨୪-୨୫ କେନ୍ଦ୍ର ବଜେଟରେ ବିହାର ଓ ଅନ୍ଧ୍ରପ୍ରଦେଶକୁ ପର୍ଯ୍ୟାପ୍ତ ଅର୍ଥ ଆବଣ୍ଟନ କରାଯାଇଥିବା ବେଳେ ଅଣଏନ୍‌ଡିଏ ରାଜ୍ୟଗୁଡ଼ିକୁ ଉପେକ୍ଷିତ କରାଯାଇଛି। ଏଭଳି କେନ୍ଦ୍ରୀୟ ନିଷ୍ପତ୍ତି ପଛରେ ନିହିତ ଥିବା କାରଣ ବିଷୟରେ ସମସ୍ତେ ଅବଗତ। ଭାଜପା ୨୦୨୪ ଲୋକ ସଭା ନିର୍ବାଚନରେ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନ ଥିବାରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ର ସରକାରକୁ ଢେରା ଦେଇ ବଞ୍ଚାଇ ରଖିଛନ୍ତି। କୌତୂହଳର କଥା ହେଲା ଯେ, ସବୁ ଅଣଏନ୍‌ଡିଏ ମୁଖ୍ୟମନ୍ତ୍ରୀ ବୈଠକ ବର୍ଜନ କରିଥିବା ବେଳେ ସଂଖ୍ୟାଲଘୁ ଭାଜପାକୁ ସମର୍ଥନ ଜଣାଇଥିବା ସଂଯୁକ୍ତ ଜନତା ଦଳ (ଜେଡିୟୁ) ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏହି ସଭାରେ ଅନୁପସ୍ଥିତ ରହିଲେ। ନୀତୀଶ ପୂର୍ବରୁ ତାଙ୍କର ଅନୁପସ୍ଥିତି ସମ୍ପର୍କରେ କାହାରିକୁ ଜଣାଇ ନ ଥିଲେ। ସେଥିପାଇଁ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣା, ଯାହାକୁ ଜାତୀୟ ଗଣମାଧ୍ୟମ ଆଦୌ ଗୁରୁତ୍ୱ ଦେଇ ନ ଥିଲା। ଶେଷରେ ଏହା କୁହାଯାଇପାରେ ଯେ, ଏହି ନୀତି ଆୟୋଗ ବୈଠକ ଭାରତୀୟ ରାଜନୀତିର ଆଗାମୀ ଦିନର ସ୍ରୋତ ସମ୍ପର୍କରେ କିଛି ଭିନ୍ନ ଦିଗ ଦେଖାଇଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ସାଜିଲେ ସଇତାନ, ସାଙ୍ଗରେ ମିଶି ପାର୍ଟି କରିବାବେଳେ ମଦ ପାଉଚ ଭାଗ ବଣ୍ଟାକୁ ନେଇ…

ବଲାଙ୍ଗୀର, ୧୪।୩ (ସୁନିଲ କୁମାର ମହାନ୍ତି): ଏକା ସାଙ୍ଗରେ ମିଶି ପାର୍ଟି କରିବା ସାଙ୍ଗକୁ କାଳ ହେଲା। ବଲାଙ୍ଗୀର ସଦର ବ୍ଲକ ରିନ୍ବବଚନ ଗାଁରେ ଜଣେ ଯୁବକଙ୍କୁ…

ରାଜ୍ୟ ସଭା ନିର୍ବାଚନ ନେଇ ଆଜି ନବୀନ ନିବାସରେ ଏକାଠି ହେବେ…

ଭୁବନେଶ୍ୱର,୧୪ା୩: ରାଜ୍ୟ ସଭା ନିର୍ବାଚନ ନେଇ ବିଧାନସଭାରେ ବିଜେଡିର ମକ ପୋଲିଂ ଚାଲିଛି।  ଶନିବାର ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କର ଏକ ବଡ଼ଧରଣର ବୈଠକ ରହିଛି।…

‘ଯୁଦ୍ଧରେ ସମ୍ପୂର୍ଣ୍ଣ ଭାବରେ ହାରିବା ପରେ ଏବେ ସାଲିସ କରିବାକୁ ଚାହୁଁଛି ଇରାନ’: ଟ୍ରମ୍ପ

ଓ୍ବାଶିଂଟନ,୧୪।୩: ଶନିବାର ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷର ୧୪ତମ ଦିନ। ଆମେରିକା ତେହେରାନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଏହି ମଧ୍ୟରେ,…

‘୧୪ ଦିନରେ ଆମେରିକାକୁ ଭିକ ମଗାଇ ଦେଲୁ’, ଖାର୍ଗ ଦ୍ୱୀପ ଧ୍ୱଂସ ହେବାକୁ ନେଇ କାହିଁକି ଏତେ କନଫିଡେଣ୍ଟରେ ରହିଛି ଇରାନ, ଜାଣନ୍ତୁ…

ତେହରାନ୍‌,୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ମଧ୍ୟରେ, ଏହା ସହିତ ବୟାନବାଜି ମଧ୍ୟ ଯଥେଷ୍ଟ ତୀବ୍ର ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନର ଖାର୍ଗ…

ପଥର ପ୍ୟାକିଂ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଆସୁନାହାନ୍ତି କ୍ଷେତ୍ର ପରିଦର୍ଶନ ଅଧିକାରୀ, ନିମ୍ନମାନର କାର୍ଯ୍ୟ ନେଇ…

ମହାକାଳପଡ଼ା,୧୪ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ବଡ଼ ଦାଣ୍ଡୁଆ ପଞ୍ଚାୟତ ବଗଗହଣ- ମିଲନମୋଡ଼-ତରପଦା ଗୋବରୀ ନଦୀପାର୍ଶ୍ୱ ଘେରିବନ୍ଧ ନିର୍ମାଣ କାମ ନିମ୍ନମାନର…

ଦ୍ରୁତଗତିରେ ଆସି ବ୍ୟକ୍ତିଙ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ଘଟଣାସ୍ଥଳରେ…

ଦିଗପହଣ୍ଡି,୧୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସନ୍ଥ ଅରକ୍ଷିତ ଦାସ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ (ନଂ. ଓଡ଼ି୦୨ଏଡି-୮୯୫୭)ଧକ୍କାରେ ଜଣେ…

ରୁଷିଆ ତେଲକୁ ନେଇ ଆସିଲା ବଡ଼ ଅପଡେଟ୍‌, ଭାରତର ବଡ଼ ଗେମ୍‌!

ମସ୍କୋ,୧୪।୩: ଇରାନରେ ଚାଲିଥିବା ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ଯୋଗୁଁ, ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହେଉଛି। ସମ୍ପ୍ରତି, ବିଶ୍ୱ ବଜାରରେ ତୈଳ…

ବିରାଟ କୋହଲି ନୁହେଁ, ଏହି ଖେଳାଳି RCBର ଅଧିନାୟକ! ଦିନେଶ କାର୍ତ୍ତିକ ବାଝିଲେ ପ୍ଲେ-୧୧

ନୂଆଦିଲ୍ଲୀ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପୂର୍ବରୁ, RCB ବ୍ୟାଟିଂ ପ୍ରଶିକ୍ଷକ ଦିନେଶ କାର୍ତ୍ତିକ ତାଙ୍କର ପସନ୍ଦର “RCB ଅଲ-ଟାଇମ ଏକାଦଶ” ଚୟନ କରିଛନ୍ତି। ଐତିହାସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri